ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ, ୧୭/୦୯ : ସବୁ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା। ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ। ଆପ୍ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେଜ୍ରିୱାଲଙ୍କ ସ୍ଥାନରେ ଆତିଶି ମୁଖ୍ୟମନ୍ତ୍ରୀ ହେବେ। କେଜ୍ରିୱାଲ ଉପ-ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ଦେବା ପରେ ଆତିଶି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। 

୧୯୮୧ରେ ଦିଲ୍ଲୀର ଏକ ପଞ୍ଜାବୀ-ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଆତିଶି। ତାଙ୍କ ପିତାଙ୍କ ନାମ ବିଜୟ ସିଂହ ଏବଂ ମାତାଙ୍କ ନାମ ତୃପ୍ତା ୱାହି। ତାଙ୍କର ପିତା-ମାତା ଉଭୟ ଦିଲ୍ଲୀ ୟୁନିଭରସିଟିରେ ପ୍ରଫେସର ଥିଲେ। ନୂଆଦିଲ୍ଲୀର ସ୍ପ୍ରିଙ୍ଗଡେଲ୍ସ ସ୍କୁଲରେ ଆତିଶି ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ। ଏହାପରେ ଡିୟୁର ଷ୍ଟିଫେନ୍ସ କଲେଜରେ ସେ ଇତିହାସରେ ସ୍ନାତକ ଶେଷ କରିଥିଲେ। ୨୦୦୩ରେ ସେ ଅକ୍ସଫୋର୍ଡ ୟୁନିଭରସିଟିରୁ ଏମଏ ପାସ୍ କରିଥିଲେ। ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ସେ ମନୀଷ ସିସୋଦିଆଙ୍କ ଶିକ୍ଷା ପରାମର୍ଶକ ଭାବରେ କାର୍ଯ୍ୟରତ ଥିଲେ। ସେହି ସମୟରେ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ଥିଲେ। ୨୦୧୩ରେ ଆତିଶି ଆମ୍ ଆଦମୀ ପାର୍ଟି ଜଏନ୍ କରିଥିଲେ। ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରରେ ଶିକ୍ଷା ମନ୍ତ୍ରୀ ମନୀଷ ସିସିଦିଆଙ୍କ ମୁଖ୍ୟ ପରାମର୍ଶକ ଥିଲେ। ଏହାପରେ ସେ ଶିକ୍ଷା ମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥିଲେ। ରାଜନୀତିରେ ଯୋଗ ଦେବା ପୂର୍ବରୁ ଆତିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ଜଣେ ଆକ୍ଟିଭିଷ୍ଟ ଭାବରେ କାମ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଆତିଶିଙ୍କ ନେଟୱର୍ଥ ୧ କୋଟି ୪୧ ଲକ୍ଷ ଟଙ୍କା। ୨୦୨୩ ମାର୍ଚ୍ଚ ୯ ତାରିଖରେ ଦିଲ୍ଲୀ ସରକାରରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଥିଲା। ଶିକ୍ଷା, ମହିଳା ଏବଂ ଶିଶୁ ବିକାଶ, ସଂସ୍କୃତି, ପର୍ଯ୍ୟଟନ, ଏବଂ ଲୋକ ନିର୍ମାଣ ବିଭାଗର ଦାୟିତ୍ଵ ଦିଆଯାଇଥିଲା। ଏହା ସହ ରାଜସ୍ଵ, ଯୋଜନା ଏବଂ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଏବେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ପ୍ରକାଶ ଥାଉକି, ଗତ ୧୩ ତାରିଖରେ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇ ମୁକୁଳିବା ପରେ ଇସ୍ତଫା ଦେବା ଲାଗି ଘୋଷଣା କରିଥିଲେ। ସୁପ୍ରିମକୋର୍ଟରୁ ତାଙ୍କୁ ନ୍ୟାୟ ମିଳିଛି । ସେ ନିର୍ଦ୍ଦୋଷ ବୋଲି ଜନତା କହିବା ପରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ବୋଲି କେଜ୍ରିୱାଲ କହିଥିଲେ। ତାଙ୍କ ଇସ୍ତଫା ପରେ କୈଳାସ ଗେହଲଟ, ଗୋପାଳ ରାୟ, ଆତିଶି କିମ୍ବା କେଜରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ଆପ୍ ବିଧାୟକ ଦଳ ବୈଠକରେ ଆତିଶି ମର୍ଲେନାଙ୍କ ନାଁରେ ମୋହର ମାଜିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.