ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶିନୀ, ସିଂହଦ୍ଵାର ଥାନାରେ ଅଟକ

ପୁରୀ, ୨୩/୦୩ : ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଛନ୍ତି। ଶନିବାର ଏହି ବିଦେଶିନୀଙ୍କୁ ୨୨ ପାହାଚ ଠାରେ ସେବାୟତ ଚିହ୍ନଟ କରିଛନ୍ତି। ପରେ ସିଂହଦ୍ଵାର ଥାନା ପୁଲିସ ବିଦେଶିନୀଙ୍କୁ ଅଟକ ରଖିଛି। 

ସୂଚନାନୁଯାୟୀ, ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ। ସେ ଶ୍ରୀମନ୍ଦିର ଭିତରେ ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଥିବା ବେଳେ କେଉଁ କାରଣ ପାଇଁ ସେ ପ୍ରବେଶ କଲେ ସେନେଇ ପୁଲିସ ଅଧିକ ଅନୁସନ୍ଧାନ କରୁଛି। ବିଦେଶିନୀଙ୍କ ସହିତ ଯାଇଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ସେ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିବା ଜଣାପଡିଛି। ତାଙ୍କର ପାସପୋର୍ଟ ଯାଞ୍ଚ୍ କରାଯାଉଛି। ସଂପୃକ୍ତ ବିଦେଶିନୀ ୨୦୨୩ ମସିହାରେ ମଧ୍ୟ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି।

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.