ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଇସ୍ତଫା ଦେଇ ବାଂଲାଦେଶ ଛାଡ଼ି ପଳାଇଲେ ଶେଖ୍‌ ହସିନା, ସେନା ମୁଖ୍ୟ କହିଲେ-ଶୀଘ୍ର ଗଠନ ହେବ ଅନ୍ତରୀଣ ସରକାର

ନୂଆଦିଲ୍ଲୀ: ସଂରକ୍ଷଣ ବିରୋଧୀ ହିଂସାରେ ଅଣନିଃଶ୍ବାସୀ ହୋଇଗଲାଣି ପଡ଼ୋଶୀ ବାଂଲାଦେଶ । ଶତାଧିକ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ଏହା ସହ ସେ ବାଂଲାଦେଶ ଛାଡ଼ି ଭାରତ ଚାଲିଆସିଥିବା କୁହାଯାଉଛି । ଶେଖ ହସିନାଙ୍କ ଇସ୍ତଫା ପରେ ସେନା ଏବେ ଦେଶର ଦାୟିତ୍ବ ନିଜ ହାତକୁ ନେଇଛି । ବାଂଲାଦେଶରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅନ୍ତରୀଣ ସରକାର ଗଠନ କରାଯିବ ବୋଲି ଘୋଷଣା କରିଛନ୍ତି ସେନା ମୁଖ୍ୟ ଜେନେରାଲ ଓ୍ବାକର ଉଜ-ଜମାନ୍‌ । ସେପଟେ ଶେଖ ହସିନା ହେଲିକପ୍ଟର ଯୋଗେ ନିଜ ସାନ ଭଉଣୀଙ୍କ ସହ ତ୍ରିପୁରାର ରାଜଧାନୀ ଅଗରତାଲାରେ ପହଞ୍ଚିଥିବା ଜଣାପଡ଼ିଛି । ଏହା ପରେ ସେ ଲଣ୍ଡନ ଯାଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । 

ଜୁଲାଇ ପ୍ରଥମ ସପ୍ତାହରୁ ଶେଖ ହସିନାଙ୍କ ବିରୋଧରେ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହା ଏବେ ତୀବ୍ର ରୂପ ଧାରଣ କରିଛି । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ଟିପଯାଇଛି । ରବିବାର ଗୋଟିଏ ଦିନରେ ୯୦ ଲୋକଙ୍କ ମୃତ୍ୟୁ ସମଗ୍ର ବିଶ୍ବକୁ ଚକିତ କରିଛି । ସଂରକ୍ଷଣ ବିରୋଧୀ ଆନ୍ଦୋଳନର ତୀବ୍ରତା ବଢ଼ିବା ଏବଂ ସେନାର ୪୫ ମିନିଟର ଅଲ୍ଟିମେଟମ ପରେ ଶେଖ ହସିନା ପଦରୁ ଇସ୍ତଫା ଦେବା ସହ ଦେଶ ଛାଡ଼ି ପଳାୟନ କରିଛନ୍ତି । ସୋମବାର ବାଂଲାଦେଶ ସେନା ମୁଖ୍ୟ ଓ୍ବାକର ଉଜ-ଜମାନ୍‌ କହିଛନ୍ତି ଯେ, ପ୍ରଧନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ଅନ୍ତରୀଣ ସରକାର ଦେଶକୁ ଚଳାଇବେ । ଏହା ସହ ସେ ନାଗରିକଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ଅପିଲ୍‌ କରିଛନ୍ତି । ସେପଟେ ସବୁ ହତ୍ୟାର ନିରପେକ୍ଷ ତଦନ୍ତ କରିବେ ବୋଲି ମଧ୍ୟ କହିଛନ୍ତି ଓ୍ବାକର ଉଜ-ଜମାନ୍‌ । 

ଏହା ପୂର୍ବରୁ ରବିବାର ଶେଖ ହସିନା ସରକାରଙ୍କ ବିରୋଧରେ ହଜାର ହଜାର ଆନ୍ଦୋଳନକାରୀ ହିଂସ୍ରକ ବିକ୍ଷୋଭ କରିଥିଲେ । ଏହି ପ୍ରଦର୍ଶନ ସମୟରେ ପ୍ରାୟ ୯୦ ଲୋକଙ୍କ ଜୀବନ ଯାଇଥିଲା । ସେହିଭଳି ଶତାଧିକ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଥର ମାଡ଼ କରିଥିଲେ । ତେବେ ଦେଶରେ ବଡ଼ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ସମାପ୍ତ କରିବାକୁ ଆନ୍ଦୋଳନକାରୀ ଅଡ଼ି ବସିଛନ୍ତି । ଏହି ଆନ୍ଦୋଳନରେ ଏବେ ସୁଦ୍ଧା ୩୦୦ ଲୋକଙ୍କ ଜୀବନ ଯାଇଛି । ଏହା ସହ ୨୦୦୯ରୁ ଥିବା ହସିନା ସରକାରର ମଧ୍ୟ ପତ୍ତନ ଘଟିଛି । ସେନା ହାତରେ ବାଂଲାଦେଶର ଦାୟିତ୍ବ ଥିବା ବେଳେ ଆଗକୁ ସ୍ଥିତି କେଉଁ ମୋଡ ନେବା ତା ଉପରେ ସମଗ୍ର ବିଶ୍ବର ନଜର ରହିଛି । 

  • Bangladesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.