ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଖରୀରେ ବୁଡ଼ି ଜଣେ ମୃତ

ଜି.ଉଦୟଗିରି, ୧୫/୪ : ପୋଖରୀରେ ବୁଡ଼ି ଜଣେ ମୃତ୍ୟୁ। ସୋମବାର ସକାଳେ ଜି.ଉଦୟଗିରି ବଜାର ବନ୍ଧରେ ଜଣେ ବ୍ୟକ୍ତି ଅସାବଧାନତା ଯୋଗୁଁ ବୁଡି ଯାଇଥିଲେ। ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ବଡସାହିର ଆକାଶ କୁମାର ନାୟକ(୫୪ ବର୍ଷ)। 

ସୂଚନାନୁଯାୟୀ, ଆକାଶ ସ୍ଥାନୀୟ ବଜାର ବନ୍ଧରେ ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି  ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଜି.ଉଦୟଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.