ବ୍ରହ୍ମଗିରି, ୧୨/୦୯ : ମାଛ ଜାଲରେ ପଡିଲା ବିରାଟକାୟ ଅଜଗର। ସୋମବାର ରାତିରେ ଗବକୁଣ୍ଡ ଗାଁର କିଛି ଯୁବକ ଚିଲିକାକୁ ମାଛ ଧରିବାକୁ ଯାଇ ଜାଲ ବସାଇ ଆସିଥିଲେ। ଆଜି ସକାଳ ୬ଟାରେ ମାଛ ଧରା ଜାଲ ପୁଡା ଭିତରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି l
ଘଟଣା ସ୍ଥଳରେ ବ୍ରହ୍ମଗିରି ରେଞ୍ଜ ଅଧିକାରୀ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସନ୍ତୋଷ କୁମାର ସ୍ୱାଇଁ, ସୁଶାନ୍ତ ଜେନା, ସମ୍ବିତ ନାୟକ ପ୍ରମୁଖ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ l ସାପ ଟିର ଲମ୍ବା ପ୍ରାୟ ଆଠ ଫୁଟ ହେବ ବୋଲି ବନବିଭାଗ କହିଥିବା ବେଳେ ସାପଟି କୌଣସି ଜଙ୍ଗଲରୁ ଆସି ଲୁଣି ପାଣି ଭିତରେ ପଶି ଆସିଥିବା ଆନୁମାନ କରାଯାଇଛି l ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ତତ୍ୱାବଧାନରେ ସାପକୁ ଜାଲ ଭିତରୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ବନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠା ଯାଇଛି l ପରେ ସାପକୁ ସ୍ଥାନୀୟ ଅଭାୟରଣ୍ୟରେ ଛଡ଼ାଯିବ ବୋଲି ଜଣାପଡିଛି l