ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ପରେ ଏବେ ଲକ୍ଷ୍ନୌ, କେତେକ ସ୍କୁଲକୁ ପହଞ୍ଚିଲା ବମରେ ଉଡ଼ାଇବାକୁ ମେଲ୍

ଦିଲ୍ଲୀ,୧୩/୫ : ଦିଲ୍ଲୀ ପରେ ଏବେ ଲକ୍ଷ୍ନୌର କେତେକ ସ୍କୁଲକୁ ବମରେ ଉଡ଼ାଇବାକୁ ମିଳିଲା ଧମକ । ମିଳିଥିବା ସୂଚନା ମୁତାବକ ଏହି ଧମକ ଇମେଲ ମାଧ୍ୟମରେ ପଠା ଯାଇଛି । ଲକ୍ଷ୍ନୌର ଯେଉଁ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ ମିଳିଛି ସେଥିରେ ସାମିଲ ଅଛି ଗୋମତୀନଗରର ବିରାମ ଖଣ୍ଡ ସ୍ଥିତ ବିଗବ୍ୟୋର ସ୍କୁଲ, ବିଭୂତିଖଣ୍ଡର ସେଣ୍ଟ ମେରୀ ସ୍କୁଲ ଏବଂ ପିଜିଆଇର ଏଲପିଏସ ସ୍କୁଲ । ପୁଲିସ ଏହି ପୂରା ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ପ୍ରକାଶ ଯେ, ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ ପଠାଇବାର ଗୋଟିଏ ଦିନ ପୂର୍ବରୁ ଦେଶର କେତେକ ଏୟାପୋର୍ଟକୁ ବି ଉଡ଼ାଇବାକୁ ଧମକ ଦିଆଯାଇଥିଲା ।

କିଛି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରର ପ୍ରାୟ ୧୦୦ସ୍କୁଲରେ ବି ବମ ହେବାର ସୂଚନା ବି ଇମେଲ ମାଧ୍ୟମରେ ଦିଆଯାଇଥିଲା । ଏହି ସମୟରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟ ସ୍ଥାନର ପୋଲିସ ଉକ୍ତ ସ୍କୁଲକୁ ଖାଲି କରି ଯାଞ୍ଚ କରିଥିଲେ। କିନ୍ତୁ ସ୍କୁଲର ଯାଞ୍ଚ ସମୟରେ ପୁଲିସକୁ ସେଠାରୁ କିଛି ମିଳିନଥିଲା । ପରେ ଦିଲ୍ଲୀ ପୁଲିସ ସମେତ ନୋଏଡ଼ା ପୁଲିସ ଉକ୍ତ ଇମେଲକୁ ଏକ ମିଛ ଇମେଲ ବୋଲି କହିଥିଲେ ।

ପ୍ରକାଶ ଯେ, ଏହା ପୂର୍ବରୁ ଗୁଜୁରାଟର ଅହମ୍ମଦାବାଦରେ କେତେକ ସ୍କୁଲକୁ ସୋମବାର ବମରେ ଉଡ଼ାଇବାକୁ ଧମକ ଦିଆଯାଇଥିଲା । ପୋଲିସ କହିଥିଲା କି ସୋମବାର ଇମେଲ ମାଧ୍ୟମରେ ସ୍କୁଲକୁ ବମରେ ଉଡ଼ାଇବାକୁ ଧମକ ଦିଆଯାଇଥିଲା । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି । ଅଧିକ ସୂଚନାର ଅପେକ୍ଷା ଅଛି । ଏହା ମଧ୍ୟରେ ଡିସିପି କଣ୍ଟେ୍ରାଲ ଅହମ୍ମଦାବାଦ ସିଟି କହିଛନ୍ତି କି ଡରିବାର ଆବଶ୍ୟକତା ନାହିଁ । ବଢାଇ ଚଢାଇ କହିବା ଆବଶ୍ୟକ ନାହିଁ । ୫ରୁ ୬ସ୍କୁଲକୁ ମେଲ ମାଧ୍ୟମରେ ବମ ଧମାକାର ଧମକ ଦେଇଛନ୍ତି । ଆମେ ଯାଞ୍ଚ କରୁଛୁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.