ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ବିଜେଡି-ବିଜେପି ମେଣ୍ଟ ଅନିଶ୍ଚିତତା: ନା ବିଜେପି ହୁଙ୍କାର ଛାଡ଼ିପାରୁଛି.. ନା ବିଜେଡି ଆଗକୁ ମାଡ଼ି ପାରୁଛି..କଂଗ୍ରେସ ଆଶା ବାନ୍ଧିଛି

ଭୁବନେଶ୍ୱର,୧୮/୦୩: ପାରାଦୀପରୁ ବାପି ସର୍ଖେଲଙ୍କ ପତ୍ନୀ ଦୀପା ସର୍ଖେଲ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଛନ୍ତି । ମାହାଙ୍ଗାର ଯୁବ ସମାଜସେବୀ ଶତାଧିକ ସମର୍ଥକଙ୍କୁ ଧରି ପଦ୍ମ ଧରିଛନ୍ତି । ନିର୍ବାଚନୀ ରଣନୀତି ନେଇ ବିଜେପି ନେତାଏ ଆଲୋଚନା କରିଥିଲେ । କଂଗ୍ରେସ ଦଳ ଦୁଇଟି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛି । ରବିବାର ତିନି ପ୍ରମୁଖ ଦଳର ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରେ ବାସ୍‌ ଏତିକି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । 

ଏହାବାଦ୍‌ ରାଜ୍ୟରେ କୌଣସି ବଡ଼ ସମାବେଶ, ବୈଠକ କି ରାଜନୈତିକ ହଲ୍‌ଚଲ୍‌ ଦେଖିବାକୁ ମିଳିନି । କୌଣସି ବଡ଼ ନେତା ନଜରକୁ ହିଁ ଆସିନାହାନ୍ତି ଦିନ ତମାମ । ନା କିଛି ତତଲା ବୟାନବାଜି ଆସିଛି ନା କୌଣସି ଚର୍ଚ୍ଚିତ ଟ୍ୱିଟ୍‌ । ଓଡ଼ିଶା ରାଜନୈତିକ ପାଣିପାଗ ପୂରା ଶାନ୍ତ । 

ନିର୍ବାଚନ ତାରିଖ ଘୋଷଣାର ୨୪ ଘଣ୍ଟା  ପରେ ବି ଓଡ଼ିଶା ରାଜନୀତି ଚଳଚଞ୍ଚଳ ହୋଇପାରିନି । ସମ୍ଭାବ୍ୟ ମେଣ୍ଟ ସସ୍‌ପେନ୍ସ ଭିତରେ ସବୁ ଶିବିର ଥମିଯାଇଛନ୍ତି । ଏ ଚର୍ଚ୍ଚାର ପରିଧିକୁ ଡେଇଁ ନା ବିଜେପି ହୁଙ୍କାର ଛାଡ଼ିପାରୁଛି ନା ବିଜେଡି ଆତ୍ମବିଶ୍ୱାସର ସହ ଆଗକୁ ମାଡ଼ି ପାରୁଛି । ଯଦିଓ  ନିର୍ବାଚନୀ ଇସ୍ତାହାର ଧରି କଂଗ୍ରେସ ମଇଦାନକୁ ଓହ୍ଲାଇଛି, ତଥାପି ଦଳ ରାଜ୍ୟ ତମାମ ସେଭଳି ତରଙ୍ଗ (ଭାଇବ୍ରେସନ) ଖେଳାଇ ପାରୁନି । 

କଂଗ୍ରେସ ଆଶା ବାନ୍ଧିଛି, ମେଣ୍ଟ ହେଲେ ବିଜେଡି ଓ ବିଜେପିରୁ ଥୋକେ ଅସନ୍ତୁଷ୍ଟ ଟିକଟ  ନ ପାଇ କଂଗ୍ରେସ ଭବନ ମୁହାଁଇବେ । ଟିକଟ ଆଶାୟୀଙ୍କ ଅପେକ୍ଷା ଆହୁରି ଲମ୍ବିପାରେ । ଏଥର ଓଡ଼ିଶାରେ ନିର୍ବାଚନ ବିଳମ୍ବିତ  ପର୍ଯ୍ୟାୟରେ ରହିଛି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଏପ୍ରିଲ ୧୮ରୁ ୨୫ ଯାଏଁ ଚାଲିବ । ଅର୍ଥାତ୍‌ ହାତରେ ମାସେ ସମୟ ବାକି ।  

ମେଣ୍ଟ ଚର୍ଚ୍ଚା ଭିତରେ ଗତ ୧୦ ଦିନ ଭିତରେ  ବିଜେଡିରେ ଦୁଇଟି ବଡ଼ ବୈଠକ ବସିଛି ନବୀନ ନିବାସରେ । ଏହାବାଦ୍‌ ସେଭଳି କିଛି ବଡ଼ ଦେଖିବାକୁ ମିଳିନି । ମିଶନ ୨୦୨୪ ପ୍ରସ୍ତୁତିରେ  ବିଜେଡି ଢେର ଆଗୁଆ ଥିଲା । ଗତବର୍ଷ ଜୁନ୍‌ରୁ  ବିଧାୟକମାନଙ୍କୁ ନବୀନ ନିବାସ ଡାକି ଘନଘନ  ବୈଠକ ହୋଇଥିଲା ।  

ବିଜେଡିର ପ୍ରାୟ ୮୦ଜଣ ବିଧାୟକଙ୍କ ଟିକଟ  ପକ୍କା ନେଇ ଆଗୁଆ ସିଗନାଲ୍‌ ଦିଆଯାଇଥିବା  ଶୁଣିବାକୁ ମିଳୁଥିଲା । ଏବେଠାରୁ ନିଜ ନିଜ  କ୍ଷେତ୍ରରେ ଲାଗି ପଡ଼ିବାକୁ ପରାମର୍ଶ ଦିଆଯାଇଥିବା  କୁହାଯାଉଥିଲା । ବିଧାୟକମାନେ ବି ପୂରା ଦମ୍‌ରେ  ଏରିଆ ଖେଦିଥିଲେ । ଅନ୍ୟପଟେ ଦଳ ପକ୍ଷରୁ  ଘନଘନ କାର୍ଯ୍ୟକ୍ରମ, ତାଲିମ, ପଦଯାତ୍ରା,  ସମାବେଶ, ବୈଠକ ଜାରି ରହିଥିଲା ।ଗତ କିଛି ମାସ ହେବ ବିଜେଡିର ଶୀର୍ଷ ନେତୃତ୍ୱ ସିଧା ଆକ୍ରମଣ  କରୁଥିଲେ ବିରୋଧୀ ବିଜେପିକୁ ।  

ହେଲେ ପ୍ରାୟ ୧୫/୨୦ ଦିନ ହେବ ସବୁ ଥଣ୍ଡା ପଡ଼ିଯାଇଛି ।  ଦଳୀୟ କାର୍ଯ୍ୟକ୍ରମ କାଁ ଭାଁ । ସାମ୍ବାଦିକ ସମ୍ମିଳନୀରେ କେବଳ  ରାଜ୍ୟ ସରକାରଙ୍କ ସଫଳତା ବଖାଣୁଛି ଦଳ । କେନ୍ଦ୍ର ବିରୋଧୀ ବୟାନବାଜି ଶୁଭୁନି । ଆଦର୍ଶ ଆଚରଣବିଧି ଲାଗୁ ପରେ  ଶିଳାନ୍ୟାସ, ଉଦଘାଟନ ବନ୍ଦ । ବିଧାୟକମାନେ ଏବେ ନିଜ  ଏରିଆରେ କ’ଣ କରିବେ ବୁଝିପାରୁନାହାନ୍ତି ।  

ଜଣେ ବିଧାୟକଙ୍କ କହିବାନୁଯାୟୀ, ଟିକଟ ମିଳିବ କି  ପୂରା ଆସନ ପଳାଇବ, ଜଣାନାହିଁ । ତଥାପି ପଞ୍ଚାୟତସ୍ତରରେ  ଛୋଟ ଛୋଟ ବୈଠକ କରି କର୍ମୀଙ୍କୁ ଏକଜୁଟ କରୁଛୁ । ନୂଆ  ଟିକଟ ଆଶାୟୀ ବି ସାମାନ୍ୟ ଧିମେଇଛନ୍ତି । ଟିକଟ ଲବି ପାଇଁ  ନବୀନ ନିବାସ ମୁହାଁ ନ ହୋଇ ନିଜ ଏରିଆରେ ଛୋଟ ଛୋଟ  ବନ୍ଧୁ ମିଳନ କରୁଛନ୍ତି । ତେବେ ଲୋକସଭା ସାଂସଦ ଓ ଟିକଟ  ଆଶାୟୀ ପୂରା ଚୁପଚାପ ବସିଛନ୍ତି ।  

ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ  ସାମଲ ବିଜେପି ଏକା ଲଢ଼ିବ ବୋଲି କହିଥିଲେ । ଏ କଥା  ଟିକଟ ଆଶାୟୀଙ୍କ ଭିତରେ ସାମାନ୍ୟ ବଳ ଫେରାଇଛି । ଏହାକୁ  ନେଇ ହଠାତ୍‌ ମିଶ୍ରଣ ପର୍ବ ବଢ଼ିଛି । ତଥାପି ବଡ଼ ନେତା ଆଉ  ଆସିନାହାନ୍ତି ଗତ ସପ୍ତାହେ ଭିତରେ ।  

ଏକ ଜାତୀୟ ଟିଭିକୁ ସାକ୍ଷାତକାରରେ କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହ ଦେଇଥିବା ମନ୍ତବ୍ୟରୁ ଅନୁମାନ କରାଯାଉଛି,  ଏଯାଏଁ ମେଣ୍ଟ ଦ୍ୱାର ବନ୍ଦ ହୋଇନି ।   ଜଣେ ବିଜେପି ବିଧାୟକଙ୍କ କହିବାନୁସାରେ ମେଣ୍ଟ ହେଲେ  ଆମ ସିଟ୍‌ ପକ୍କା । ହେଲେ ଦଳକୁ ମିଳୁଥିବା ସରକାର ବିରୋଧୀ  ଭୋଟକୁ ନେଇ ଚିନ୍ତା । ଆଗରୁ ସରକାର ବିରୋଧରେ କହି  ଭୋଟ ମାଗୁଥିଲୁ । ବର୍ତ୍ତମାନ ଆମେ କେବଳ ମୋଦି ଗ୍ୟାରେଣ୍ଟି  କଥା କହୁଛୁ । ରାଜ୍ୟ ସରକାର ବିରୋଧରେ କହିବୁ କି ନାହିଁ,  ବୁଝିପାରୁନୁ । ବଡ଼ ବୈଠକ କି ସମାବେଶ ଡାକିପାରୁନୁ ।  କେବଳ ଛୋଟ ବୈଠକ କରି କର୍ମୀଙ୍କୁ ଏକଜୁଟ ରଖୁଛୁ ବୋଲି  ସେ କହିଛନ୍ତି ।  

ରାଜ୍ୟ ଓ କେନ୍ଦ୍ରୀୟ ବିଜେପି ମଧ୍ୟ କିଛିଦିନ ହେବ  ବିଜେଡି ସରକାର ବିରୋଧରେ ବୟାନବାଜି ଏକରକମ ବନ୍ଦ  କରିଦେଇଛି । ସାମ୍ବାଦିକ ସମ୍ମିଳନୀରେ ଆଗ ଭଳି ଆକ୍ରମଣ ବନ୍ଦ ହୋଇଯାଇଛି । ସୋସିଆଲ୍‌ ମିଡିଆ ଆକ୍ରମଣ ବି କାଁ ଭାଁ ।  ରବିବାର ସକାଳରୁ ସନ୍ଧ୍ୟା ସୁଦ୍ଧା ରାଜ୍ୟ ବିଜେପି ଫେସବୁକ୍‌  ପେଜ୍‌ରେ କେବଳ ମୋଦି ଗ୍ୟାରେଣ୍ଟି, ଏଥର ୪ଶହ ପାର୍‌  ଭଳି ନାରା ଭରା ପ୍ରଚାର ଦେଖିବାକୁ ମିଳିଛି ।  

ଗତକାଲିର କୋର୍‌ କମିଟି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ  ତାଲିକା ସଟ୍‌ର୍ଲିଷ୍ଟ୍‌ ହୋଇ ଦିଲ୍ଲୀ ପଠାଯାଉଥିବା ଦଳ ପକ୍ଷରୁ  କୁହାଯାଇଛି । ମାତ୍ର ଭିତିରି ସୂତ୍ର କହୁଛି, କିଛି ଚୂଡ଼ାନ୍ତ  ହୋଇପାରୁନି । ସବୁ କିଛି ଅଟକିଛି କେନ୍ଦ୍ରୀୟ ନେତୃତ୍ୱଙ୍କ  ନିଷ୍ପତ୍ତି ଉପରେ ।  

କଂଗ୍ରେସ ଅଧିକ ଚଳଚଞ୍ଚଳ ହୋଇ ଜୟପୁର ପରେ  ସିମୁଳିଆରେ ସମାବେଶ କରିଛି । ଦଳ କହୁଛି, ପ୍ରଥମ  ପର୍ଯ୍ୟାୟରେ ସମ୍ଭାବ୍ୟ ୩୨ ବିଧାୟକ ପ୍ରାର୍ଥୀ ଓ ୧୦ ଲୋକସଭା  ପ୍ରାର୍ଥୀଙ୍କ ନାମ ସ୍କ୍ରିନିଂ କମିଟି ଯାଞ୍ଚ କରିସାରିଛି । ଶୀଘ୍ର ଘୋଷଣା  ହେବ । ଅବଶିଷ୍ଟ ଆସନ ପାଇଁ ଦଳର ସ୍କ୍ରିନିଂ କମିଟି ବସିବ  ଆସନ୍ତା ୧୯ ଓ ୨୦ରେ । ହେଲେ ଦଳର ଗତିବିଧିରୁ ସ୍ପଷ୍ଟ  ଜଣାପଡ଼ୁଛି, କଂଗ୍ରେସ ଏବେ ବିଜେଡି ଓ ବିଜେପିକୁ ଅନେଇଛି ।  ଉଭୟ ଦଳରେ କୁଢ଼କୁଢ଼ ଟିକଟ ଆବେଦନ ପଡ଼ିଛି ।  ବିଜେଡିରେ ୧୦ ହଜାରରୁ ଅଧିକ ଆବେଦନ ହୋଇଥିବାବେଳେ  ବିଜେପିରେ ବି ଗୋଟିଏ ଗୋଟିଏ ଆସନରୁ ୫ରୁ ୮ ଜଣ  ଆଶାୟୀ ବାହାରିଲେଣି । ମେଣ୍ଟ ହେଲେ ଅସନ୍ତୁଷ୍ଟ ଡେଇଁବେ ।  ସେମାନଙ୍କ ପାଇଁ କଂଗ୍ରେସ ଭବନ ଦୁଆର ଖୋଲା ରଖିଛି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.