ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

କୋଣାର୍କ ଏନ୍ଏସିରେ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋଣାର୍କ,୩।୮(ଆପ୍ର) କୋଣାର୍କ ଏନ୍ଏସିରେ  ଉନ୍ନୟନମୂଳକ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବିନା ଟେଣ୍ଡରରେ ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥାକୁ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କାର ଏକାଧିକ କାମ ଦିଆଯାଇ ଅର୍ଥ ହରିଲୁଟ ହୋଇଥିବା ଏନ୍ଏସିର ୫ନମ୍ଵର ୱାର୍ଡ କାଉନସିଲର ଇଂ ନିହାର ରଂଜନ ବେଉରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। 

 ଗତ ଜାନୁଆରୀ ମାସରେ କୋଣାର୍କ ଏନ୍ଏସିରେ ୩ଟି ପ୍ରବେଶ ପଥ ତୋରଣ ଲଗାଇବା ନିମନ୍ତେ ପ୍ରାୟ ଏକ କୋଟି ଟଙ୍କା, ଡିଜିଟାଲ ଏଲ୍ଇଡି ବିଜ୍ଞାପନ ବୋର୍ଡ ନିମନ୍ତେ ୯୭ ଲକ୍ଷ ଟଙ୍କା, ତ୍ରିରଙ୍ଗା ଫ୍ଲେକ୍ସିବୁଲ ଏଲ୍ଇଡି ଲାଇଟ୍ ନିମନ୍ତେ ପ୍ରାୟ ୧୫ଲକ୍ଷ ଟଙ୍କା କଲ୍ ନୋଟିସ୍ ମାଧ୍ୟମରେ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିଲା। କୋଣାର୍କ ଭୁବନେଶ୍ୱର ରାସ୍ତା ବନାଖଣ୍ଡି ଛକ ନିକଟରେ କୋଣାର୍କ ଏନ୍ଏସିର ପ୍ରବେଶ ପଥରେ ଲଗାଯାଇଥିବା ୟୁ-ପିଭିସି ଓ ଜିଆଇ ଆଙ୍ଗଲ ଗେଟ୍ ବାବଦକୁ କୋଣାର୍କ ଏନ୍ଏସି ପକ୍ଷରୁ ନିର୍ମାଣକାରୀ ସଂସ୍ଥାକୁ ୨୩ ଲକ୍ଷ ୪୩ ହଜାର ୪୬୮ଟଙ୍କା ପୈଠ କରାଯାଇଛି। କାକଟପୁର ରାସ୍ତାର କାକଟପୁର ବ୍ଲକ ଅନ୍ତର୍ଗତ ଚମ୍ପାହାର ମୌଜାଠାରେ ଆଉ ଗୋଟିଏ ଗେଟ୍ ମୂଳଦୁଆ ନିର୍ମାଣ ପରେ ଜଣାପଡିଲା ଏହା କୋଣାର୍କ ଏନ୍ଏସି ଅଞ୍ଚଳ ପରିସରଭୁକ୍ତ ନୁହେଁ। ଏଣୁ ଗତ ୧ ତାରିଖରେ ସଂପୃକ୍ତ ନିର୍ମାଣକୁ ଛାଡ଼ି ୨୦୦ଫୁଟ୍ ଦୂରରେ ଆଉ ଏକ ମୂଳଦୁଆ ନିର୍ମାଣ କରି ୟୁ-ପିଭିସି ଗେଟ୍ ଲଗାଯାଇଛି। ଚନ୍ଦ୍ରଭାଗାଠାରେ ଛଅ ଥାକିଆ ରାଜପଥ ଉପରେ ଲାଗିବାକୁ ଥିବା ପ୍ରବେଶ ପଥ ତୋରଣ ମୁଳଦୂଆ ପଡିଛି।

କାଉନସିଲର ଇଂ ନିହାର ରଞ୍ଜନ ବେଉରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ଦେଇଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ  ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନସଚିବ, ବିଭାଗୀୟ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଖୁବଶୀଘ୍ର କଂଗ୍ରେସ ପକ୍ଷରୁ କୋଣାର୍କ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୋଣାର୍କ ନଗର କଂଗ୍ରେସ ସଭାପତି ଉପେନ୍ଦ୍ର କୁମାର କାଣ୍ଡି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.