ନୂଆଦିଲ୍ଲୀ, ୦୪/୦୯: ବିରୋଧୀ ମେଣ୍ଟ (ଇଣ୍ଡିଆ)ରେ ଥିବା କେଉଁ ଦଳ, କେତେ ସିଟରେ ଲଢ଼ିବ । ଏଯାଏଁ ଏନେଇ କୌଣସି ଘୋଷଣା ହୋଇ ନାହିଁ । ତେବେ ମେଣ୍ଟରେ ଥିବା ଦଳକୁ ନେଇ ହେଉଥିବା ଆକଳନ ଅନୁସାରେ- କେରଳ, ପଞ୍ଜାବ ସମେତ ଆଉ କିଛି ରାଜ୍ୟରେ ସିଟ୍ ସେୟାରିଂ ଫର୍ମୁଲା ଲାଗୁ ହୋଇ ନପାରେ । ମେଣ୍ଟ ପକ୍ଷରୁ ବିଧିବଦ୍ଧ ଭାବେ କିଛି ସୂଚନା ଦିଆଯାଇ ନାହିଁ ।
ଏକ ରିପୋର୍ଟ ଅନୁସାରେ, ବିରୋଧୀ ମେଣ୍ଟ ନିଷ୍ପତ୍ତି ନେଇଛି ଯେଉଁ ସ୍ଥାନରେ ମେଣ୍ଟରେ ସାମିଲ୍ ନଥିବା ଦଳ ଦୁର୍ବଳ ଥିବ ଅଥବା ବିପକ୍ଷ ଦଳର ପ୍ରାର୍ଥୀଙ୍କୁ ହରାଇବାରେ ସକ୍ଷମ ନଥିବେ । ସେଠାରେ ମେଣ୍ଟର ଆସନ ବୁଝାମଣା ସୂତ୍ର ଲାଗୁ ହେବ ନାହିଁ । ଯଦି ଏଭଳି ହୁଏ ତାହେଲେ କିଛି ଦଳ କିଛି ରାଜ୍ୟରେ ପ୍ରତି ଆସନରେ ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଛିଡ଼ା କରି ପାରନ୍ତି । ଆଉ ଏହାର ଉଦ୍ଦେଶ୍ୟ ବିରୋଧୀ ମେଣ୍ଟରେ ସାମିଲ୍ ନଥିବା ଦଳକୁ ବିପକ୍ଷ ଦଳ ହେବାରୁ ରୋକିବା ।
ବାପା ହେଲେ ଯଶପ୍ରୀତ ବୁମରା, ପୁଅ ଜନ୍ମ ଦେଲେ ସଞ୍ଜନା
ବାମପନ୍ଥୀ ଶାସିତ କେରଳରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ । ଏଠାରେ କୌଣସି ତୃତୀୟ ଦଳର ଅଦ୍ଭୁଦୟ ମୁସ୍କିଲ୍ । ସେହିଭଳି ଆପ୍ ଶାସିତ ପଞ୍ଜାବରେ କଂଗ୍ରେସର ସ୍ଥିତି ମଜଭୁତ୍ ରହିଛି । କୁହାଯାଉଛି, ପଞ୍ଜାବରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ନେଇ ବୁଝାମଣା ଆଶା ବହୁତ କମ୍ ।
ସେହିଭଳି ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମ ଦଳ ଏକାଠି ଲଢ଼ିବେ । ତେବେ ଦୁଇ ଦଳ ତୃଣମୂଳ କଂଗ୍ରେସ ସହ ଏକାଠି ରହିବା ସମ୍ଭାବନା କମ୍ । ତେବେ ସେଠାରେ ବିରୋଧୀ ଦଳଙ୍କ ମଧ୍ୟରେ ଅନଔପଚାରିକ ସହମତି ହୋଇପାରେ ।
ତେବେ ବିରୋଧୀ ମେଣ୍ଟ (ଇଣ୍ଡିଆ)ରେ ମୁଖ୍ୟତଃ ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତାମିଲନାଡ଼ୁ ଓ ଜମ୍ମୁକାଶ୍ମୀରରେ ଆସନ ବୁଝାମଣାକୁ ନେଇ ଚର୍ଚ୍ଚା ହେବ । ଗତ ସପ୍ତାହରେ ମୁମ୍ବାଇରେ ବିରୋଧୀ ମେଣ୍ଟର ବୈଠକ ହୋଇଥିବା ବେଳେ ୨୮ ଦଳର ୬୦ ନେତା ସାମିଲ୍ ହୋଇଥିଲେ ।
ଜି-୨୦ ରକ୍ଷା କବଚ ‘ନେତ୍ର’, ଦିଲ୍ଲୀକୁ ଜଗିବେ ସ୍ୱତନ୍ତ୍ର ବାହିନୀ: ବିଦେଶୀ ଅତିଥି ନେବେ ଷ୍ଟ୍ରିଟ୍ ଫୁଡ୍ ମଜା
ବିଜେପିର ନଜର ଦକ୍ଷିଣ ଭାରତ ଉପରେ ରହିଥିବା ବେଳେ ହାତରୁ କର୍ଣ୍ଣାଟକ ଖସି ଯାଇଛି । ସେହିଭଳି ପଶ୍ଚିମବଙ୍ଗରେ ବିଜେପି ହେଉଛି ମୁଖ୍ୟ ବିରୋଧୀ ଦଳ । ଯେତେବେଳେ କି ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୨ଟି ଆସନ୍ ପାଇଥିଲା । ତେବେ କଂଗ୍ରେସ ହାରିବା ପରେ ବିଜେପିରେ କଂଗ୍ରେସର ପୂର୍ବତନ ପିସିସି ସଭାପତି ସୁନୀଲ ଝାକଡ଼ ସମେତ ଅନେକ ନେତା ଯୋଗ ଦେଇଥିଲେ ।