ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଏହା ସିଷ୍ଟମ ମୁହଁରେ ଚାପୁଡା...’, କେଜ୍ରିଓ୍ବାଲଙ୍କ ନିର୍ବାଚନୀ ଭାଷଣ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେଲା ଇଡି

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଶୁଣାଣି କରୁଛନ୍ତି।  ଶୁଣାଣି ବେଳେ କେଜ୍ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ତାଙ୍କ କ୍ଲାଏଣ୍ଟଙ୍କ ଗିରଫଦାରୀ ଠିକ୍ ନଥିଲ। ଏହି କାରଣରୁ ତାଙ୍କର ରିମାଣ୍ଡ ଠିକ୍ ନଥିଲା। ଇଡି ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ ଏସଭି ରାଜୁ କହିଛନ୍ତି, କେଜ୍ରିଓ୍ବାଲଙ୍କ ଗିରଫଦାରୀରେ କୌଣସି ପକ୍ରିୟାର ଉଲଂଘନ ହୋଇନାହିଁ।

ଏହାକୁ ନେଇ ସୁପ୍ରିମକୋର୍ଟ ସଲିସିଟର ଜେନେରାଲଙ୍କୁ କହିଛନ୍ତି, ଏହି ପ୍ରସଙ୍ଗ ଉବରେ ଯୁକ୍ତି କରିବାର ଆବେଦନ ଶୁଣାଣି ଯୋଗ୍ୟ ନୁହେଁ। କୋର୍ଟ କହିଛନ୍ତି, ଯଦି ଏହି ମାମଲାରେ ଧାରା ୧୯ର ଉଲଂଘନ ହୁଏ, ତେବେ କୋର୍ଟ ହସ୍ତକ୍ଷେପ କରିପାରନ୍ତି। ଏହି ମାମଲାରେ ସେ ପ୍ରଥମେ ଆବେଦନ ଦାଖଲ କରିଥିଲେ ,କିନ୍ତୁ ଆମେ ସେତେବେଳେ ଶୁଣାଣି କରିନଥିଲୁ।

ନିର୍ବାଚନ ପ୍ରଚାର ସମୟରେ କେଜ୍ରିୱାଲ ଦେଇଥିବା ବକ୍ତବ୍ୟକୁ ନେଇ ସର୍ବୋଚ୍ଚ ଅଦଲାତରେ ପହଞ୍ଚିଛି ତଦନ୍ତକାରୀ ସଂସ୍ଥା। ସୁପ୍ରିମକୋର୍ଟ ଜାମିନ ଦେବାକୁ ନେଇ ପ୍ରଚାର ସମୟରେ କେଜ୍ରିୱାଲ କହିଥିଲେ, ଏହା 'ବ୍ୟବସ୍ଥା ଗାଲକୁ ଚାପୁଡା', ଏହାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁପ୍ରିମକୋର୍ଟରେ ପହଞ୍ଚିଛି।

 ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ୍ ସଞ୍ଜିବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।ଜାମିନରେ ଆସିବା ପରେ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି କେଜ୍ରିୱାଲ। ପ୍ରଚାର ସମୟରେ ସେ ବିରୋଧୀ ଦଳକୁ ଟାର୍ଗେଟ କରିବା ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଆକ୍ଷେପ କରିଛନ୍ତି। ପ୍ରଚାର ବେଳେ କେଜ୍ରିୱାଲ କହିଥିଲେ, "ମୋତେ ଜାମିନ ମିଳିବା ବ୍ୟବସ୍ଥା ଗାଲକୁ ଚାପୁଡା ଲାଗିବା ଭଳି। ପଦ୍ମ ଚିହ୍ନରେ ଭୋଟ୍ ଦେଲେ ମୋତେ ପୁଣି ଜୁନ୍‌ ୨ରେ ଜେଲ୍ ଯିବାକୁ ପଡ଼ିବ। ଯଦି ଆପଣମାନେ ଆପ୍‌କୁ ଭୋଟ୍ ଦିଅନ୍ତି, ତେବେ ମୋତେ ଆଉ ଜେଲ ଯିବାକୁ ପଡ଼ିବନି।" ଏହାକୁ ନେଇ ଜଷ୍ଟିସ୍ ଖାନ୍ନା କହିଛନ୍ତି, ଆମ ନିର୍ଦେଶ ବିଲକୁଲ୍‌ ସ୍ପଷ୍ଟ। ଆମେ ଅନ୍ତରୀଣ ଜାମିନ୍‌ ମିଆଦ ଧାର୍ଯ୍ୟ କରିଛୁ, କେବେଠାରୁ କେଉଁ ପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି ଦିଆଯାଇଛି। ଆରମ ନିର୍ଦେଶ ସ୍ପଷ୍ଟ ରହିଛି। କ’ଣ କିଏ କହୁଛି, ଏଥିରେ ଆମକୁ କିଛି ଫରକ ପଡେନି।  ଭଲ ହେବ ଆମେ ଆଇନଗତ ଦିଗ ଉପରେ ଯୁକ୍ତି କରିବା।‘

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.