ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୋଟ୍‌ ଦେଲେନି ସାଂସଦ ଜୟନ୍ତ ସିହ୍ନା, କାରଣ ଦର୍ଶାଅ ନୋଟିସ୍‌ ପଠାଇଲା ବିଜେପି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ । ଚଳିତ ନିର୍ବାଚନରେ ସେ ଭୋଟି ଦେଇନଥିବା ବେଳେ ଦଳର ପ୍ରଚାରରେ ସାମିଲ ହୋଇନାହାନ୍ତି । ଆଉ ଏଥିପାଇଁ ତାଙ୍କ ପାଖରୁ କାରଣ ଜାଣିବାକୁ ନୋଟିସ କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଦୁଇ ଦିନ ଭିତରେ ଏହାର ଉତ୍ତର ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜୟନ୍ତ ସିହ୍ନାଙ୍କ ବ୍ୟତୀତ ଧାନବାଦ ବିଧାୟକ ରାଜ ସିହ୍ନାଙ୍କୁ ମଧ୍ୟ ବିଜେପି ନୋଟିସ ଜାରି କରିଛି । 

ହଜାରିବାଗ ଲୋକସଭା ଆସନରେ ମନୀଷ ଜୟସଓ୍ୱାଲଙ୍କୁ ପ୍ରାର୍ଥୀ କରାଯିବା ପରଠାରୁ ନିର୍ବାଚନ ପ୍ରଚାର କିମ୍ବା ସାଙ୍ଗଠନିକ କାମରେ ଆପଣ କାହିଁକି ରୁଚି ଦେଖାଇଲେ ନାହିଁ। ଏପରି ନିର୍ବାଚନରେ ନିଜର ଭୋଟ ଦେବା ଅଧିକାରକୁ ମଧ୍ୟ ସାବ୍ୟସ୍ତ କାହିଁକି କଲେ ନାହିଁ ବୋଲି ଦଳ ଜୟନ୍ତ ସିହ୍ନାଙ୍କୁ ପ୍ରଶ୍ନ କରିଛି।

ଲୋକସଭା ନିର୍ବାଚନରେ ବିଜେପି ଜୟନ୍ତ ସହ୍ନାଙ୍କୁ ଟିକେଟ୍‌ ଦେଇନାହିଁ । ଦଳର ଏହି ନିଷ୍ପତ୍ତିକୁ ନେଇ ସେ ଅସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ ସେ ନିର୍ବାଚନ ପ୍ରଚାରରୁ ମଧ୍ୟ ନିଜକୁ ଦୂରେଇ ରଖିଥିବା କୁହାଯାଉଛି। ତାଙ୍କର ଏହି ମନୋଭାବକୁ ଦେଖି ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡିଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ସେହିପରି ଧାନବାଦ ବିଧାୟକଙ୍କୁ ମଧ୍ୟ ବିଜେପି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଧାନବାଦ୍ ଆସନରୁ ଦଳର ପ୍ରାର୍ଥୀଙ୍କ ବିରୋଧରେ ବିବୃତ୍ତି ଦେଇଥିବାରୁ ବିଜେପି ଧନବାଦ୍ ବିଧାୟକ ରାଜ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିବା ଜଣାପଡ଼ିଛି।

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.