ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଜ୍ଞାନବ୍ୟାପି ମାମଲା; ମସ୍‌ଜିଦ୍‌ ପରିସରର ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବାକୁ ଏଏସ୍‌ଆଇକୁ ମିିଳିଲା ଅତିରିକ୍ତ ୧୦ ଦିନ ସମୟ

Image source: TV9

ନୂଆଦିଲ୍ଲୀ,୧୮/୧୧: ବାରାଣାସୀ ଜିଲ୍ଲା କୋର୍ଟ ଶନିବାର ଦିନ ଜ୍ଞାନବ୍ୟାପି ମସଜିଦ ପରିସରର ବୈଜ୍ଞାନିକ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବାକୁ ଆହୁରି ୧୦ ଦିନ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରିପୋର୍ଟ ଦାଖଲ କରିବାକୁ ଏଏସ୍‌ଆଇକୁ ପୂର୍ବରୁ ନଭେମ୍ବର ୧୭ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା କିନ୍ତୁ ଶୁକ୍ରବାର ଦିନ ତାଙ୍କ ଓକିଲ କୋର୍ଟରୁ ଆଉ ୧୫ ଦିନ ମାଗିଥିଲେ। ହିନ୍ଦୁ ଦଳର ଓକିଲ ମଦନ ମୋହନ ଯାଦବଙ୍କ ଅନୁଯାୟୀ, ବୈଷୟିକ ରିପୋର୍ଟ ଗ୍ରହଣ କରାଯାଇ ନ ଥିବାରୁ ଏଏସଆଇ ଅଧିକ ସମୟ ମାଗିଥିଲା। ଶନିବାର ଦିନ ଏହି ମାମଲାର ଶୁଣାଣି କରି ଜିଲ୍ଲା ଜଜ୍ ଏ.କେ ବିଶ୍ୱେଶ ଏଏସଆଇକୁ ନଭେମ୍ବର ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ପଢ଼ନ୍ତୁ: 'ଗରିବଙ୍କ ପାଇଁ ମୁଁ ଜେଲ୍‌ ଯିବାକୁ ମଧ୍ୟ ପ୍ରସ୍ତୁତ ' … ଭରତପୁରରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି

ସୂଚନାଥାଉକି, ନଭେମ୍ବର ୨ ରେ, ଏଏସ୍‌ଆଇ କୋର୍ଟକୁ କହିଛି ଯେ ସର୍ଭେ ଶେଷ ହୋଇ ସାରିଛି, କିନ୍ତୁ ସର୍ଭେ କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତିର ବିବରଣୀ ସହିତ ରିପୋର୍ଟ ପ୍ରସ୍ତୁତ କରିବାକୁ ଅଧିକ ସମୟ ଲାଗିପାରେ। ଏହା ପରେ ନଭେମ୍ବର ୧୭ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଦାଖଲ କରିବାକୁ କୋର୍ଟ ଅତିରିକ୍ତ ସମୟ ଦେଇଥିଲେ। ଅକ୍ଟୋବର ୫ ତାରିଖରେ କୋର୍ଟ ଏଏସଆଇକୁ ଚାରି ସପ୍ତାହ ଅଧିକ ସମୟ ଦେଇଥିଲେ ଏବଂ ସର୍ଭେର ଅବଧି ଏହାଠାରୁ ଅଧିକ ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ କହିଥିଲେ।

ପଢ଼ନ୍ତୁ: ଇନ୍ଦିରାରୁ ଆଇରନ୍‌ ଲେଡି'ର ଯାତ୍ରା; ତାଙ୍କର ଗୋଟିଏ ନିଷ୍ପତ୍ତିରେ ଦୁଇଫାଳ ପାକିସ୍ତାନ, ଛିନ୍‌ଛତର୍ ଖଲିସ୍ତାନ; ଅଟଳ କହିଥିଲେ ଦୁର୍ଗା

କୋର୍ଟଙ୍କ ଆଦେଶ ପରେ ଜ୍ଞାନବ୍ୟାପୀ ପରିସରରର ସର୍ବେକ୍ଷଣ କାମ ଆରମ୍ଭ ହୋଇ‌ଥିଲା, ଯାହାକି ତିନି ମାସରୁ ଅଧିକ ସମୟ ଧରି ଚାଲିଥିଲା। ଏଏସ୍‌ଆଇର ୪୦ ସଦସ୍ୟ ବିଶିଷ୍ଟ ଟିମ୍‌ ସର୍ବେକ୍ଷଣରେ ଗ୍ରାଉଣ୍ଡ ଅନୁପ୍ରବେଶ ରାଡାର ସିଷ୍ଟମ ସମେତ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତିର ସାହାଯ୍ୟ ନେଇଥିଲେ। ନୂତନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଜ୍ଞାନବ୍ୟାପି ପରିସରରେ ନିର୍ମିତ ସଂରଚନା ଏବଂ ଏହାର ତଳ ମହଲା ସହିତ ଗମ୍ବୁଜ ଏବଂ ଉପର ମାପ କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ହାଇଦ୍ରାବାଦ ଏବଂ କାନପୁରର ବିଶେଷଜ୍ଞମାନେ ମଧ୍ୟ ସହଯୋଗ କରିଥିଲେ। ସର୍ଭେରେ, ଥ୍ରିଡି ଫଟୋଗ୍ରାଫି ଏବଂ ସ୍କାନିଂ ସହିତ ଡିଜିଟାଲ ମ୍ୟାପିଂ ମଧ୍ୟ କରାଯାଇଛି।

You can also read: ଭାରତରେ ଯୁଦ୍ଧ ବିମାନ ତିଆରି କରିବାର ରାସ୍ତା ସଫା, ‘ଜେନେରାଲ ଇଲେକ୍ଟ୍ରିକ୍‌’କୁ ଆମେରିକା ଦେଲା ସମସ୍ତ ମଞ୍ଜୁରୀ



Copyright © 2022 - Summa Real Media Private Limited. All Rights Reserved.