ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ବର୍ଷ ପୂର୍ବେ ଦୁର୍ଘଟଣାର ଶିକାର ହୋଇ କୋମାରେ ଥିଲେ ମହିଳା , ମାଆଙ୍କ ମଜାକଥା ଶୁଣି ପାଇଲେ ନୂଆ ଜୀବନ

ୱାଶିଂଟନ : ଆମେରିକାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି, ସେଠାରେ ଜଣେ ମହିଳା ପାଞ୍ଚ ବର୍ଷ କୋମାରେ ରହିବା ପରେ ହୋସ୍‌କୁ ଆସିଛନ୍ତି। ମହିଳାଙ୍କ କୋମାରେ ରହିବା ବେଳେ ତାଙ୍କର ମାଆ ତାଙ୍କୁ ଜୋକ୍ସ ଶୁଣାଉ ଥିଲେ। ଦିନେ ନିଜର ମାଆଙ୍କ କୌଣସି ଜୋକ୍‌ ଉପରେ ଜୋରରେ ହସି ସେ କୋମା ମୁକ୍ତ ହୋଇଥିଲେ। ମିସିଗନରେ ରହୁଥିବା  ଏହି ମହିଆଙ୍କ ନାଁ ଜେନିଫର ଫ୍ଲେଭେଲେନ। ସେ ସେପ୍ଟେମ୍ୱର ୨୦୧୭ରେ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ସେ କୋମାକୁ ଚାଲି ଯାଇଥିଲେ। ହସ୍ପିଟାଲରେ ଚିକିତ୍ସା ବେଳେ ସେ ଧିରେ ଧିରେ ସୁସ୍ଥ ଅବସ୍ଥାକୁ ଗତି କରୁଥିଲେ। ମହିଳା ହୋସ୍‌କୁ ଆସିବା ପରେ ତାଙ୍କର ପରିବାର ଲୋକ ଖୁସି ହୋଇଥିଲେ। ଡାକ୍ତର ଏହାକୁ ଏକ ଚମତ୍କାରିତା ବୋଲି କହିଥିଲେ। 

ଜେନିଫରଙ୍କର ମାଆ ପେଗୀ ମିନ୍ସ ଏକ ସାକ୍ଷାତକାରରେ କହିଥିଲେ କି, ଯେବେ ସେ କୋମାରୁ ଉଠିଲେ ମୁଁ ଖୁବ୍‌ ଡ଼ରି ଯାଇଥିଲି। ସେ ବହୁତ ଜୋରରେ ହସୁଥିଲା। ପୂର୍ବରୁ ସେ ଏମିତି କେବେ କରି ନଥିଲା। ନିଜର ଝିଅର ସୁସ୍ଥ ହେବା ଦେଖି ମାଆ ପେଗି ମିନ୍ସ ଖୁବ୍‌ ଖୁସି ଓ ଭାବ ବିହ୍ୱୋଳ ହୋଇ ଯାଇଥିଲେ। ସେ କହିଥିଲେ କି, ଆମର ସବୁ ସ୍ୱପ୍ନ ପୂରା ହୋଇଗଲା। ଯେଉଁ ଦ୍ୱାର ବନ୍ଦ ହୋଇ ଯାଇଥିଲା , ତାହା ଖୋଲି ଗଲା। 

ଅନ୍ୟପଟେ ମହିଳାଙ୍କ ସ୍ୱାମୀ ଗତ ୫ ବର୍ଷ ହେବ କୋମା ବେଳେ ତାଙ୍କର ଯତ୍ନ ନେଉଥିଲ । ଏବେ ସେ ତାଙ୍କର ଚାଲିଚଳନ ଓ କଥାବାର୍ତ୍ତାକୁ ଭଲ କରିବା ପାଇଁ ସେ କାମରେ ଲାଗି ପଡ଼ିଛନ୍ତି । ଜେନିଫରଙ୍କର ମାଆ କହିଛନ୍ତି କି ସେ ଉଠିଗଲେ ସିନା ,ଏବେ କିନ୍ତୁ ଠିକ୍‌ରେ କଥା କହି ପାରୁ ନାହାନ୍ତି । ହେଲେ ସେ ମୁଣ୍ଡ ହଲାଇ ଜବାବ ଦେଉଛନ୍ତି । ସେ କହିଛନ୍ତି , ଆରମ୍ଭରେ ସେ (ଝଅ) ବହୁତ ଶୋଉଥିଲା , ହେଲେ ଏବେ ଧିରେ ଧିରେ ସବୁ ଠିକ୍‌ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.