ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

କେଜ୍ରିୱାଲଙ୍କୁ ଗିରଫ ପରେ ଆସିଲା ଆନ୍ନା ହଜାରେଙ୍କ ପ୍ରତିକ୍ରିୟା: କହିଲେ- ମୁଁ ଦୁଇଥର ଚିଠି ଲେଖିଥିଲି, ହେଲେ ସେ ...

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ ବଢିବାରେ ଲାଗିଛି। ଏହା ଭିତରେ ସାମାଜିକ କର୍ମୀ ଆନ୍ନା ହଜାରେ କେଜ୍ରିଓ୍ବାଲଙ୍କ ଗିରଫକୁ ନେଇ ଦେଇଛନ୍ତି ବଡ ବୟାନ। ଆନ୍ନା କହିଛନ୍ତି, ମୋ କଥା ଟିକେ ବି ଶୁଣୁନଥିଲେ। କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ହେବାପରେ ନୂତନ ମଦ ନୀତିକୁ ନେଇ ମୁଁ ତାଙ୍କୁ ଦୁଇଥର ଚିଠି ଲେଖିଥିଲି। ମୋତେ ଦୁଃଖ ଲାଗିଥିଲା ଯେତେବେଳେ ସେ ମୋ କଥା ଶୁଣିନଥିଲେ। ଆଉ ଏବେ ସେ ଗିରଫ ହେଲେ।’

ଆନ୍ନା କହିଛନ୍ତି, ଯେତେବେଳେ କେଜ୍ରିଓ୍ବାଲ ଓ ମନୀଷ ସିସୋଦିଆ ନୂଆ ନୂଆ ଆମ ସାଙ୍ଗରେ ଥିଲେ, ସେତେବେଳେ ମୁଁ ତାଙ୍କୁ କହିଥିଲି ସବୁବେଳେ ଦେଶର ଭଲ ପାଇଁ କାମ କରିବ, କିନ୍ତୁ ସେମାନେ ଏହି କଥାକୁ ଧ୍ୟାନ ଦେଇନଥିଲେ। ଯିଏ ମୋ ସହିତ  କାମ କରିଥିଲେ ଓ ମଦ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ, ସେମାନେ ମଦନୀତି ଲାଗୁ  କରିବେ ତାଠାରୁ ଆଉ କ’ଣ ଦୁଃଖର କଥା ମୋ ପାଇଁ ହୋଇପାରେ ?  ଏବେ ମୁଁ ତାଙ୍କୁ କୌଣସି ପରାମର୍ଶ ଦେଉନି। ଆଇନ ଓ ସରକାରଙ୍କୁ ଯାହା କରିବାର ଅଛି ତାହା କରନ୍ତୁ।

ଦିଲ୍ଲୀରେ ନୂତନ ମଦ ନୀତି ନଭେମ୍ବର ୨୦୨୧ ରୁ ଲାଗୁ ହୋଇଥିଲା। କିନ୍ତୁ ଆରମ୍ଭରୁ ଏହି ନୀତି ବିବାଦରେ ଥିଲା। ପରେ ଦିଲ୍ଲୀ ତତ୍କାଳୀନ ମୁଖ୍ୟ ସଚିବ ଏଲଜି ଭିକେ ସାକେସେନାଙ୍କୁ ରିପୋର୍ଟ ଦିଆଯାଇଥିଲା, ଯେଉଁଥିରେ ମଦ ନୀତିରେ ଅନିୟମିତତା ଥିବାର ଅଭିଯୋଗ ଥିଲା। ପରେ ସିବିଆଇ ମାମଲା ରୁଜୁ କରିଥିଲା। ମନି ଲଣ୍ଡରିଂ ମାମଲାର ଯାଞ୍ଚ ପାଇଁ ଇଡି ମଧ୍ୟ ମାମଲା ରୁଜୁ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.