ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଅବ୍‌ଜେକ୍ସନ ମାଇଁ ଲର୍ଡ’ରେ ଲିଡ୍ କ୍ୟାରେକ୍ଟରରେ ନଜର ଆସିବେ ଜୋୟା, ଓକିଲ ଭୂମିକାରେ କରିବେ ଅଭିନୟ

ମୁମ୍ବାଇ ୧୩/୦୪: ସୁପର୍‌ଷ୍ଟାର ସଲମାନ ଖାନ୍‌ ଓ ଆମିର ଖାନ୍‌ଙ୍କ ସହ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଓ  ‘ମନ୍‌’ ଭଳି ଫିଲ୍ମରେ ଶିଶୁ କଳାକାର ଭାବେ ନଜର ଆସିଥିଲେ ଜୋୟା ଆଫ୍ରୋଜ ।  ଏବେ ବଡ଼ ହୋଇ ଲିଡ୍‌ ରୋଲ୍‌ ପ୍ଲେ କରିବାକୁ ଅଣ୍ଟା ଭିଡୁଛନ୍ତି । ତାଙ୍କ ଅପ୍‌କମିଙ୍ଗ  ଫିଲ୍ମର ନାଁ ‘ଅବ୍‌ଜେକ୍ସନ ମାଇଁ ଲର୍ଡ’ । କଳା ଯାଦୁ ଉପରେ ପର୍ଯ୍ୟବସିତ ଏହି ଫିଲ୍ମରେ ଜୋୟା ଜଣେ ଓକିଲ ଭୂମିକାରେ ନଜର ଆସିବେ । ତାଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର କରିବେ ପର୍ଲ ଭି ପୁରୀ ।  

ଫିଲ୍ମ ଓ ନିଜ ଭୂମିକା ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରି ଜୋୟା କହିଛନ୍ତି,  ଏହି ଫିଲ୍ମ ଜରିଆରେ ଅଲୌକିକ ଘଟଣା ଓ ଆଇନର ସୀମା ମଧ୍ୟରେ ଆମେ  ପ୍ରବେଶ କରୁଛୁ । ଲୁକ୍କାୟିତ ରହସ୍ୟଗୁଡ଼ିକର ଖୁଲାସା କରୁଛୁ ଏବଂ ଗଭୀର  ଭାବେ ବିଶ୍ୱାସ କରାଯାଉଥିବା ଅନ୍ଧବିଶ୍ୱାସର ପରୀକ୍ଷା କରୁଛୁ । ଏହି ଜଟିଳ  କୋର୍ଟରୁମ୍‌ ଡ୍ରାମାରେ ଓକିଲ ଭୂମିକା ପାଇଁ ମୁଁ ପ୍ରସ୍ତୁତ ହୋଇଛି । ଏହି ଅନୁଭବ ଅତ୍ୟନ୍ତ ରୋମାଞ୍ଚକର । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲେଖକ-ନିର୍ଦ୍ଦେଶକ  ଆୟାଜ କୋହଲି । ଏହି ସୃଜନାତ୍ମକ ଯାତ୍ରାକୁ ଦର୍ଶକ ଭଲପାଇବେ ବୋଲି  ଜୋୟା ଆଶାବାଦୀ । ‘ଦ ଏକ୍ସପୋଜ୍‌’ରେ ଜଣେ ଯୁବ କଳାକାର ଭାବେ ସେ  ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ତା’ପରେ ‘ମୁଖବୀର- ଦ ଲଭ୍‌ ଷ୍ଟୋରୀ  ଅଫ୍‌ ଏ ସ୍ପାଏ’ ଓ ‘ମତ୍ସ୍ୟ କାଣ୍ଡ୍‌’ରେ ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.