ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଉପରେ ଉଡିଲା ଡ୍ରୋନ୍‌, ପୁଲିସ ପ୍ରଶାସନ ନଜର ରଖୁନଥିବା ଅଭିଯୋଗ

ପୁରୀ,୨୭/୦୫: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଉପରେ ଉଡ଼ୁଛି ଡ୍ରୋନ୍‌ । ଯାହାକୁ ନେଇ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପରିସର କିମ୍ବା ଏହା ନିକଟସ୍ଥ ନିଷିଦ୍ଧାଞ୍ଚଳ ଉପରେ ଡ୍ରୋନ୍‌ ଉଡାଇବା ଉପରେ ପୁଲିସ ପ୍ରଶାସନ କଟକଣା ଲଗାଇଛି । ଶ୍ରୀମନ୍ଦିର ସୁରକ୍ଷା ଓ ଏହି ଅଞ୍ଚଳରେ ଶବ୍ଦ ପ୍ରଦୂଷଣକୁ ରୋକିବାକୁ  ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।  ମାତ୍ର ପରିକ୍ରମା ମାର୍ଗରେ ଡ୍ରୋନ୍‌ ଚକର କାଟୁଥିଲେ ହେଁ ପୁଲିସ ପ୍ରଶାସନ ନଜର ରଖୁନଥିବା ଅଭିଯୋଗ ହୋଇଛି । ପ୍ରଶାସନିକ  ଅନୁମତି ପାଇ ଏହି ଡ୍ରୋନ୍‌ ଉଡୁଛି ନା ନାହିଁ ତାହାର ତଦାରଖ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ  ପ୍ରଶାସନ ପାଖରେ ନିବେଦନ ମଧ୍ୟ ହୋଇଛି । 

ସୂଚନା ଥାଉକି, ଶ୍ରୀମନ୍ଦିର ପରିକ୍ରମା  ମାର୍ଗ ନିର୍ମାଣ ପରେ ଏଠାରେ ପୁଲିସ  ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ତେବେ ଆନ୍ତଃ ପରିକ୍ରମା ମାର୍ଗରେ ପୁଲିସ ଓ ସିକ୍ୟୁରିଟି ଗାର୍ଡମାନେ ମୁତୟନ ରହୁଥିବା ବେଳେ ବାହାର ପରିକ୍ରମା  ମାର୍ଗ ଜଗିବାକୁ କାହାରି ଦୃଷ୍ଟି ପଡ଼ୁନି ।  ଏହାର ସୁଯୋଗ ନେଇ ପରିକ୍ରମା ମାର୍ଗ ଉପରେ ଡ୍ରୋନ୍‌ ଉଡୁଛି । ଏହି ଡ୍ରୋନ୍‌  ଯୋଗେ ଶ୍ରୀମନ୍ଦିର ଭିତର ଫଟୋ  ନିଆଯାଉଛି ବୋଲି ଅଭିଯୋଗ ହେଉଛି ।

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.