ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବାଂଲାଦେଶର ବିରୋଧି ଦଳ ଭାରତୀୟ ଜିନିଷର ବହିଷ୍କାର ପାଇଁ ଚଳାଇଛି ଅଭିଯାନ, ଏହା ଭିତରେ ହସିନା ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୯।୩: ବାଂଲାଦେଶର ମୁଖ୍ୟ ବିରୋଧି ଦଳ ନେତାଙ୍କ ପକ୍ଷରୁ ଚାଲିଥିବା ଭାରତ ବିରୋଧି ଅଭିଯାନ ଭିତରେ ଶେଖ୍ ହସିନା ସରକାର ଭାରତରୁ ୫୦ ହଜାର ଟନ୍ ପିଆଜ ଆମାଦାମୀ କରିବେ। ହସିନା ସରକାରଙ୍କ ଆର୍ଥିକ ମାମଲାର କ୍ୟାବିନେଟ୍ କମିଟି ବୁଧବାର ଏସମ୍ପର୍କରେ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ବୈଠକର ଅଧ୍ୟକ୍ଷତା ଅର୍ଥମନ୍ତ୍ରୀ ଅବୁଲ ହସନ ଅଲ୍ଲୀ କରିଥିଲେ।

ଶେଖ୍ ହସିନା ସରକାରଙ୍କ ଏହି ପଦକ୍ଷେପ ଖୁବ୍ ଗୁରୁତ୍ବପୂର୍ଣ୍ଣ, କାରଣ ବାଂଲାଦେଶର ମୁଖ୍ୟ ବିରୋଧି ଦଳ ବିଏନ୍‌ପି ଓ ତାଙ୍କ ସହଯୋଗ ଦଳର ନେତା ଭାରତର ପ୍ରସ୍ତାବକୁ ଶେଷ କରିବା ପାଇଁ ‘ଇଣ୍ଡିଆ ଆଉଟ୍ କ୍ୟାମ୍ପେନ୍‌’ ଚଳାଇଛନ୍ତି। ନିକଟରେ ବିଏନ୍‌ପିର ନେତା ରହୁଲ କବିର ରିଜଭି କାଶ୍ମୀରି ଶଲ୍ ଜଳାଇ ଦେଇଥିଲେ। ଏହାପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଟାର୍ଗେଟ କରି କହିଥିଲେ, କ’ଣ ସେ ଭାରତୀୟ ସମଲା ବିନା ଖାଇପାରିବେ ? ଶେଖ ହସିନା ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେମାନେ(ବିରୋଧୀ ଦଳର ନେତା) ନିଜ ପାର୍ଟି କାର୍ଯ୍ୟାଳୟ ଆଗରେ ନିଜ ପତ୍ନୀଙ୍କ ଭାରତୀୟ ଶାଢୀ ଜାଳିବେ, ତେବେ ଏହ ପ୍ରମାଣିତ ହେବ ଯେ, ବାସ୍ତବରେ ଭାରତୀୟ ଜିନିଷର ବହିଷ୍କାର କରିବାକୁ ସେମାନେ ପ୍ରତିଜ୍ଞା ନେଇଛନ୍ତି। 

ବାଂଲାଦୋଶର ନ୍ୟୁଜ ଓ୍ବେବସାଇଟ୍ ଅନୁସାରେ, ବାଣିଜ୍ୟ ମନ୍ତ୍ରଣାଳୟର ଏକ ସରକାରୀ ସଂସ୍ଥା ଟ୍ରେଡିଂ କର୍ପୋରେସନ୍ ଅଫ୍ ବାଂଲାଦେଶ ଜି-ଟୁ-ଜି ଆଧାରରେ ଭାରତର ନ୍ୟାସନାଲ କୋ-ଅପରେଟିଭ ଏକ୍ସପର୍ଟ ଲିମିଟେଡ୍‌ରୁ ପିଆଜ ଆମଦାନୀ କରିବ। ତେବେ ପିଆଜର ମୂଲ୍ୟ କ’ଣ ହେବ, ଏହାବ ଏବେ ଖୁଲାସା ହୋଇନାହିଁ। କ୍ୟାବିନେଟ୍‌ ଡିଭିଜନ୍‌ର ଆଡିସନାଲ ସେକ୍ରେଟରୀ କହିଛନ୍ତି, ଭାରତରୁ ପିଆଜ ଆମଦାନୀକୁ ମଞ୍ଜୁରୀ ପରେ ଏହି ପ୍ରସ୍ତାବ କ୍ୟାବିନେଟ୍‌ କମିଟି ନିକଟକୁ ପଠାଯିବ। ସେତେବେଳେ ପିଆଜର ଦର ବିଷୟରେ ଖୁଲାସା ହୋଇପାରିବ। ଭାରତ ପିଆଜ ରପ୍ତାନୀ ଉପରେ କଟକଣା ଲଗାଇ ଦେଇଛି, କିନ୍ତୁ ବାଂଲାଦେଶ ଓ ୟୁଏଇ ପାଇଁ ଛାଡ କରି ରମଜାନ ଓ ଇଦ୍ ପୂର୍ବରୁ ନିଆଜ ରପ୍ତାନୀକୁ ଅନୁମତି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.