ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହନିଟ୍ରାପ୍‌ରୁ ବାଂଲାଦେଶୀ ସାଂସଦଙ୍କୁ ହତ୍ୟା; କୋଲକାତାର ଏକ ଫ୍ଳାଟ୍‌ରୁ ଉଦ୍ଧାର ହେଲା ଖଣ୍ଡବିଖଣ୍ଡିତ ଶରୀର...ସାଙ୍ଗ ନେଇ‌‌ଥିଲେ ସୁପାରୀ

Image source: TV9 hindi

କୋଲକାତା,୨୪/୦୫: ନିକଟରେ କୋଲକାତାରେ ବାଂଲାଦେଶୀ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ କୋଲକତାର ଏକ ଫ୍ଳାଟରୁ ଉଦ୍ଧାର କରାଯାଇ‌‌ଥିଲା। କୋଲକାତାର ନ୍ୟୁଟାଉନ୍ ଅଞ୍ଚଳରେ ଅନୱାରୁଲଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯେଉଁ ଝିଅଟିକୁ ବ୍ୟବହାର କରାଯାଇଥିଲା, ତାକୁ ବାଂଲାଦେଶରୁ ଗିରଫ କରାଯାଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଖ୍‌ତର ରଜମାନ ଶାହିନ୍ ହନିଟ୍ରାପକୁ ମାଧ୍ୟମ କରି ବାଂଲାଦେଶୀ ସାଂସଦଙ୍କୁ ଫାଶରେ ପକାଇଥିଲା। ଶାହିନ୍ ସିଲନ୍ତୀ ରେହମାନଙ୍କୁ ସାଂସଦ ଅନାରଙ୍କ ଗର୍ଲଫ୍ରେଣ୍ଡ କରିଥିଲେ। ଏକ ମେସେଜ୍‌ କରି ସିଲାନ୍ତି ବାଂଲାଦେଶୀ ସାଂସଦଙ୍କୁ ନ୍ୟୁଟାଉନ୍‌କୁ ଡକାଇଥିଲା।

ବାଂଲାଦେଶ ପୋଲିସର ସୂଚନା ମୁତାବକ, ସାଂସଦ ଅନୁଓ୍ବାରୁଲ୍ ଅଜିମ୍ ଅନଓ୍ବରଙ୍କୁ ହନିଟ୍ରାପରେ ଫସେଇ କୋଲକାତା ପ୍ଲାଟ୍‌କୁ ଡାକିଥିଲା ଅଭିଯୁକ୍ତ । ସେଠାରେ ପହଞ୍ଚିବା ପରେ ହତ୍ୟା କରାଯାଇଛି । ତେବେ ହନିଟ୍ରାପ ମହିଳା ଜଣକ ବାଂଲାଦେଶୀ ସାଂସଦଙ୍କ ବନ୍ଧୁର ଘନିଷ୍ଠ ବୋଲି ପୋଲିସ କହିଛି । କେବଳ ଏତିକି ନୁହେଁ ବରଂ ସାଂସଦଙ୍କ ସହିତ ଜଣେ ପୁରୁଷ ଓ ମହିଳା ଫ୍ଲାଟ୍‌କୁ ଯାଉଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ହତ୍ୟାକାଣ୍ଡର ପର ଦିନ ମହିଳା ଓ ପୁରୁଷ ବାହାରକୁ ବାହାରିଥିଲେ ହେଲେ ସାଂସଦ ବାହାରି ନଥିଲେ । ସେଠାରେ ଅନୁଓ୍ବାରୁଲ୍ ଅଜିମ୍ ଅନଓ୍ବରଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲା ହତ୍ୟାକାରୀ। 

ବାଂଲାଦେଶ ଉଚ୍ଚ ଆୟୋଗଙ୍କ କହିବା ଅନୁଯାୟୀ, ମେ’ ୧୨ ତାରିଖରେ  ସାଂସଦ ଅନୁଓ୍ବାରୁଲ୍ ଅଜିମ୍ ଅନଓ୍ବର କୋଲକାତା ଆସିଥିଲେ । ସହର ଉତ୍ତର ଅଞ୍ଚଳରେ ଥିବା ବାରାନଗରରେ ନିଜ ବନ୍ଧୁଙ୍କ ଘରେ ରହିଥିଲେ । ୧୩ ତାରିଖରେ କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ଯାଇ ଆଉ ଫେରିନଥିଲେ । ୧୮ ତାରିଖରେ ତାଙ୍କ ବନ୍ଧୁ ଗୋପାଳ ବିଶ୍ବାସ ଥାନା ନିଖୋଜ ହେବା ନେଇ ଏତଲା ଦେବା ପରେ  ସାଂସଦ ଅନବାରୁଲ ଅଜିମଙ୍କ ବାବଦ ଜାଣିବାକୁ ମିଳିଥିଲା । ଏବେ ଏହି ହତ୍ୟା  ଘଟଣାରେ ପଶ୍ଚିମବଙ୍ଗ ସିଆଇଡି  ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.