ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

୭ ଘଣ୍ଟାରୁ କମ୍ ଶୋଉଥିଲେ ସାବଧାନ ! ଦେଖାଦେଇପାରେ ହାର୍ଟ ଆଟାକ୍ ଭଳି ସମସ୍ୟା

ନୂଆଦିଲ୍ଲୀ, ୧୩।୧୧: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅଧିକ କାମ ଯୋଗୁଁ ଲୋକଙ୍କୁ ଅନିଦ୍ରା ହେବାକୁ ପଡ଼ୁଛି । ଭଲ ନିଦ୍ରା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏହା ଫଳରେ ମାନସିକ ସ୍ତରରେ ଶାନ୍ତି ରହିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । କମ୍ ନିଦ୍ରା ଯୋଗୁଁ ଅନେକ ପ୍ରକାର ରୋଗ ଦେଖାଯାଏ । ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ, ସର୍ବନିମ୍ନ ୭-୯ ଘଣ୍ଟା ଶୋଇବା ଉଚିତ୍ । କିନ୍ତୁ, ବର୍ତ୍ତମାନ ଅନେକ ଲୋକ ୭ ଘଣ୍ଟାରୁ କମ୍ ଶୋଉଛନ୍ତି । ଏଭଳି କଲେ ଏହାର ଫଳାଫଳ କ’ଣ ହେବ ଆସନ୍ତୁ ଜାଣିବା ।  

୭ ଘଣ୍ଟାର ନିଦ୍ରା କାହିଁକି ଜରୁରୀ ? 

୭ ଘଣ୍ଟା ଧରି ଶୋଇଲେ ଏହି ସମୟରେ ଶରୀରର କୋଷିକାର ପୁନଃନିର୍ମାଣ ହୁଏ । ପର୍ଯାପ୍ତ ପରିମାଣରେ ନିଦ ହେବା ଶରୀର ପାଇଁ ଆବଶ୍ୟକ । ଫଳରେ ଆପଣ ଫୁର୍ତ୍ତି ଅନୁଭବ କରନ୍ତି  ଓ କାର୍ଯ୍ୟ କରିବାକୁ ଇଚ୍ଛା ହୁଏ । 

ଅଧିକ ଥକ୍କାପଣ : ଯଦି ଆପଣ ୭ ଘଣ୍ଟାରୁ କମ୍ ଶୋଉଛନ୍ତି, ତେବେ ଦିନସାରା ଥକ୍କା ଅନୁଭବ କରନ୍ତି । ଏହାର ପ୍ରଭାବ କାମ ଉପରେ ପଡ଼େ ଓ କାମରେ ଫୋକସ୍ ରହେନାହିଁ । ଚିନ୍ତାଧାରା ଓ ନିଷ୍ପତ୍ତି ନେବା କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼େ । 

ଓଜନ ବୃଦ୍ଧି : ପର୍ଯ୍ୟାପ୍ତ ପରିମାଣର ନିଦ ନ ହେଲେ ଶରୀରରେ ଗ୍ରେଲିନ୍ ଓ ଲେପ୍ଟିନ୍‌ ଉଭୟ ହର୍ମୋନ୍ସର ସନ୍ତୁଳନ ବିଗିଡ଼ିଯାଏ । ଗ୍ରେଲିନ୍ ହର୍ମୋନ ଅଧିକ ଭୋକ କରାଉଥିବା ବେଳେ ଲେପ୍ଟିନ୍‌ ହର୍ମୋନ ଖାଦ୍ୟ ଖାଇବା ପରେ ପେଟ ପୂରିଛି କି ନାଇଁ ତା’ର ସଙ୍କେତ ଦିଏ । ପର୍ଯାପ୍ତ ନିଦ ନ ନେଲେ ଗ୍ରେଲିନ୍ ହର୍ମୋନର ସ୍ତର ବଢ଼ିଯାଏ । ତେଣୁ ଅଧିକ ଭୋକ ଲାଗେ । ବିଶେଷ କରି ଅଧିକ କ୍ୟାଲୋରୀ ଓ ସୁଗାର ଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ଏହା ସହିତ ଲେପ୍ଟିନ୍‌ ହର୍ମୋନର ସ୍ତର ହ୍ରାସ ପାଏ । ତେଣୁ ଏଧିକ ଖାଦ୍ୟ ଖାଇବା ପରେ ପେଟ ଭରିଯାଇଥିଲେ ସୁଦ୍ଧା ଅନୁଭବ ହୋଇନଥାଏ । ହର୍ମୋନ୍‌ର ଏଭଳି ଅସନ୍ତୁଳନ ବିଶେଷ କରି ସନ୍ଧ୍ୟା ସମୟରେ ହୋଇଥାଏ । ଯାହା ଫଳରେ ଓଜନ ବୃଦ୍ଧି ହୁଏ । 

ମାନସିକ ସ୍ତରରେ ପ୍ରଭାବ : କମ୍ ଶୋଇବା ଫଳରେ ଏହାର ସିଧାସଳଖ ପ୍ରଭାବ ମାନସିକ ସ୍ଥିତି ଉପରେ ପଡ଼େ । ସମୟକ୍ରମେ ଅନେକ ମାନସିକ ସମସ୍ୟା ଦେଖାଦିଏ ଓ ଅନେକଙ୍କର ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଏ । 

ହାର୍ଟ ଆଟାକ୍  : ଶୋଇବା ସମୟରେ ଶରୀରର ଭିତର ଅଂଶର କାର୍ଯ୍ୟକରିବାର କ୍ଷମତା ବଢ଼େ ଓ ଶରୀରରେ ଥିବା ଦୂଷିତ ଓ ବିଷାକ୍ତ ପଦାର୍ଥ ସଫା ହୁଏ । କିନ୍ତୁ, ନିଦ ପୂରା ନ ହେଲେ ଶରୀରରେ ଥିବା ଏହି ବିଷାକ୍ତ ପଦାର୍ଥ ସଫା ହୋଇପାରେନାହିଁ । ତେଣୁ ଉଚ୍ଚ ରକ୍ତଚାପ ଭଳି ରୋଗ ଓ ହାର୍ଟ ଆଟାକ୍ ଭଳି ହୃଦ୍‌ରୋଗ ଆଶଙ୍କା ବୃଦ୍ଧି ପାଏ ।    

  • prameyanews
  • PrameyaOdia
  • prameya
  • health care
  • Copyright © 2022 - Summa Real Media Private Limited. All Rights Reserved.