ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ସ୍ୱାଧୀନତା ପରେ ଭାରତୀୟ କ୍ରିକେଟ୍‌ର ଥିଲା ଆଇସିସି ସଦସ୍ୟତା ହରାଇବାର ବିପଦ; ଜବାହରଲାଲ ନେହେରୁଙ୍କ ନିଷ୍ପତ୍ତି ବଦଳାଇଦେଲା ସବୁ କିଛି

ନୂଆଦିଲ୍ଲୀ,୧୭/୧୧: ଆଜି କ୍ରିକେଟ୍ ଦୁନିଆରେ ଭାରତର ସ୍ଥିତି ଏକ ସୁପର ପାୱାର୍‌ ଭଳି। ଭାରତ ପାଖରେ ରହିଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ। ଭାରତୀୟ କ୍ରିକେଟ୍ ଦଳ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦଳ ଯାହା ବର୍ତ୍ତମାନ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଜିତିବାର ଦ୍ୱାରଦେଶରେ ପହଞ୍ଚିଛି। ଦେଶରେ ଏକ ପର୍ବ ଭଳି ପାଳନ କରାଯାଉଥିବା ଏହି ଖେଳର ଯାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଏବଂ ଉତ୍ସାହଜନକ ରହିଆସିଛି, କିନ୍ତୁ ଆପଣ ଜାଣନ୍ତି କି ୧୯୪୭ ମସିହାରେ ଭାରତ ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇବା ପରେ ଭାରତୀୟ କ୍ରିକେଟ୍ ଆଇସିସି ସଦସ୍ୟତା ହରାଇବାର ବିପଦ ବଢ଼ିବାରେ ଲାଗିଥିଲା। 

ପଢ଼ନ୍ତୁ: ଦିନିକିଆ ବିଶ୍ବକପ୍‌ରେ କେତେଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ; କାହାର ପଲ୍ଲା ରହିଛି ଭାରି ?

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନିଷ୍ପତ୍ତି ହେତୁ ଏହା ଅକ୍ଷୁର୍ଣ୍ଣ ରହିପାରିଥିଲା। ସେତେବେଳେ ବିଶ୍ୱ କ୍ରିକେଟ୍ ସଂସ୍ଥା ଆଇସିସି ଇମ୍ପେରିଆଲ୍ କ୍ରିକେଟ୍ କନ୍‌ଫରେନ୍ସ ଭାବରେ ଜଣାଶୁଣା ଥିଲା, ଯାହା ସେହି ସମୟରେ ବ୍ରିଟିଶ୍ ରାଜତନ୍ତ୍ରର ପୃଷ୍ଠପୋଷକତାରେ ଥିଲା। ବର୍ତ୍ତମାନ ଆଇସିସି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଭାବରେ ଜଣାଶୁଣା।

ରାଜ୍ୟଗୋଷ୍ଠୀ କ୍ରିଡ଼ା ସଦସ୍ୟତାରେ ଥିଲା ଭାରତୀୟ କ୍ରିକେଟର ଭୂମିକା: 

ବିଶ୍ୱବ୍ୟାପୀ ସଦସ୍ୟ ହେବା ପାଇଁ ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରିଡ଼ାର ସଦସ୍ୟତା ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସୂଚନାଥାଉକି, ୧୯୪୭ ମସିହାରେ ଭାରତ ବ୍ରିଟିଶ ଶାସନରୁ ସ୍ବାଧିନତା ପାଇବା ପରେ ମଧ୍ୟ ନୂତନ ସରକାର ବ୍ରିଟିଶ ରାଜାଙ୍କୁ ସେପର୍ଯ୍ୟନ୍ତ ମାନୁଥିଲେ, ଯେପର୍ଯ୍ୟନ୍ତ ଭାରତର ଏକ ନିଜସ୍ବ ସମ୍ବିଧାନ ଓ ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇନଥିଲା। ଏଥି ସହିତ କଂଗ୍ରେସ ପାର୍ଟି ଚାହୁଁଥିଲା ଯେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେଉ ଏବଂ ବ୍ରିଟିଶ ରାଜତନ୍ତ୍ର ସହିତ ସମସ୍ତ ସମ୍ପର୍କ ଛିନ୍ନ କରୁ। ସେହି ସମୟ ମଧ୍ୟରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟଲି ଏବଂ ବିରୋଧୀଦଳ ନେତା ୱିନଷ୍ଟନ୍ ଚର୍ଚ୍ଚିଲ ଭାରତକୁ ରାଜ୍ୟଗୋଷ୍ଠୀ କ୍ରିଡ଼ାର ଏକ ଅଂଶ ହେବାକୁ ପ୍ରସ୍ତାବ ଦେଇଥିଲେ।

ପଢ଼ନ୍ତୁ: ବିଶ୍ବକପ୍‌ ୨୦୨୩ରେ ଆକର୍ଷଣୀୟ ପ୍ରଦର୍ଶନ ପରେ ଏବେ ସ୍କୁଲ୍‌ ପାଠ୍ୟକ୍ରମରେ 'ହିଟ୍‌ ମ୍ୟାନ୍‌'; ଭାଇରାଲ ହେଉଛି ଫଟୋ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଭାରତର ରାଜ୍ୟଗୋଷ୍ଠୀର ଏକ ଅଂଶ ବୋଲି ଧାରଣାକୁ ବିରୋଧ କରିଥିଲେ ଏବଂ ସ୍ବାଧୀନତା ପାଇବା ପରେ ବ୍ରିଟିଶ କ୍ରାଉନ୍ ସହିତ କୌଣସି ରାଜନୈତିକ କିମ୍ବା ସାମ୍ବିଧାନିକ ସମ୍ପର୍କ ବଜାୟ ରଖିବା ଉଚିତ ନୁହେଁ ବୋଲି ବିଶ୍ୱାସ କରିଥିଲେ।

ଭାରତକୁ ରାଜ୍ୟଗୋଷ୍ଠୀ କ୍ରିଡ଼ାର ସଦସ୍ୟ ହେବାକୁ ସମର୍ଥନ କରିଥିଲେ ନେହେରୁ: 

ବ୍ରିଟିଶ-ଭାରତୀୟ ସାମ୍ବାଦିକ ମିହିର ବୋଷ ତାଙ୍କ ପୁସ୍ତକ 'ନାଇନ ଓ୍ବେଭ୍‌ସ: ଦ ଏକ୍ସଟ୍ରା ଅର୍ଡିନାରି ଷ୍ଟୋରୀ ଅଫ୍ ଇଣ୍ଡିଆନ୍ କ୍ରିକେଟ୍'ରେ ଲେଖିଛନ୍ତି ଯେ, ଚର୍ଚିଲ ପରାମର୍ଶ ଦେଇଛନ୍ତି ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେଲେ ମଧ୍ୟ ଦେଶ ରାଜ୍ୟଗୋଷ୍ଠୀ ମଧ୍ୟରେ ଏକ ଗଣତନ୍ତ୍ର ହୋଇ ରହିପାରିବ ଏବଂ ରାଜାଙ୍କୁ ସ୍ବୀକାର କରିପାରିବ। ବ୍ରିଟିଶ ରାଜାଙ୍କୁ ମଧ୍ୟ ଏହି ବିଚାରଧାରା ପସନ୍ଦ ଆସିଥିଲା। ଭାରତକୁ ରାଜ୍ୟଗୋଷ୍ଠୀରେ ରଖିବାକୁ ନେହେରୁ ରାଜି ହୋଇଥିଲେ।

You can also read: ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ର କ୍ରେଜ୍‌ : ଦୁଇ ଲକ୍ଷ ଟଙ୍କାରୁ ଅଧିକ ବଢିଲା ହୋଟେଲ ରୁମ୍ ଦର


 

Copyright © 2022 - Summa Real Media Private Limited. All Rights Reserved.