ଭୁବନେଶ୍ୱର ୨୯/୦୨: ଯୁଗ ଆଗେଇବା ସହ ଧୀରେ ଧୀରେ ମାନସିକତାରେ ପରିବର୍ତ୍ତନ ଆସୁଛି । ଲୋକମାନେ ଅତୀତକୁ ଫେରିବାକୁ ପସନ୍ଦ କରୁଛନ୍ତି । ଏଥିସହିତ ଖରାଦିନେ ମାଟି ପାତ୍ରର ଚାହିଦା ମଧ୍ୟ ବଢିଚାଲିଛି । ସେଥିପାଇଁ ପ୍ରାୟ ପରିବାରରେ ଅତ୍ୟାଧୁନିକ ରୋଷେଇ ଉପକରଣ ପରିବର୍ତ୍ତେ ମାଟି ପାତ୍ରର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଏହାକୁ ସଫା କରିବା ସମୟରେ ଚିନ୍ତାରେ ପଡୁଛନ୍ତି । କିନ୍ତୁ ବାସ୍ତବରେ ମାଟି ପାତ୍ର ସଫା କରିବା ଆଦୌ କଷ୍ଟକର ନୁହେଁ । କେବଳ କେତୋଟି ହ୍ୟାକ୍ସ ଜାଣିବା ଦରକାର ।
ଗରମ ପାଣିରେ ସଫା କରିବା :
ମାଟି ପାତ୍ରକୁ ସଫା କରିବା ପାଇଁ ଗରମ ପାଣିର ସାହାଯ୍ୟ ନେଇପାରିବେ । ଏହି ଗରମ ପାଣିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ନିଅନ୍ତୁ । ମାଟି ପାତ୍ର ସଫା ହେବା ସହ ଚକାକଚ୍ ଲାଗିବ ।
ସ୍କବର୍ର ବ୍ୟବହାର କରନ୍ତୁ :
ମାଟି ପାତ୍ରରେ ଗରମ ପାଣି ପକାଇ ସ୍କବର୍ରେ ସାମାନ୍ୟ ଡିଟରଜେଣ୍ଟ୍ ମିଶାଇ ସଫା କରିପାରିବେ । କିନ୍ତୁ ହାଲ୍କା ହାତରେ ସ୍କବର୍ରେ ସଫା କରିବା ଉଚିତ୍ । ସଫା କରିବା ସମୟରେ ସତର୍କତା ଅବଲମ୍ବନ ଜରୁରି । ନଚେତ୍ ଭାଙ୍ଗି ଯାଇପାରେ ।
ସିର୍କା ଓ ଗରମ ପାଣି :
ସିର୍କା ଓ ଗରମ ପାଣି ସାହାଯ୍ୟରେ ଅପରିଷ୍କାର ହୋଇଥିବା ମାଟି ପାତ୍ରକୁ ସଫା କରିପାରିବେ । ଏହାବ୍ୟତୀତ ଯଦି ମାଟି ବାସନରେ କୌଣସି ଦାଗ ଲାଗିଥାଏ, ଏହାକୁ ମଧ୍ୟ ସିର୍କା ମାଧ୍ୟମରେ ଛଡାଇ ପାରିବେ ।