ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅକ୍ସଫୋର୍ଡ ଇକୋନୋମିକ୍ସ ଗ୍ଲୋବାଲ ସିଟିଜ୍‌ ଇଣ୍ଡେକ୍ସରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ୭୦୪ ତମ ସ୍ଥାନରେ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୨।୫: ପ୍ରକାଶ ପାଇଛି ଅକ୍ସଫୋର୍ଡ ଇକୋନୋମିକ୍ସ ଗ୍ଲୋବାଲ ସିଟିଜ୍‌ ଇଣ୍ଡେକ୍ସ । ଏଥିରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ୩୫୦ତମ ସ୍ଥାନରେ ରହିଥିବାବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିଛି ୭୦୪ ତମ ସ୍ଥାନରେ । ତାଲିକାର ପ୍ରଥମ ସ୍ଥାନରେ ନ୍ୟୁୟର୍କ ରହିଥିବା ବେଳେ ଏହା ପରେ ଲଣ୍ଡନ, ସେନ ଜୋସ, ଟୋକିଓ, ପ୍ୟାରିସ, ସିଏଟେଲ, ଲସ୍‌ଏଞ୍ଜେଲସ, ସାନ୍‌ଫ୍ରାନସିସ୍କୋ,ମେଲ୍‌ବୋର୍ଣ୍ଣ ଏବଂ ଜ୍ୟୁରିକ ରହିଛି । ଉଭୟ ଅର୍ଥନୀତି ଓ ସରକାରୀ ଡାଟାକୁ ଆଧାର କରି ପ୍ରସ୍ତୁତ ହୋଇଛି ଏହି ତାଲିକା । ଅର୍ଥନୀତି, ମାନବ ସମ୍ବଳ, ଜୀବନ ଧାରଣ ମାନ, ପରିବେଶ ଏବଂ ଶାସନ ବ୍ୟବସ୍ଥା ଭଳି ୫ ପ୍ରମୁଖ ମାନକକୁ ନଜରରେ ରଖି ଏହି ର‌୍ୟାଙ୍କିଙ୍ଗ ପ୍ରସ୍ତୁତ ହୋଇଛି । ଭୁବନେଶ୍ୱର କଥା ବିଚାରକୁ ନେଲେ ବିଭିନ୍ନ କାରଣ ପାଇଁ ଏହା ଏକ ବିଶ୍ୱ ସ୍ତରୀୟ ସହର ଭାବେ ଉଭା ହୋଇଛି । ମନ୍ଦିର ମାଳିନୀ ସହର ଭାବେ ଭୁବନେଶ୍ୱରର ଐତିହାସିକ ଏବଂ ସାଂସ୍କୃତିକ ପରିଚୟ ରହିଆସିଛି । 

ଲିଙ୍ଗରାଜ ମନ୍ଦିର ଖଣ୍ଡଗିରି, ଧଉଳିଗିରି ସମେତ ବିଭିନ୍ନ ପ୍ରତ୍ନତତ୍ତ୍ୱ ସାଇଟ ଏଠାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଅର୍ବାନ ପ୍ଲାନିଂ କ୍ଷେତ୍ରରେ ରାଜ୍ୟ ରାଜଧାନୀ ବେଶ୍‌ ପ୍ରଶଂସା ସାଉଣ୍ଟିଛି । ସ୍ୱାଧିନ ଭାରତର ଏହା ପ୍ରଥମ ପ୍ଲାନିଂ ସହର । ଜର୍ମାନ ସ୍ଥପତି ଅଟୋ କୋନିଗ୍ସବର୍ଜର ୧୯୪୬ରେ ଏହାକୁ ଡିଜାଇନ କରିଥିଲେ । ସହରର ଭିତ୍ତିଭୂମି ଆଧୁନିକ ଜୀବନ ଶୈଳୀ ଏବଂ ଅଭିବୃଦ୍ଧିକୁ ନଜରରେ ରଖି ବିକଶିତ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦ ପ୍ରମୁଖ ସ୍ମାର୍ଟ ସହର ମଧ୍ୟରେ ସ୍ଥାନିତ ହୋଇଛି ଭୁବନେଶ୍ୱର । ଏକ ନିରନ୍ତର ଏବଂ ସମାବେଶୀ ସହର ପ୍ଲାନିଂ ଉପରେ ରାଜ୍ୟ ରାଜଧାନୀ ଫୋକସ କରିଛି । ଏହାକୁ ନଜରରେ ରଖି ସହରରେ ଅତ୍ୟାଧୁନିକ ଭିତ୍ତିଭୂମି, ଲୋକଙ୍କ ସୁବିଧା ଏବଂ ଡିଜିଟାଲ ସଂଯୋଗୀକରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଦେଶର ପୂର୍ବ ଭାଗରେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି ଭୁବନେଶ୍ୱର । ସହରରେ ଏମ୍ସ, ଆଇଆଇଟି ନାଇଜର ସହ ଅନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ସ୍ଥାପନ ହୋଇଛି । ଏହା ସହ ସୋଆ ଭଳି ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଏଠାରେ ରହିଛି । ଯାହା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି । ଦେଶର ପ୍ରମୁଖ ଆଇଟି ଏବଂ ଆଇଟିଇଏସ କମ୍ପାନିଗୁଡିକ ରାଜ୍ୟରେ ଉପସ୍ଥିତି ଜାହିର କରିଛନ୍ତି । 

ଫଳରେ ରାଜ୍ୟକୁ ଏ କ୍ଷେତ୍ରରେ ଏହା ହବ୍‌ ଭାବେ ରୁପାନ୍ତରିତ କରିଛି । ସୁବଜ ପରିବେଶ, ମନୋରଞ୍ଜନ ସୁବିଧା ଦ୍ୱାରା ଲୋକଙ୍କୁ ଗୁଣବତ୍ତା ଜୀବନ ପ୍ରତି ସହରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସଂଯୋଗୀକରଣ ଦୃଷ୍ଟିକୋଣରୁ ବିଜୁପଟ୍ଟନାୟକ ବିମାନ ବନ୍ଦର, ରେଳପଥ ଏବଂ ସଡକ ପଥ ଦ୍ୱାରା ରାଜ୍ୟ ଦେଶ ଓ ବିଦେଶ ସହ ଯୋଡ଼ି ହେଉଛି । ଏହାବାଦ୍ ରାଜ୍ୟ ପୁରୁଷ ହକି ୱାର୍ଲଡ କପ୍‌, ବିଶ୍ୱ ମିଲେଟ ସମ୍ମିଳନୀ, ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରୁଛି । ଆଗକୁ ମେଟ୍ରୋ ରେଳ ସୁବିଧା ମଧ୍ୟ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି । ଏହି ତାଲିକାରେ ବିଶ୍ୱର ୧୦୦୦ ପ୍ରମୁଖ ସହରକୁ ର‌୍ୟାଙ୍କ୍‌ ଦିଆଯାଇଛି । ଅର୍ଥନୀତି ଠାରୁ ମାନବସମ୍ବଳ ଯାଏ ବିଭିନ୍ନ ଦିଗକୁ ଆଧାର କରି ପ୍ରସ୍ତୁତ ହୋଇଛି ଏହି ତାଲିକା । ୧୬୩ ଦେଶରେ ଏହି ସହରଗୁଡିକ ଅବସ୍ଥାପିତ । ତାଲିକାରେ ସ୍ଥାନ ପାଇଥିବା ଦେଶର ଅନ୍ୟ ପ୍ରମୁଖ ସହରଗୁଡିକ ମଧ୍ୟରେ ବେଙ୍ଗାଲୁରୁ, ମୁମ୍ବାଇ ଏବଂ ଚେନ୍ନାଇ ପ୍ରମୁଖ ରହିଛନ୍ତି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.