ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୨୧ଦିନ ପରେ ଅରବିନ୍ଦ କେଜ୍ରିଓ୍ବାଲ ଆଜି ପୁଣି ଯିବେ ତିହାଡ଼ ଜେଲ୍ , ନିର୍ବାଚନ ପ୍ରଚାର ଲାଗି ମିଳିଥିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ, ୨/୬ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଜି ତିହାଡ଼ ଜେଲରେ ନିଜକୁ ସରେଣ୍ଡର କରିବାକୁ ପଡ଼ିବ । ଜାମିନ ଅବଧି ଶେଷ ହେବା ପରେ କୋର୍ଟରୁ କୌଣସି ଆଶ୍ବସ୍ତ ନ ମିଳିବା କାରଣରୁ କେଜ୍ରିଓ୍ବାଲ ରବିବାର ପୁଣି ଜେଲ ଫେରିଯିବେ । ସେ ୨୧ଦିନରୁ ବାହାରେ ଥିଲେ ଏବଂ ଲୋକସଭା ନିର୍ବାଚନରେ ନିଜ ଦଳ ଆପ୍ ଲାଗି ପ୍ରଚାର କରୁଥିଲେ । ସୁପ୍ରିମକୋର୍ଟ ୧୦ମଇକୁ ତାଙ୍କୁ ଅନ୍ତରୀଣ ଜାମିନକୁ ମଞ୍ଜୁରୀ ଦେଇଥିଲେ । ମାତ୍ର ପରେ କେଜ୍ରିଓ୍ବାଲ ମେଡ଼ିକାଲ ଗ୍ରାଉଣ୍ଡ ଦର୍ଶାଇ ଆଉ ସପ୍ତାହେ ପର୍ଯ୍ୟନ୍ତ ସମୟ ଦେବାକୁ ଦାବି କରିଥିଲେ । କିନ୍ତୁ ଟ୍ରାୟଲ କୋର୍ଟ ଏହି ଆବେଦନ ଉପରେ ୫ଜୁନ ପର୍ଯ୍ୟନ୍ତ ଆଦେଶକୁ ସୁରକ୍ଷିତ ରଖିଥିଲେ ।

କେଜ୍ରିଓ୍ବାଲଙ୍କୁ ୧୦ମଇରେ ୫୫ଦିନ ପରେ ଜାମିନ ମିଳିଥିଲା ଏବଂ ତିହାଡ଼ ଜେଲରୁ ବାହାରକୁ ଆସିଥିଲେ । ୨୧ମାର୍ଚ୍ଚରେ ଗିରଫ ପରେ ପ୍ରଥମେ ସେ ୧୦ଦିନ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଜେଲରେ ରହିଥିଲେ । ପରେ ୧ ଏପ୍ରିଲରେ କୋର୍ଟ ତାଙ୍କୁ ନ୍ୟାୟିକ ଜେଲ ତିହାଡ଼କୁ ପଠାଇ ଦେଇଥିଲେ । ପରେ ୩୯ଦିନ ତିହାଡ଼ ଜେଲରେ ବିତାଇଥିଲେ । ଏବେ ପୁଣି ଥରେ କେଜ୍ରିଓ୍ବାଲଙ୍କୁ ତିହାଡ଼ ଜେଲରେ ସରେଣ୍ଡର ହେବାକୁ ପଡ଼ିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.