ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରାଜ୍ୟର ସବୁ ବିଦ୍ୟାଳୟ ହେବ ହାଇଟେକ୍‌, ଟାବ୍‌ରେ ଅପଲୋଡ୍‌ ହେବ ସ୍କୁଲ୍‌ ତଥ୍ୟ

ଭୁବନେଶ୍ୱର, ୨୬।୬: ରାଜ୍ୟର ସବୁ ବିଦ୍ୟାଳୟ ହେବ ହାଇଟେକ୍‌ । ବିଦ୍ୟାଳୟର କୌଣସି ତଥ୍ୟ ଆଉ କାଗଜରେ ଲେଖା ହୋଇରହିବ ନାହିଁ । ଏଣିକି ଏ ସବୁ ତଥ୍ୟ ଟାବଲେଟ୍‌ରେ ଅପ୍‌ଲୋଡ୍‌ ହେବ । ଏଥିରେ ପିଲା ଓ ଶିକ୍ଷକଙ୍କ ଉପସ୍ଥାନଠାରୁ ଆରମ୍ଭ କରି ସ୍କୁଲ୍‌ର ଆର୍ଥିକ କାରବାର ପର୍ଯ୍ୟନ୍ତ ସବୁ ରହିବ । ଏହାହେଲେ ସ୍କୁଲ ସିଧାସଳଖ ସଚିବାଳୟ ସହ ଯୋଡ଼ି ହୋଇଯିବ ଏବଂ ମନ୍ତ୍ରୀ, ସଚିବ ସ୍କୁଲ୍‌କୁ ନ ଯାଇ ରାଜଧାନୀରେ ବସି ବିଦ୍ୟାଳୟର ସବୁ କାର୍ଯ୍ୟ ନିରୀକ୍ଷଣ କରିପାରିବେ । ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । 

ଏଥିପାଇଁ ସବୁ ସ୍କୁଲକୁ ପ୍ରଦାନ କରାଯିବ ଗୋଟିଏ ଲେଖାଁ ଟାବଲେଟ୍‌ । ଏକ ଘରୋଇ ସଂସ୍ଥାକୁ ଟାବ୍‌ ଯୋଗାଇ ଦେବାକୁ ଚିଠି କରାଯାଇଛି । ଆଗରୁ କେବଳ ପ୍ରାଥମିକ ଶିକ୍ଷକଙ୍କୁ ପାଠ ପଢ଼ାଇବା ପାଇଁ ଟାବ୍‌ ବଣ୍ଟନ କରାଯାଇଥିଲା । ଏବେ କିନ୍ତୁ ରାଜ୍ୟର ସବୁ ବିଦ୍ୟାଳୟର ତଥ୍ୟକୁ ନିରୀକ୍ଷଣ କରିବାକୁ ଏହି ଟାବ୍‌ ଯୋଗାଇ ଦିଆଯିବ । ଏ ନେଇ ଏସ୍‌ଓପି ଜାରି କରାଯାଇଛି । ଏହାକୁ ବ୍ଲକ ଶିକ୍ଷା ଅଧିକାରୀମାନେ ପାଳନ କରିବେ । ସେହି ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଲିମ ଦେବେ । ବିଇଓମାନେ ଏହି ଟାବ୍‌କୁ ଉକ୍ତ ସଂସ୍ଥାଠାରୁ ଗ୍ରହଣ କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ । ଯଦି କୌଣସି ସ୍କୁଲ ବନ୍ଦ ହୋଇଛି କିମ୍ବା ଅନ୍ୟ ସ୍କୁଲ୍‌ରେ ମିଶିଯାଇଛି, ସେହି ସ୍କୁଲ୍‌ ନାଁରେ ଟାବ୍‌ ଆସିଥିବା ଟାବ୍‌କୁ ବିଇଓ ପାଖରେ ରଖିବେ । ଟାବ୍‌ରେ ଏକ ପ୍ରକାର ସଫ୍ଟୱେର୍‌ ମୋବାଇଲ୍‌ ଡିଭାଇସ୍‌ ମ୍ୟାନେଜମେଣ୍ଟ୍‌ (ଏମ୍‌ଡିଏମ୍‌) ଅପଲୋଡ୍‌ କରାଯିବ । ଆବଶ୍ୟକ ଆପ୍‌ ମଧ୍ୟ ଇନ୍‌ଷ୍ଟଲ୍‌ କରାଯିବ । ୟୁଡାଇଏସ୍‌ ପ୍ଲସ୍‌ ଅପଡେଟ୍‌ କରାଯିବ । ଟାବ୍‌ରେ ଲାଇବ୍ରେରୀ ଓ ପରୀକ୍ଷା ମଡ୍ୟୁଲ୍‌ ଆଦି ରହିବ । 

ଟାବ୍‌ ବ୍ୟବହାର ନେଇ ଓସେପା ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏପରିକି ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ସିଆର୍‌ସିସିଙ୍କୁ ଟାବ୍‌ ବ୍ୟବହାର ନେଇ ତାଲିମ ଦିଆଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତବର୍ଷ ପ୍ରାଥମିକ ଶିକ୍ଷକଙ୍କୁ ଟାବ୍‌ ଦିଆଯାଇଥିଲା । ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଟିଚର ରିସୋର୍ସ ପ୍ୟାକେଜ୍‌ରେ ୮ ଇଞ୍ଚିଆ ଟାବ୍‌ଲେଟ୍‌ ଦିଆଯାଇଥିଲା । ଏହାଦ୍ୱାରା ପିଲାଙ୍କୁ ପଢ଼ାଇବାକୁ କୁହାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ୟୁଟ୍ୟୁବ୍‌ ଚ୍ୟାନେଲର ବିଷୟବସ୍ତୁ ଛାତ୍ରଛାତ୍ରୀଙ୍କୁ ଦେଖାଇବାକୁ କୁହାଯାଇଥିଲା । ଏହାସହ ଦୀକ୍ଷା ଆପ୍‌, ମଧୁ ଆପ୍‌, ନିଷ୍ଠା ମଡ୍ୟୁଲ, ଇ-ପାଠଶାଳା ଆଦିରୁ ବିଷୟବସ୍ତୁ ନେଇ ଶିକ୍ଷାଦାନ କରିବାକୁ ମଧ୍ୟ କୁହାଯାଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.