ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା, ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ

ଭୁବନେଶ୍ଵର, ୧୦/୦୪ : ବିଜେଡିର ନିର୍ବାଚନ ଇସ୍ତାହାର କମିଟି ଘୋଷଣା। ନିର୍ବାଚନ ଇସ୍ତାହାର ପାଇଁ ୩୮ ଜଣିଆ କମିଟି ଗଠନ କରାଯାଇଛି। ଚନ୍ଦ୍ରଶେଖର ସାହୁଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ଏହା ସହ ୬ ଜଣଙ୍କୁ ସହ-ଉପାଧ୍ୟକ୍ଷ ଦାୟିତ୍ଵ ପ୍ରଦାନ କରାଯାଇଛି। ଅମର ପଟ୍ଟନାୟକଙ୍କୁ ଆବାହକ ଓ ସସ୍ମିତ ପାତ୍ରଙ୍କୁ ସହ-ଆବାହକ ଦାୟିତ୍ଵ ଦିଆଯାଇଛି। ଇସ୍ତାହାରରେ ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନକୁ ପ୍ରାଥମିକତା ଦିଆଯିବ।

ସୂଚନାନୁଯାୟୀ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିସାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ରଙ୍କୁ ସହ ଉପାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ଏହି ନିର୍ବାଚନ ଇସ୍ତାହାର କମିଟିରେ ଅତନୁ ସବ୍ୟସାଚୀ ନାୟକ, ଅଚ୍ୟୁତାନନ୍ଦ ସାମନ୍ତ, ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ ଦାସ ବର୍ମା, ସ୍ନାହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ଦିବ୍ୟ ଶଙ୍କର ମିଶ୍ର, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜିବ ବିଶ୍ଵାଳ, ସୁବାଷ ସିଂ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠି, ରମେଶ ଚନ୍ଦ୍ର ମାଝି, ଦିଲୀପ ତିର୍କି, ରବି ନାରାୟଣ ନନ୍ଦ, ଅମରେଶ ପତ୍ରି, ନିଜାମୁଦ୍ଦୀନ, ତନ୍ମୟ ସ୍ଵାଇଁ, ଜ୍ୟୋସ୍ନାରାଣୀ ପରିଡ଼ା, ବିଷ୍ଣୁପ୍ରିୟା ଦାସ, ସଞ୍ଜିତ ମହାନ୍ତି, ପଙ୍କଜିନି ମଙ୍ଗରାଜ, ମାମିନା ନାୟକ, କିଶୋର ଦେବତା ଏହି କମିଟିର ସଦସ୍ୟ ଅଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.