ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ବିହାରରେ ପୁଣି ଭୁଶୁଡ଼ିଲା ବ୍ରିଜ୍‌, ଗୋଟିଏ ସପ୍ତାହରେ ଚତୁର୍ଥ ଘଟଣା

ପାଟନା: ବିହାରରେ ଆଉ ଏକ ବ୍ରିଜ୍‌ ଭୁଶୁଡ଼ିଥିବା ଜଣାପଡ଼ିଛି । ଏହାକୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ୪ଟି ବ୍ରିଜ୍‌ ଭୁଶୁଡ଼ି ସାରିଛି । ଆଜି କିଶନଗଞ୍ଜ ଜିଲ୍ଲାରେ ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି ।  କନକଇ ନଦୀର ଶଖା ନଦୀ ଉପରେ ତିଆରି ହୋଇଥିବା ୭୦ ଫୁଟ୍‌ ଲମ୍ବର ଏହି ବ୍ରିଜ୍‌ ବାହାଦୂରଗଞ୍ଜ ଏବଂ ଦିଘାଲବାଙ୍କକୁ ଯୋଡ଼ୁଥିଲା ।

 ଏହା ଭୁଶୁଡ଼ି ପଡ଼ିବା ପରେ ଦୁଇ ସହରର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗମନାଗମନ ବାଧାପ୍ରାପ୍ତ ହୋଇଛି । ଅଧିକାରୀଙ୍କ ଅନୁସାରେ, ନଦୀର ଜଳସ୍ତର ବୃଦ୍ଧି ପାଇବା ହେତୁ ପୋଲର କିଛି ପିଲାର ଧସିଥିଲା । ଫଳରେ ପୋଲଟି ସମ୍ପୂର୍ଣ୍ଣ ଧ୍ବଂସ ପାଇଛି । ସେପଟେ  ଘଟଣା ସଂପର୍କରେ ଖବର ପାଇ ବାହାଦୂରଗଞ୍ଜ ପୋଲିସ ପହଞ୍ଚିଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାରିକେଡ୍‌ କରିଛି । 

ସ୍ଥାନୀୟ ଲୋକଙ୍କ ଅନୁସାରେ, ୬ ବର୍ଷ ପୂର୍ବରୁ ପୋଲଟି ନିର୍ମାଣ ହୋଇଥିଲା । ରାସ୍ତା ନିର୍ମାଣ ବିଭାଗର ଅଧିକାରୀ ମଧ୍ୟ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାପାଳ ତୁଷାର ସିଙ୍ଗଲା କହିଛନ୍ତି ଯେ,  ୨୦୧୧ରେ ମାଦିଆ ନଦୀ ଉପରେ ପୋଲଟି ନିର୍ମାଣ ହୋଇଥିଲା । ଲଗାଣ ବର୍ଷା ଫଳରେ ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇଥିଲା । ଜଳର ପ୍ରବଳ ପ୍ରବାହ ଫଳରେ ପୋଲର ଗୋଟିଏ ପିଲାର ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏହା ପୂର୍ବରୁ ସିଓ୍ବାନ ଏବଂ ଅରରିଆରେ ୩ଟି ପୋଲ ଭୁଶୁଡ଼ିବା ଘଟଣା ସଂପର୍କରେ ଜଣାପଡ଼ିଥିଲା ।

ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ୪ଟି ପୋଲ ଭୁଶୁଡ଼ିବାକୁ ନେଇ ପୂର୍ତ୍ତ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଜୁନ୍‌ ୧୯ରେ ଅରରିଆ ଜିଲ୍ଲାର ବାକ୍ରା ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ୍‌ ଉନ୍ମୋଚନ ପୂର୍ବରୁ ଭୁଶୁଡ଼ି ପଡ଼ିଥିଲା । ୧୨ କୋଟି ଟଙ୍କାରେ ତିଆରି ହେଉଥିଲା ଏହି ପୋଲ । କେବଳ ୪ଟି ପୋଲ ନୁହେଁ ବିଗତ ଦିନରେ ବିହାରରେ ବହୁ ବ୍ରିଜ୍‌ ଭୁଶୁଡ଼ିଛି । ଆଉ ଏଥିପାଇଁ ସରଙ୍କାର ଉପରେ ଆଙ୍ଗୁଳି ଉଠିଥିଲେ ବି ଫଳ ଶୂନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.