ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪ ଦ୍ୱାର ନଖୋଲିବା ଜିଦ୍‌ରେ ପ୍ରଶାସନ ଅଟଳ, ପଶ୍ଚିମ ଦ୍ୱାରରେ ଲାଗିଲା ବ୍ୟାରିକେଡ୍‌ : ଛାଇ ବ୍ୟବସ୍ଥା ନାହିଁ

ପୁରୀ, ୦୩/୦୪ : ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଦର୍ଶନାର୍ଥୀଙ୍କ ଭିଡ଼ ବଢ଼ିବା ପରେ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ପଶ୍ଚିମଦ୍ୱାର ଠାରୁ ମେଘନାଦ ପାଚେରି କଡ଼େକଡ଼େ ଗାଣ୍ଡୁଆଚୌରା ଛକ ପାଶ୍ୱର୍କୁ ଏହି ବ୍ୟାରିକେଡ୍‌ ହୋଇଛି । ହେଲେ ଏଥିରେ କୌଣସି ଛାଇ ବ୍ୟବସ୍ଥା ହୋଇନି । କେବଳ ଶ୍ରଦ୍ଧାଳୁଙ୍କ ପାଦ ନତାତିବା ପାଇଁ ରେଡ୍‌ କାର୍ପେଟ ବିଛା ଯାଇଛି । ଅନ୍ୟପଟେ ପୂର୍ବ ପରି ଟଙ୍କା ନେଇ ସେବାୟତ ଆଣୁଥିବା ଶ୍ରଦ୍ଧାଳୁଙ୍କ ସମେତ ପୁରୀ ବାସିନ୍ଦାଙ୍କୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଦିଆଯାଉଛି । ତେଣୁ ଶ୍ରୀଜଗନ୍ନାଥ ଦର୍ଶନରେ ଏବେ ବି ପାତରଅନ୍ତର କରାଯାଉଥିବା, ଧନୀଗରିବ ଭେଦଭାବ କରାଯାଉଥିବା, ଶୋଷଣମୁକ୍ତ କରିବେଶ ସୃଷ୍ଟି କରିବାରେ ପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । 

ଶ୍ରଦ୍ଧାଳୁଙ୍କ ନିମନ୍ତେ ଶ୍ରୀମନ୍ଦିର ୪ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାକୁ ଉନ୍ମୁକ୍ତ ନକରିବା ଜିଦ୍‌ରେ ପ୍ରଶାସନ ଅଟଳ ରହିଛି । ଶ୍ରଦ୍ଧାଳୁଙ୍କ ଦାବି ପ୍ରତି ପ୍ରଶାସନ ଆଖି ବୁଜି ଦେଉନଥିବା ଅଭିଯୋଗ ହୋଇଆସୁଛି । ୨୦୧୯ରେ ପ୍ରଶାସନ କୋଭିଡ୍‌ ମହାମାରୀକୁ ଆଳ କରି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲା । କରୋନା ଚାଲି ଯାଇଥିଲେ ହେଁ ପୂର୍ବଭଳି ୪ ଦ୍ୱାର ଦେଇ ପ୍ରବେଶ ପ୍ରସ୍ଥାନ ବ୍ୟବସ୍ଥାକୁ ଉନ୍ମୁକ୍ତ କରାଯାଉନାହିଁ । ପୂର୍ବଭଳି ୪ ଦ୍ୱାର ଦେଇ ପ୍ରବେଶ ପ୍ରସ୍ଥାନ ବ୍ୟବସ୍ଥା କରିବା ଦାବିକୁ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଆସୁଛି । 

ସେପଟେ କିଛି ଜଣାଶୁଣା ଲୋକଙ୍କ ଅନଶନ ଓ ଦାବି ପରେ ପଶ୍ଚିମଦ୍ୱାର ପୁରୀବାସୀଙ୍କ ନିମନ୍ତେ ଖୋଲିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା । ହେଲେ ଲୋକଙ୍କ ଅଗୋଚରରେ ସେବାୟତମାନେ ଆଣୁଥିବା ରାଜ୍ୟ ଓ ରାଜ୍ୟ ବାହାର ସେବାୟତଙ୍କୁ ମଧ୍ୟ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ନିମନ୍ତେ ପ୍ରଶାସନ ଅଲିଖିତ ନିଷ୍ପତ୍ତି ନେଇଛି । ଫଳରେ ଏହି ଦ୍ୱାର ଦେଇ ପ୍ରବେଶ ନିମନ୍ତେ ବାହାର ଶ୍ରଦ୍ଧାଳୁଙ୍କ ଭିଡ଼, ଠେଲାପେଲା ସାଙ୍ଗକୁ ଅଭାବନୀୟ ପରିସ୍ଥିତି ଅନେକ ସମୟରେ ସୃଷ୍ଟି ହେଉଛି । ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପଶ୍ଚିମ ଦ୍ୱାର ଦେଇ ବ୍ୟାରିକେଡ୍‌ ବ୍ୟବସ୍ଥା ଆପଣାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.