ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେଡିକାଲ ଜର୍ଣ୍ଣାଲ ଲାନ୍‌ସେଟ୍‌ ସର୍ବେକ୍ଷଣ ତଥ୍ୟ; ୨୦ % ଟାଇପ୍‌ ୨ ଡାଏବିଟିସ୍‌ର କାରଣ ବାୟୁ ପ୍ରଦୁଷଣ

ନୂଆଦିଲ୍ଲୀ,୨୯/୦୪: ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ପିଏମ୍‌ ୨.୫ କଣିକା ପଦାର୍ଥ ସହିତ ପ୍ରଦୂଷିତ ବାୟୁରେ ଦୀର୍ଘ ସମୟ ସଂସ୍ପର୍ଶରେ ଆସିବା ଦ୍ବାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବଢ଼ିଥାଏ । ପ୍ରତିଷ୍ଠିତ ମେଡିକାଲ୍ ଜର୍ନାଲ୍ ଲାନସେଟ୍‌ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଟାଇପ୍ ୨ ଡାଇବେଟିସ୍‌ର ୨୦% ମାମଲା ପିଏମ୍‌ ୨.୫ ପ୍ରଦୂଷକ ସହିତ ଲଗାତର ସମ୍ପର୍କରେ ଆସିବା ଦ୍ବାରା ହୋଇଥାଏ। ଏହି ମାଇକ୍ରୋ ପ୍ରଦୂଷକ ତେଲ, ଡିଜେଲ, ବାୟୋମାସ୍ ଏବଂ ପେଟ୍ରୋଲ ଜାଳିବା ଦ୍ୱାରା ନିର୍ଗତ ହୁଏ। ଭାରତରେ ପ୍ରଦୂଷଣ ବୃଦ୍ଧି ଏବଂ ବହୁ ଜନସଂଖ୍ୟା କ୍ଷତିକାରକ ବାୟୁରେ ଆକ୍ରାନ୍ତ ହେବା ଯୋଗୁ ଏହି ଅଧ୍ୟୟନର ବ୍ୟାପକ ପ୍ରଭାବ ରହିଛି।

ପିଏମ୍‌ ୨ ପ୍ରଦୂଷକକୁ ପ୍ରାୟତଃ ଘାତକ କୁହାଯାଏ ଏବଂ ସହରାଞ୍ଚଳରେ ବାୟୁ ପ୍ରଦୂଷଣର ଏହା ଏକ ପ୍ରମୁଖ ଉପାଦାନ ଅଟେ। ଅଧ୍ୟୟନରୁ ଜଣାପଡିଛି ଯେ ପିଏମ୍‌ ୨.୫ ର ସଂସ୍ପର୍ଶରେ ଆସିବା କାରଣରୁ ଆପଣଙ୍କ ସ୍ବୟଂଚାଳିତ ସ୍ନାୟୁ ପ୍ରଣାଳୀକୁ ଟ୍ରିଗର କରିଥାଏ ଏବଂ ଇନସୁଲିନ୍ ପ୍ରତିରୋଧର ଆଶଙ୍କା ବଢ଼ାଇଥାଏ, ଯାହା ଦ୍ବାରା ହୃଦଘାତର ଆଶଙ୍କା ମଧ୍ୟ ବଢ଼ିଥାଏ।

ଅଧ୍ୟୟନରୁ ଜଣାପଡିଛି ଯେ ପିଏମ୍‌ ୨.୫ ପ୍ରଦୂଷକ ପ୍ରତି ମାସିକ ସଂସ୍ପର୍ଶରେ ଆସିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢ଼ିଥାଏ ଏବଂ ଦୀର୍ଘ ଦିନ (ପ୍ରାୟ ଏକ ବର୍ଷ) ଧରି ରହିବା ଦ୍ବାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ୨୦% ବଢ଼ିପାରେ। ନିମ୍ନ ସାମାଜିକ-ଅର୍ଥନୈତିକ ଗୋଷ୍ଠୀର ପୁରୁଷଙ୍କ ମଧ୍ୟରେ ବାୟୁ ପ୍ରଦୂଷଣ ଏବଂ ମଧୁମେହ ମଧ୍ୟରେ ସମ୍ବନ୍ଧ ଅଧିକ ଦେଖିବାକୁ ମିଳିଛି। ପ୍ରମାଣରୁ ଜଣାପଡିଛି ଯେ ପିଏମ୍‌ ୨.୫ ଉଭୟ ମଧୁମେହ ଏବଂ ମଧୁମେୟ ଜନିତ ଉପାଦାନ ହିଁ ଲୋକଙ୍କ ମଧ୍ୟରେ କିଡନୀ ରୋଗ ବଢ଼ାଇ‌ଥାଏ। 

ପ୍ରାୟ ୫୩୭ ନିୟୁତ ଲୋକ ଟାଇପ୍ ୨ ଡାଇବେଟିସ୍ ରେ ପୀଡ଼ିତ ଏବଂ ସେମାନଙ୍କ ମଧ୍ୟରୁ ଅଧା ଜାଣି ନାହାଁନ୍ତି ଯେ ସେମାନେ ମଧୁମେହରେ ପୀଡ଼ିତ ଅଛନ୍ତି। ହୁ' ଅନୁଯାୟୀ, ଭାରତରେ ୧୮ ବର୍ଷରୁ ଅଧିକ ବୟସର ପ୍ରାୟ ୭୭ ନିୟୁତ ଲୋକ ମଧୁମେହ (ଟାଇପ୍ ୨) ରେ ପୀଡିତ ଏବଂ ପ୍ରାୟ ୨୫ ନିୟୁତ ଲୋକଙ୍କର ମଧୁମେହ ରୋଗ ରହିଛି ବା ଭବିଷ୍ୟତରେ ମଧୁମେହ ହେବାର ଆଶଙ୍କା ଅଧିକ।

ଭାରତୀୟ ସହରରେ ପ୍ରଦୂଷିତ ବାୟୁ:

ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ଅନୁଯାୟୀ, ବିହାରର ବେଗୁସରାଇ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ଉଭା ହୋଇଥିବାବେଳେ ଦିଲ୍ଲୀକୁ ସବୁଠାରୁ ଖରାପ ବାୟୁ ଗୁଣବତ୍ତା ସହିତ ରାଜଧାନୀ ଭାବେ ଚିହ୍ନଟ କରାଯାଇଥିଲା। ଜାତୀୟ ରାଜଧାନୀ ୨୦୧୮ ଠାରୁ ଚାରିଥର ବିଶ୍ୱର ପ୍ରଦୂଷିତ ରାଜଧାନୀ ଭାବରେ ସ୍ଥାନିତ ହୋଇଛି। ସ୍ୱିସ୍ ସଂଗଠନ IQAir ଦ୍ବାରା ବିଶ୍ବର ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୩ ଅନୁଯାୟୀ, ବାଂଲାଦେଶ (୭୯.୯ ମାଇକ୍ରୋଗ୍ରାମ ପ୍ରତି ଘନମିଟର) ଏବଂ ପାକିସ୍ତାନ (୭୩.୭ ମାଇକ୍ରୋଗ୍ରାମ ପ୍ରତି ଘନମିଟର) ପରେ ୧୩୪ ଦେଶ ମଧ୍ୟରୁ ତୃତୀୟ ସବୁଠାରୁ ପ୍ରଦୁଷିତ ବାୟୁ ଗୁଣବତ୍ତା ଦେଶ ଅଟେ ।





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.