କୋଣାର୍କ,୧୫।୯ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଖାଦ୍ୟ ନପାଇ ହରିଣ ଏବେ ଗାଁ ଓ ବଜାର ମୁହାଁ ହେଉଥିବା ଦେଖିବାକୁ ମିଳିଛି। ରବିବାର ଅପରାହ୍ନରେ ଏକ ୩ ମାସର ହରିଣ ଛୁଆ କୋଣାର୍କ ବସଷ୍ଟାଣ୍ଡ ନିକଟରେ ଏଣେ ତେଣେ ବୁଲୁଥିଲା । ହରିଣଟିକୁ ଦେଖି ଶିକାର ପାଇଁ ବୁଲା କୁକୁର ଗୋଡାଉଥିଲେ । ସ୍ଥାନୀୟ ଲୋକମାନେ ଦେଖି ହରିଣ କୁ ଧରିଥିଲେ। ଖବରପାଇ କୋଣାର୍କ ବନ୍ୟପ୍ରାଣୀ ବନାଚଂଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରି କୋଣାର୍କ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ଏହି ହରିଣଟକୁ ଚିକିତ୍ସା ପରେ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ା ଯାଇଥିବା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି ।
ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ...