ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଶ୍ରୀକ୍ଷେତ୍ରରେ ଏକ ପ୍ରକାର ହେବ ବଡ଼ଦାଣ୍ଡ ପାର୍ଶ୍ୱ କୋଠାର ରଙ୍ଗ, ଗେରୁଆ ସହ ମିଶିବ ହାଲ୍‌କା ଗୋଲାପୀ

ପୁରୀ,୨୧/୧୧:ପୁରୀ ବଡ଼ଦାଣ୍ଡ ପାର୍ଶ୍ୱରେ ସମସ୍ତ କୋଠାକୁ ଗୋଟିଏ ପ୍ରକାର ରଙ୍ଗ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଭିତରେ ଏହି  ନିଷ୍ପତ୍ତି ସ୍ଥାନ ପାଇଛି । ଗେରୁଆ ସହ ହାଲକା ଗୋଲାପୀ ରଙ୍ଗ ମିଶାଇ ଏକ ସ୍ୱତନ୍ତ୍ର ରଙ୍ଗ ଦେବାକୁ ନିଷ୍ପତ୍ତି ହୋଇଥିବା ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ  ସୂଚନା ନେଇଛନ୍ତି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସବ୍‌କମିଟି ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି । 

ଶ୍ରୀ ଦାସ କହିଛନ୍ତି, ଯେହେତୁ ଶ୍ରୀମନ୍ଦିର କରିଡର ଓ  ବଡ଼ଦାଣ୍ଡ ପାଶ୍ୱର୍ରେ ବହୁ ସଂଖ୍ୟାରେ ମଠ, ମନ୍ଦିର ରହିଛି ତେଣୁ  ଧାର୍ମିକ ଭାବନାକୁ ସୁରକ୍ଷା ଦେବା ସହ ଉକ୍ତ ଅନୁଷ୍ଠାନର ସଂସ୍କୃତି  ସହ ସମଭାବାପନ୍ନ ରଙ୍ଗ ଦେବାକୁ ହେବ । ଏହାକୁ ଲକ୍ଷ୍ୟରେ ରଖି  ସବୁ ପ୍ରତିଷ୍ଠାନକୁ ଏକ ସ୍ୱତନ୍ତ୍ର ରଙ୍ଗ କରିବାକୁ ନିଷ୍ପତ୍ତି ହୋଇଛି । ସୂଚନା ଥାଉକି, ପୁରୀ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର  ପର୍ଯ୍ୟନ୍ତ ୩ କିଲୋମିଟର ବ୍ୟାପୀ ପୁରୀ ବଡ଼ଦାଣ୍ଡର ଦୁଇ ପାଶ୍ୱର୍ରେ  ୫ଶହରୁ ଅଧିକ ସରକାରୀ, ବେସରକାରୀ ପ୍ରତିଷ୍ଠାନ ସାଙ୍ଗକୁ  ବିଭିନ୍ନ ଲୋକଙ୍କ ଘର, ମଠ, ମନ୍ଦିର, ଦୋକାନ ରହିଛି । ସମସ୍ତ  ବ୍ୟାବସାୟିକ ଅନୁଷ୍ଠାନ ନିଜସ୍ୱ ଏକ ରଙ୍ଗକୁ ଅଫିସିଆଲ କୋର୍ଡ  ଭାବେ ବ୍ୟବହାର କରନ୍ତି । ଅନେକ ନିଜ ରାଶି ମୁତାବକ ଘରର  ରଙ୍ଗ କରନ୍ତି । ଧାର୍ମିକ ଅନୁଷ୍ଠାନମାନେ ମଧ୍ୟ ସେମାନଙ୍କ ଭାବାବେଗ  ସହ ଖାପ ଖାଉଥିବା ମଠ, ମନ୍ଦିରକୁ ରଙ୍ଗ ଦେଇଥାନ୍ତି । ତେଣୁ ସ୍ୱତନ୍ତ୍ର ରଙ୍ଗ ପ୍ରତି ଲୋକଙ୍କ ଭିତରେ ଭିନ୍ନ ମତ ପ୍ରକାଶ ପାଇଛି ।

Copyright © 2022 - Summa Real Media Private Limited. All Rights Reserved.