ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

‘ ଗଦର-୨’ ପରେ ‘ହମରାଜ’ର ମଧ୍ୟ ହେବ ସିକ୍ୱେଲ୍‌ ! ଅଭିନେତ୍ରୀ ଅମିଷା ପଟେଲ ଦେଲେ ବଡ଼ ଅପଡେଟ୍‌

ମୁମ୍ୱାଇ : ୨୩ ବର୍ଷ ପର ଯେବେ ଗଦର : ଏକ୍‌ ପ୍ରେମ୍‌ କଥାର ସିକ୍ୱେଲ ରିଲିଜ୍‌ ହୋଇଥିଲା ତ, ଏହାକୁ ଦର୍ଶକ ଖୁବ୍‌ ଭଲ ପାଇବା ଦେଇଥିଲେ। ଏହି ଫିଲ୍ମଟି ମଧ୍ୟ ଭଲ ବ୍ୟବସାୟ କରିଥିଲା। ଗଦର-୨ ର ସଫଳତା ପରେ , ଅମିଷା ପଟେଲଙ୍କର ହିଁ ଫିଲ୍ମ ହମରାଜ୍‌ର ସିକ୍ୱେଲ ହେବାର ମଧ୍ୟ ଖବର ଆସୁଥିଲା। ଏବେ ଅଭିନେତ୍ରୀ ଏହି ଫିଲ୍ମକୁ ନେଇ ବଡ଼ ଅପଡେଟ୍‌ ଦେଇଛନ୍ତି। 

ଇନଷ୍ଟାଣ୍ଟ ବଲିଉଡ୍‌ର ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଅମିଷା ପଟେଲଙ୍କର ଏକ ଭିଡ଼ିଓ ପୋଷ୍ଟ କରାଯାଇଛି। ଏହି ଭିଡ଼ିଓରେ ଅମିଷା ପଟେଲ ହମରାଜ-୨ର ସିକ୍ୱେଲ ଉପରେ ଟିପ୍ପଣୀ ଦେବାର ନଜର ଆସୁଛି। ଅଭିନେତ୍ରୀଙ୍କୁ ପଚରା ଯାଉଥିଲା କି, ହମରାଜ-୨ ବିଷୟରେ ଆଲୋଚନା ହେଇଥିଲା, ଏହାକୁ ନେଇ କଥା କେତେ ଆଗକୁ ବଢିଛି। ଏହା ଉପରେ ଅମିଷା କହିଛନ୍ତି କି କାମ ଜାରି ରହିଛି। 

ଅମିଷା ପଟେଲ କହିଛନ୍ତି , ସ୍କ୍ରିପ୍ଟ ଉପରେ ବହୁତ ଧ୍ୟାନର ସହକାରେ କାମ ଚାଲିଛି। ପୂରା ଟିମ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି। କିନ୍ତୁ ,ସେ ଏହା ବି ଜାଣନ୍ତି କି ଯେମିତି ଗଦରକୁ ନେଇ ଦର୍ଶକଙ୍କର ବହୁତ ଅପେକ୍ଷା ଥିଲା। ଯେଉଁ ଫିଲ୍ମ ଯାହା ଲୋକଙ୍କର ମନ ମସ୍ତିଷ୍କରେ ରହି ଯାଇଛି , ଯାହାର ଗୀତ ଖୁବ୍‌ ହିଟ୍‌ , ତ ଏହାକୁ ଟପ୍‌ କରିବା ବି ଏକ କଠିନ ଟାସ୍କ। ପରିଶ୍ରମ ଜାରି ରହିଛି। ଖୁବ୍‌ ଶୀଘ୍ର , ଯେବେ ସେ ଏହାକୁ କ୍ରାକ୍‌ କରିଯିବେ ତ ଆପଣ ଏକ ଗୁଡ୍‌ ନ୍ୟୁଜ୍‌ ଶୁଣିବେ।

ହମରାଜ ଫିଲ୍ମ ୨୦୦୨ରେ ରିଲିଜ ହୋଇ ଥିଲା। ଏହି ଫିଲ୍ମକୁ ଅବାସ୍‌ ମସ୍ତାନଙ୍କ ଦ୍ୱାରା ନିର୍ଦ୍ଦେଶିତ କରାଯାଇଥିଲା। ଏହି ଫିଲ୍ମଟି ଏକ ରୋମାଣ୍ଟିକ ଥ୍ରୀଲର ଫିଲ୍ମ ଥିଲା। ଉକ୍ତ ଫିଲ୍ମରେ ଅମିଷା ପଟେଲଙ୍କ ସହ ବବି ଦେଓଲ ଓ ଅକ୍ଷୟ ଖନ୍ନା ନଜର ଆସି ଥିଲେ। 

କହି ରଖୁଛୁ କି , କହୋନା ପ୍ୟାରେ ହୈ , ଗଦର : ଏକ୍‌ ପ୍ରେମ୍‌ କଥା ପରେ ଏହା ଅମିଷା ପଟେଲଙ୍କର ଲଗାତାର ୩ୟ ହିଟ୍‌ ଫିଲ୍ମ ଥିଲା । ଏହି ଫିଲ୍ମର ଗୀତ ମଧ୍ୟ ଲୋକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇଥିଲା। 

ସୂଚନା ଯେ, ଅମିଷା ପଟେଲ ନିଜର ସୁପରହିଟ୍‌ ଫିଲ୍ମ ଗଦରର ସିକ୍ୱେଲ ଦ୍ୱାରା ସିଲଭର ସ୍କ୍ରିନ୍‌କୁ ଫେରିଥିଲେ। ଏହି ଫିଲ୍ମରେ ଅମିଷା ପଟେଲ ଓ ସନି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.