ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖରାଦିନେ ଖାଆନ୍ତୁ ସପୁରୀ, ହାଡ଼ ମଜବୁତ୍ କରିବା ସହ ଶରୀରକୁ ସତେଜ ରଖେ

ଭୁବନେଶ୍ୱର, ୭।୫: ଆମ ଦୈନନ୍ଦିନ ଜୀବନରେ ସୁସ୍ଥକର ଖାଦ୍ୟର ବେଶ୍ ଗୁରୁତ୍ୱ ରହିଛି । ଏଥିମଧ୍ୟରୁ ସପୁରୀର ଖାଇବା ଦ୍ୱାରା ଆମକୁ ଅନେକ ଲାଭ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀରର ୭ଟି ଆଶ୍ଚର୍ଯ୍ୟଜନକ ଫାଇଦା ହୋଇଥାଏ । ସପୁରୀରେ ପ୍ରଚୁର ମାତ୍ରାରେ ପୋଷକତତ୍ତ୍ୱ ଭରପୂର ରହିଛି । ଏହାକୁ ଖାଇବା ଦ୍ୱାରା ହାଡ଼ ମଜବୁତ୍ ହୋଇଥାଏ, ଚର୍ମର ଉଜ୍ଜ୍ୱଳତା ବଢ଼ିଥାଏ, ଖାଦ୍ୟ ଠିକ୍ ଭାବେ ହଜମ କରିବା ସହ ଶରୀରକୁ ସତେଜ ରଖିଥାଏ ।  

ହାଡ଼ ମଜବୁତ୍ ରଖେ : ପ୍ରତ୍ୟେକ ଦିନ ଖାଦ୍ୟରେ ଏହା ଦ୍ୱାରା ମାଙ୍ଗାନିଜ୍, ଜିଙ୍କ୍, କପର ଓ କ୍ୟାଲସିୟମ୍‌ରେ ଭରପୂର ରହିଥିବା ପୋଷକତତ୍ତ୍ୱ ଆରଣଙ୍କ ଶରୀରରେ ଅଭାବକୁ ଦୂର କରିବା ସହ ହାଡ଼କୁ ଶକ୍ତ ରଖିଥାଏ । 

ଚର୍ମର ସୁରକ୍ଷା : ଏଥିରେ ଥିବା ଭିଟାମିନ୍-ସି, ଆଣ୍ଟି ଅକ୍ସିଡାଣ୍ଟ, ଚର୍ମକୁ ଭିତରୁ ସୁରକ୍ଷା ଯୋଗାଇଥାଏ । ସୂର୍ଯ୍ୟକିରଣରେ ଖରାପ ହେଉଥିବା ସ୍କିନ୍‌କୁ ପୁନଶ୍ଚ ସତେଜ କରିଥାଏ  ଓ ଚର୍ମକୁ ଚିକ୍କଣ ରଖିବା ସହ ହାଇଡ୍ରେଟ୍ କରିଥାଏ । 

ଆଖିକୁ ସୁସ୍ଥ ରଖେ : ସପୁରୀରେ ଭରପୂର ଭିଟାମିନ୍-ସି ଥିବାରୁ ଏହା ଛୋଟଠାରୁ ବୟସ୍କଲୋକମାନଙ୍କ ପର୍ଯ୍ୟନ୍ତ ଆଖିକୁ ଠିକ୍ ରଖେ । ଯାହା ଜଣେ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେଖିବାରେ ସକ୍ଷମ ହୋଇଥାଏ । 

କେଶ ପାଇଁ ଲାଭଦାୟକ : ଏଥିରେ ଥିବା ପୋଷଣ କେଶ ବଢ଼ିବା ସହିତ ଘନତା ବୃଦ୍ଧି ହେବାରେ ସହାୟକ ହୋଇଥାଏ । ମୂଳରୁ ଉପୁଡ଼ି ଯାଇଥିବା କେଶକୁ ରକ୍ଷା କରିଥାଏ । 

ରକ୍ତ ଜମାଟ ବାନ୍ଧିବା ହ୍ରାସ କରେ : ଏଥିରେ ଥିବା ବ୍ରୋମେଲିନ୍ ରକ୍ତ ଜମାଟ ବାନ୍ଧିବାର ଆଶଙ୍କାକୁ ଦୂର କରିଥାଏ । ଯେଉଁମାନଙ୍କ ଶରୀରରେ ଏପରି ଦେଖାଯାଏ, ସେମାନେ ପ୍ରତ୍ୟେକ ଦିନ ସପୁରୀ ଖାଇବା ଆବଶ୍ୟକତା ରହିଛି । 

ପ୍ରାକୃତିକ ଶକ୍ତି ସଞ୍ଚାର : ଏହା ପ୍ରାକୃତିକ ଶକ୍ତି ଯୋଗାଇବା ସହ ଥକ୍କାପଣକୁ ଦୂର କରିବା, ମାଂସପେଶୀକୁ ମଜବୁତ୍ କରିବା, ଏବଂ ଦିନସାରା ଶରୀରରକୁ ହ୍ରାଇଡ୍ରେଟ୍ ରଖିଥାଏ । 

ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ : ଏଥିରେ ଭିଟାମିନ୍ ସି, ଡାଏଟାରୀ ଫାଇବର, ବ୍ରୋମେଲାଇନ୍ ହଜମ ପ୍ରକ୍ରିୟାକୁ ସାହାଯ୍ୟ କରିଥାଏ । ଏଥିସହ ପେଟର ସମସ୍ତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।     

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.