ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ପ୍ରେମରେ ଫସାଇ ତଥ୍ୟ ନେଇପାରନ୍ତି ସୁନ୍ଦରୀ ଝିଅ ଓ ଆକର୍ଷକ ପୁଅ, ଦେଶର ଛାତ୍ରଛାତ୍ରୀଙ୍କୁ ଚେତାଇଲେ ଚୀନ୍‌ ସରକାର

ନୂଆଦିଲ୍ଲୀ: ନିଜର ଛାତ୍ରଛାତ୍ରୀଙ୍କୁ ସୁନ୍ଦରୀ ଝିଅ ଓ ହ୍ୟାଣ୍ଡସମ ପୁଅଙ୍କୁ ଠାରୁ ସାବଧାନ ରହିବାକୁ କହିଛି ଚୀନ୍‌ । ଚୀନର ସର୍ବୋଚ୍ଚ ଗୁଇନ୍ଦା ସଂସ୍ଥା ଛାତ୍ରଛାତ୍ରୀଙ୍କୁ ସୁନ୍ଦରୀ ଝିଅ ଏବଂ ଆକର୍ଷକ ପୁଅଙ୍କୁ ପାଖରୁ ଦୂରେଇ ରହିବାକୁ ଚେତାଇ ଦେଇଛି ।  ‘ହନି ଟ୍ରାପ୍‌’ରେ ନଫସିବାକୁ ଚୀନ୍‌ର ଗୁଇନ୍ଦା ସଂସ୍ଥା ଏଭଳି ଚେତବାନୀ ଦେଇଥିବା କୁହାଯାଉଛି । ଗବେଷଣା ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସଂସ୍ଥା ସହ ଜଡ଼ିତ ଛାତ୍ରଛାତ୍ରୀଙ୍କ ଲାଗି ଚୀନ୍‌ ସରକାର ଏଭଳି ମାର୍ଗଦର୍ଶିକା ଜାରି କରିଛନ୍ତି । ଚୀନର ସୁରକ୍ଷା ମନ୍ତ୍ରଣାଳୟ ଓ୍ୱି-ଚାଟ୍ ସୋସିଆଲ ମିଡିଆ ଆକାଉଣ୍ଟରେ ବଡ ବିଜ୍ଞପ୍ତି ଜାରି କରିଛି ।

ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ସମ୍ବେଦନଶୀଳ ସୂଚନା ପ୍ରକାଶ କରିବାକୁ ବାଧ୍ୟ କରାଯାଇପାରେ। ବିଦେଶୀ ଗୁପ୍ତଚର ଏବଂ ଗୁପ୍ତଚର ସଂସ୍ଥା ଯୁବ ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଏଜେନ୍ସିଗୁଡ଼ିକ ସେମାନଙ୍କର କୌତୁହଳ, ଇଚ୍ଛା ଓ ଦୁର୍ବଳତାର ସୁଯୋଗ ନେଉଛନ୍ତି ବୋଲି ଚୀନର ସୁରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବିଦେଶୀ ଏଜେଣ୍ଟମାନେ ପ୍ରାୟତଃ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ, ଗବେଷଣା ପ୍ରତିଷ୍ଠାନର କର୍ମଚାରୀ କିମ୍ବା ଗବେଷଣା ସହ ଜଡିତ କମ୍ପାନୀକୁ ଟାର୍ଗେଟ୍ କରନ୍ତି । ସେମାନଙ୍କ ନିକଟରୁ ଗବେଷଣାତ୍ମକ ତଥ୍ୟ ଚୋରି କରିବା ପାଇଁ ଏହି ଏଜେଣ୍ଟମାନେ କାମ କରୁଛନ୍ତି। ସେମାନେ ଛାତ୍ରଛାତ୍ରୀଙ୍କୁ ଗବେଷଣା କ୍ଷେତ୍ରରେ କମ ସମୟରେ ଅଧିକ ରୋଜଗାର କରିବାର ପ୍ରଲୋଭନ ଦେଖାଉଛନ୍ତି । ଛାତ୍ରଛାତ୍ରୀମାନେ ଏଥିପ୍ରତି ଆଗ୍ରହ ଦେଖାଇଲେ ବିଦେଶୀ ଗୁପ୍ତଚର ସଂସ୍ଥା ସୋସିଆଲ ମିଡିଆ, ଟେଲିଫୋନ୍ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫସାଇ ଦେଉଛନ୍ତି ବୋଲି ଚୀନ୍‌ ନିଜର ଛାତ୍ରଛାତ୍ରୀଙ୍କୁ ଚେତାଇ ଦେଇଛି । 

 କେତେକ କ୍ଷେତ୍ରରେ ଗୁପ୍ତଚର ସଂସ୍ଥାଗୁଡ଼ିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ଫସାଇବା ଲାଗି ହ୍ୟାଣ୍ଡସମ୍ ପୁଅ ଏବଂ ସୁନ୍ଦରୀ ମହିଳାଙ୍କ ସାହାରା ନିଅନ୍ତି ।  ସେମାନେ ଯୁବ ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା ପ୍ରେମରେ ଫସାଇ ତଥ୍ୟ ଚୋରି କରିବାକୁ ଚେଷ୍ଟା କରନ୍ତି ।  ସେମାନେ ପିଲାମାନଙ୍କ ଯତ୍ନ ନେବାକୁ ଚେଷ୍ଟା କରିବା ସହ ସେମାନଙ୍କ ସମସ୍ୟା ସମାଧାନ କରିବାର ନାଟକ କରି ବିଶ୍ବାସ ଜିତିବାକୁ ଚେଷ୍ଟା କରନ୍ତି । ଆଉ ଧୀରେ ଧୀରେ ଛାତ୍ରଛାତ୍ରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାନ୍ତି ବୋଲି ମନ୍ତ୍ରଣାଳୟ ଛାତ୍ରଛାତ୍ରୀଙ୍କୁ ସଜାଗ କରାଇ ଦେଇଛି । 

 

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.