ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ୱାମୀଙ୍କ ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି

ରାୟଗଡ଼ା, ୪।୦୨: ସ୍ୱାମୀଙ୍କ ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହର ନଦି ସାହିରେ । ଅଭିଯୋଗ ଅନୁସାରେ, କୌଣସି କାରଣବଶତଃ ସ୍ୱାମୀ ପ୍ରଦୀପ ବେହେରା ଓ ସ୍ତ୍ରୀ ବାସନ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗି ଦାଣ୍ଡ ବାହାରକୁ ଆସି ପାଟିତୁଣ୍ଡ କରିଥିଲେ । ଏତିକି ବେଳେ ସ୍ୱୀମୀ ପ୍ରଦୀପ ସ୍ତ୍ରୀକୁ ଛୁରା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । 

ବାସନ୍ତୀଙ୍କ ପେଟରେ ଓ ଦୁଇଟି ହାଡ଼ରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାର ଚିତ୍କାର କରୁଥିବା ବେଳେ ସାହି ଲୋକେ ପହଞ୍ଚି ଗୁରୁତର ଅବସ୍ଥାର ଉଦ୍ଧାର କରି ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣାର ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.