ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆମେ ଗରିବ ହୋଇପାରୁ ହେଲେ ବେଇମାନ୍ ନୁହେଁ’ ବିହାର ବିଧାନସଭାରେ ବହୁମତ ପ୍ରମାଣ ପୂର୍ବରୁ ଏମିତି କହିଲେ ଜିତନ ରାମ ମାଞ୍ଜୀ…

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧୨ରେ ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ( ଫ୍ଲୋର୍ ଟେଷ୍ଟ) କରିବେ ନୀତୀଶ ସରକାର ।  ସିଏମ୍ ନୀତୀଶ କୁମାରଙ୍କୁ ଗୃହରେ ସଂଖ୍ୟାଗରିଷ୍ଠତା ଉପସ୍ଥାପନ କରିବାକୁ ପଡିବ । ଏହାରି ଭିତରେ ଯେପରି କୌଣସି ଖେଳ ନହୋଇଯାଏ, ସେଥିପାଇଁ ଶାସକ ଦଳଠାରୁ ବିରୋଧୀ ପର୍ଯ୍ୟନ୍ତ ସମସ୍ତେ ନିଜ ବିଧାୟକମାନଙ୍କୁ ଏକାଠି କରିବାରେ ବ୍ୟସ୍ତ ଅଛନ୍ତି । ସେପଟେ ହମ୍ ପାର୍ଟି ମୁଖ୍ୟ ଜିତନ ରାମ ମାଞ୍ଜୀଙ୍କ ଠାରୁ ନୀତୀଶ କୁମାରଙ୍କ ପାଇଁ ଏକ ଖୁସି ଖବର ଆସିଛି । ଜିତନ ରାମ ମାଞ୍ଜୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ପକ୍ଷ ପରିବର୍ତ୍ତନ କରିବେ ନାହିଁ । ଜିତନ ରାମ ମାଞ୍ଜୀଙ୍କ ଦଳ ଏହାର ବିଧାୟକମାନଙ୍କୁ ଏକ ହ୍ବିପ୍ ଜାରି କରି କରିଛି । କେବଳ ଫ୍ଲୋର ଟେଷ୍ଟରେ ଏନଡିଏ ସହଯୋଗୀ ଦଳ ସପକ୍ଷରେ ଭୋଟ୍ ଦେବାକୁ କହିଛି ।

ଫ୍ଲୋର ଟେଷ୍ଟ ବିଷୟରେ ଜିତନ ରାମ ମାଞ୍ଜୀ କହିଛନ୍ତି ଯେ ଆମେ ଗରିବ ହୋଇପାରୁ, କିନ୍ତୁ ଆମେ ବେଇମାନ୍ ନୁହେଁ । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଜିତନ ରାମ ମାଞ୍ଜୀ ଲାଲୁ ଯାଦବଙ୍କ ପାର୍ଟି ଆରଜେଡିରୁ ସିଏମ ପଦବୀ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏନଡିଏ ଗୋଷ୍ଠୀରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଫ୍ଲୋର ଟେଷ୍ଟକୁ ନେଇ ତୀବ୍ର ରାଜନୈତିକ ଉତ୍ତେଜନା ଦେଖାଦେଇଛି । ସୋମବାର ଟ୍ରଷ୍ଟ ଭୋଟ୍ ପୂର୍ବରୁ ସମସ୍ତ ଦଳ ମଧ୍ୟରେ ଏକ ରାଉଣ୍ଡ ବୈଠକ ଚାଲିଛି । ଆଜି ପାଟନାରେ ମନ୍ତ୍ରୀ ବିଜୟ ଚୌଧୁରୀଙ୍କ ବାସଭବନରେ ଜେଡିୟୁ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସିଏମ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.