ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବାଇକ୍‌ରେ ଯାଉଥିଲେ... ଘୋଷାଡ଼ି ନେଲା ହାତୀ, ଯୁବକଙ୍କ ମୃତ୍ୟୁ

ତେଲକୋଇ, ୨୦/୧୧ : ବାଇକ୍‌ରେ ଯାଉଥିବା ବେଳେ ଘୋଷାଡ଼ି ନେଲା ହାତୀ। ବାଇକ୍ ଆରୋହୀଙ୍କ ମୃତ୍ୟୁ। ତେଲକୋଇ ଚାରି କଣିଆ ଜଙ୍ଗଲ ରାସ୍ତାରେ ଏଭଳି ଘଟଣା ଘଟିଛି। ହାତୀ କବଳରୁ ଆଉ ୨ ଜଣ ବର୍ତ୍ତି ଯାଇଛନ୍ତି।

ସୂଚନାନୁଯାୟୀ, ମଦନ ମୋହନ ନାୟକଙ୍କ ପୈତୃକ ଘର ଆକୁଳ ମଲଣ୍ଡା ଗ୍ରାମରେ ହୋଇଥିବା ବେଳେ ୧୫ବର୍ଷ ହେବ ସେ ସିରିଗିଡ଼ା ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମରେ ଘରଜ୍ବାଇଁ ଭାବରେ ରହୁଥିଲେ। ସେ ଅନ୍ୟ ଦୁଇ ବନ୍ଧୁ ବୁଧୁରାମ ମୁଣ୍ଡା ଓ ଦୀପକ ମୁଣ୍ଡାଙ୍କ ସହିତ ଏକ ବାଇକ୍ ଯୋଗେ ଗୋପୀନାଥପୁର ଗ୍ରାମକୁ ଆସୁଥିଲେ। ଏତିକି ବେଳେ ଚାରି କଣିଆ ଜଙ୍ଗଲ ରାସ୍ତାରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମଦନ ବାଇକ୍‌ର ସବା ପଛରେ ବସିଥିବା ବେଳେ ରାସ୍ତା କଡ଼ରୁ ହଠାତ୍ ହାତୀ ବାହାରି ଆସି ଶୁଣ୍ଢରେ ତାଙ୍କୁ ଟାଣି ନେଇଥିଲା ଓ ବିଭତ୍ସ ଭାବେ ପାଦରେ ଦଳି ଦେଇଥିଲା । ତେବେ ଅନ୍ୟ ଦୁଇ ଜଣ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଖବର ପାଇ ତେଲକୋଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି । ଘଟଣା ସ୍ଥଳରେ ସାମାନ୍ୟ ଉତେଜନା ପ୍ରକାଶ ପାଇଛି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.