ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଆର୍ ରହମାନଙ୍କ କମାଲ, ଏଆଇ ଜରିଆରେ କ୍ରିଏଟ୍ କଲେ ଦିବଂଗତ ଗାୟକଙ୍କ ସ୍ୱର

ନୂଆଦିଲ୍ଲୀ ୩୧/୦୧:  ତାମିଲ ଫିଲ୍ମ ‘ଲାଲ୍‌ ସଲାମ୍‌’ରେ ଦିବଂଗତ ପ୍ରଚ୍ଛଦପଟ୍ଟ ଗାୟକଙ୍କ ସ୍ୱର ଶୁଣିବାକୁ ପାଇବେ ସିନେପ୍ରେମୀ । ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ଏଆର୍‌ ରହମାନ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଜରିଆରେ ଏହି କମାଲ୍‌ କରିଛନ୍ତି । ଭାରତୀୟ ଗୀତଗୁଡ଼ିକରେ ପୂର୍ବରୁ ଏଆଇର ପ୍ରୟୋଗ ହୋଇଥିଲେ ମଧ୍ୟ, ‘ଲାଲ୍‌ ସଲାମ୍‌’ ଫିଲ୍ମର ଗୀତ ‘ତିମିରି ୟେଜହୁଦା’ ପ୍ରଥମ ଗୀତ ଯାହା ଦିବଂଗତ ଗାୟକଙ୍କୁ ଆନୁଷ୍ଠାନିକ ଭାବେ ଶ୍ରେୟ ଦେଇଛି ।




ଏହି ଗୀତରେ ବମ୍ବା ବାକ୍ୟା ଓ ଶାହୁଲ ହମିଦଙ୍କ ସ୍ୱରକୁ ରହମାନ ଏଆଇ ଜରିଆରେ ପୁନର୍ଜୀବିତ କରିଛନ୍ତି । ବମ୍ବା ବାକ୍ୟା ଜଣେ ଲୋକପ୍ରିୟ ଗାୟକ । ଏଆର୍‌ ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘୨.୦’ ଓ ‘ବିଗିଲ୍‌’ ଫିଲ୍ମରେ ସେ ଗାଇଥିଲେ । ୨ ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା । ଶାହୁଲ ହମିଦ ୯୦ ଦଶକରେ ଏଆର୍‌ ରହମାନଙ୍କ ସଙ୍ଗୀତ ସଂଯୋଜନାରେ ଅନେକ ଶାସ୍ତ୍ରୀୟ ସଙ୍ଗୀତରେ କଣ୍ଠଦାନ କରିଥିଲେ । ୨୭ ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା । ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ନିର୍ଦ୍ଦେଶିତ ‘ଲାଲ୍‌ ସଲାମ୍‌’ରେ ବିକ୍ରାନ୍ତ ଓ ବିଷ୍ଣୁ ବିଶାଲ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ରଜନୀକାନ୍ତଙ୍କର ଏକ ଛୋଟ ଭୂମିକା ଏଥିରେ ରହିଛି । ନିକଟରେ ଫିଲ୍ମର ଅଡିଓ ଲଞ୍ଚ୍‌ ହୋଇଥିଲା । ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ଫିଲ୍ମଟି ଥିଏଟରକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.