ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୁକ୍ରବାର ସବୁ ରେକର୍ଡ ଭାଙ୍ଗିଲା ସେୟାର୍ ବଜାର, ୬ ଘଣ୍ଟାରେ ୩.୨୩ ଲକ୍ଷ କୋଟି ଆୟ

ମୁମ୍ବାଇ, ୦୧/୦୩: ଜିଡିପି ଅଭିବୃଦ୍ଧିର ଦିନକ ପରେ ସେୟାର୍ ବଜାର ଶୁକ୍ରବାର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ବିଏସଇ ସେନସେକ୍ସ ୧୨୦୦ ପଏଣ୍ଟ ବୃଦ୍ଧି ପାଇ କାରବାର ୭୩ ହଜାର ୭୪୫.୩୫ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ଏନଏସ୍ଇ ନିଫ୍ଟି ମଧ୍ୟ ୩୫୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ କାରବାର ୨୨ ହଜାର ୩୩୮.୭୫ ପଏଣ୍ଟରେ ବନ୍ଦ ହୋଇଛି ।

ମାର୍ଚ୍ଚ ପହିଲା ସହ ସପ୍ତାହର ଶେଷ ଦିନରେ ସେୟାର୍ ବଜାରରେ ଦେଖା ଦେଇଥିବା ଉତ୍ସାହରେ ବିଏସଇରେ ପଞ୍ଜିକୃତ କମ୍ପାନୀଙ୍କ ମାର୍କେଟ୍ କ୍ୟାପ୍ ୩.୨୩ ଲକ୍ଷ କୋଟିରୁ ବୃଦ୍ଧି ପାଇ ୩୯୧.୧୮ ଲକ୍ଷ କୋଟି ପାଖାପାଖି ପହଞ୍ଚିଛି ।

ଗୁରୁବାର ୭୨ ହଜାର ୫୦୦ ପଏଣ୍ଟରେ ସେନସେକ୍ସ ବନ୍ଦ ହୋଇଥିବା ବେଳେ ଶୁକ୍ରବାର ବୃଦ୍ଧି ପାଇ ୭୨ ହଜାର ୬୦୬.୩୧ ପଏଣ୍ଟରେ କାରବାର ଆରମ୍ଭ କରିଥିଲା ।  ଗୁରୁବାର ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ତଥ୍ୟ ଜାରି କରିଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ଆର୍ଥିକ ବିକାଶ ଦର ଅନୁମାନ ଠାରୁ ଅଧିକ ରହିଛି ।

ସରକାର ଗୁରୁବାର ଜାରି କରିଥିବା ତ୍ରୈମାସିକ ଜିଡିପି ଅଭିବୃଦ୍ଧି ୮.୪ ପ୍ରତିଶତ ରହିଛି । ଯେତେବେଳେ କି ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ୭.୬ ପ୍ରତିଶତ ରହିବା ଅନୁମାନ କରାଯାଇଥିଲା । ଅକ୍ଟୋବର-ଡିସେମ୍ବରରେ ଦେଶର ଜିଡିପି ଅଭିବୃଦ୍ଧି ୨ ଗୁଣ ହୋଇଛି । ଉକ୍ତ ପ୍ରକାରେ ୭.୬ ପ୍ରତିଶତ ଅଭିବୃଦ୍ଧି ହାର ଦୁନିଆର ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ । ଏଥିପାଇଁ ଭାରତୀୟ ସେୟାର୍ ବଜାର ଉପରେ ନିବେଶକଙ୍କ ଭରସା ବଢ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.