ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରିଲା ମୁଖତାର ଅନସାରୀଙ୍କ ଅନ୍ତିମ ସଂସ୍କାର, ଶେଷଥର ପାଇଁ ମୁହଁ ଦେଖିପାରିଲେନି ପତ୍ନୀ

ଲକ୍ଷ୍ନୌ,୩୦।୩: କଡ଼ା ସୁରକ୍ଷା ଭିତରେ ସରିଲା ଉତ୍ତରପ୍ରଦେଶର ମାଫିଆ ଡନ୍‌ ତଥା ମଉର ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ଶେଷକୃତ୍ୟ।୬୦ ବର୍ଷୀୟ ମୁଖତାର ଅନସାରୀଙ୍କୁ  ଶନିବାର   ଗାଜିପୁରର କାଲିବାଗ କବ୍ରିସ୍ତାନରେ କବର ଦିଆଯାଇଛି। ଗୁରୁବାର ରାତିରେ ଜେଲ ଭିତରେ ହୃଦ୍‌ଘାତରେ ସେ ପ୍ରାଣ ହରାଇଥିଲେ।ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ବାଦ ବିବାଦ ପରେ ଶେଷରେ ଅନ୍ତିମ ସଂସ୍କାର ସରିଲା। ପରିବାର ଲୋକ ଜେଲ୍ କର୍ତ୍ତୁପକ୍ଷ ସ୍ଳୋ ପଏଜନ୍ ଦେଇଥିବାର ଅଭିଯୋଗ ଆଣିଥିଲେ।

ଅନସାରୀଙ୍କ ଅନ୍ତିମ ସଂସ୍କାରରେ ଭାଗ ନେବାକୁ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ, କିନ୍ତୁ ପ୍ରଶାସନ କେବଳ ତାଙ୍କ ପରିବାର ଲୋକଙ୍କୁ ହିଁ ଏଥିରେ ସାମିଲ ହେବାକୁ ଅନୁମତି ଦେଇଥିଲା। ଅନ୍ତିମ ସଂସ୍କାରରେ ପରିବାର ଲୋକଙ୍କ ଭିତରେ ପୁଅ ଉମର ଅନସାରୀ ଓ ଭାଇ ଅଫଜଲଙ୍କ ବ୍ୟତୀତ ଆଉ କେହି ନଥିଲେ। 

ଅନସାରୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ପତ୍ନୀ ଶେଷଥର ପାଇଁ ତାଙ୍କ ମୁହଁ ଦେଖିପାରି ନଥିଲେ। କାରଣ ତାଙ୍କ ପତ୍ନୀ ଅଫଶାନ୍ ଅନସାରୀଙ୍କୁ ଗିରଫ ହେବାର ଭୟ ଥିଲା। ସେ ଦୀର୍ଘ ଦିନ ହେବ ଫେରାର ଅଛନ୍ତି।  ଅଫଶାନଙ୍କ ବିରୋଧିରେ ଅନେକ ମାମଲା ରହିଛି। ୟୁପି ପୋଲିସ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିବା ସହ ୭୫ ହଜାର ଟଙ୍କାର ପୁରସ୍କାର ରଖିଛି। ଅଫାଶାନ୍‌ଙ୍କ ବିରୋଧରେ ଜମି ହଡପଠାରୁ ନେଇ ଗ୍ୟାଙ୍ଗଷ୍ଟର ଆକ୍ଟ ପର୍ଯ୍ୟନ୍ତ ବହୁ ଗମ୍ଭୀର ମାମଲା ରହିଛି।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.