ବେଙ୍ଗାଲୁରୁ : ମହୀଶୂର ରୋଡ୍ ସ୍ଥିତ କୁମ୍ୱଲାଗଡ୍ଡୁ ନିକଟରେ ଏକ ଘରୋଇ ଇଂଜିନିୟରିଂ କଲେଜରେ ଅଭାବନୀୟ ଘଟଣା ଘଟିଛି। ଜଣେ ୨୧ ବର୍ଷିୟ କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ରଙ୍କୁ ଶୁକ୍ରବାର ଦ୍ୱିପ୍ରହରରେ ଗିରଫ କରାଯାଇଛି। ସେ ନିଜର ମୋବାଇଲ ଫୋନରେ ମହିଳା ଶୌଚାଳୟ ଭିତରେ ରେକର୍ଡିଂ କରୁଥିଲେ।
ଟାଇମ୍ସ ଅଫ୍ ଇଣ୍ଡିଆ ଅନୁସାରେ, ଅଭିଯୁକ୍ତ ଛାତ୍ରଙ୍କ ନାଁ କୁଶଲ ଗୌଡା। ସେ ଚିକ୍କାଗୋଲ୍ଲାରାହଟ୍ଟି, ମହଦି ରୋଡ୍ ନିବାସୀ । ସେ ୭ମ ସେମିଷ୍ଟାରର ଛାତ୍ର। ପୁଲିସ ଯାଞ୍ଚରେ ଜଣା ପଡ଼ିଛି ଯେ , କୁଶଲ ମହିଳା ଶୌଚାଳୟ ଭିତରେ ଲୁଚି ରହି ଥିଲେ ଏବଂ ସେ ନିଜର ମୋବାଇଲ ଫୋନ୍କୁ ପାଖାପାଖି ଥିବା ଶୌଚାଳୟ କାନ୍ଥର ମଝିରେ ଲୁଚାଇ ରଖିଥିଲେ।
ମହିଳାଙ୍କ ପାଇଁ ସେଠାରେ ୭ଟି ରୁମ୍ ରହିଛି। ଯେଉଁଥିରେ ପ୍ରତ୍ୟେକଟି କାନ୍ଥ ମଝିରେ ଏକ ଗ୍ୟାପ୍ ରହିଛି। ଜଣେ ଯାଞ୍ଚ ଅଧିକାରୀଙ୍କ କହିବାନୁସାରେ ," ଅଭିଯୁକ୍ତ କୁଶଲଙ୍କୁ ଏହି କାର୍ଯ୍ୟ କରୁଥିବା ରଙ୍ଗେ ହାତରେ ଧରାଯାଇଛି। ଶୌଚାଳୟରେ ପ୍ରବେଶ କରୁଥିବା ଜଣେ ଯୁବତୀ କାନ୍ଥ ମଧ୍ୟର ଗ୍ୟାପ୍ରେ ରଖାଯାଇ ଥିବା ମୋବାଇଲ ଫୋନ୍କୁ ଦେଖି ଆଲାର୍ମ ବଜାଇ ଥିଲେ ଏବଂ ସେଠାରୁ ତୁରନ୍ତ ବାହାରକୁ ଚାଲି ଆସି ଥିଲେ। ପାଖ ଶୌଚାଳୟକୁ ବାହାରୁ ବନ୍ଦ କରି ଦିଆ ଯାଇଥିଲା। ପରେ ଅନ୍ୟଲୋକେ ଆସିଲେ ଏବଂ କୁଶଲଙ୍କୁ ବାହାରକୁ ଟାଣି ଆଣି ତାଙ୍କୁ ପ୍ରିନ୍ସିପାଲଙ୍କ ଚ୍ୟାମ୍ୱରରେ ବନ୍ଦ କରିଦିଆ ଗଲା। କଲେଜ୍ ପ୍ରବନ୍ଧନ ଠାରୁ ଅଭିଯୋଗ ମିଳିବା ପରେ , ଆମେ ତାଙ୍କୁ ଗିରଫ କରିଥିଲୁ ଏବଂ ସଂପୃକ୍ତ ମୋବାଇଲ ଫୋନକୁ ଜବତ କରି ଥିଲୁ। "
ଯେବେ ଯାଞ୍ଚ କରାଗଲା କୁଶଲ ପାଖାପାଖି ୧୫ ମିନିଟ୍ ଯାଏ ରେକର୍ଡ କରି ଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୁଲିସ କହିଛି, ଯୁବତୀ ସକାଳ ୧୦.୪୫ରେ ଆଲାର୍ମ ବଜାଇ ଥିଲେ। ଏହାର ଅର୍ଥ କି, ସେ ଶୌଚାଳୟରେ ପଶି ଥିଲେ ଏବଂ ସମୟ ପାଖାପାଖି ସକାଳ ୧୦.୩୦ ମଧ୍ୟରେ ମୋବାଇଲ ରଖିଥିଲେ।