ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ଚାଲୁ ରହିଛି BSKY ଯୋଜନା, ଅଭିଯୋଗ ପାଇଁ ଟୋଲ ଫ୍ରୀ ନମ୍ବର ଜାରି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୬।୬ : ରାଜ୍ୟରେ ବିଏସକେଓ୍ବାଇକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଏ ନେଇ ମୁଖ୍ୟ ଶାସନ  ସଚିବ  ଭିଡିଓ ବାର୍ତ୍ତା ଜରିଆରେ ସ୍ପଷ୍ଟୀକରଣ ରଖିଛନ୍ତି। ବିଏସକେଓ୍ବାଇ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା।  ବିଏସକେଓ୍ବାଇ ଯୋଜନା ରାଜ୍ୟରେ ଚାଲୁ ରହିଛି ବୋଲି ସେ କହିଛନ୍ତି। ପଞ୍ଜିକୃତ ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡ ଚାଲୁ ରହିବ । ଏହି ଯୋଜନାରେ ରୋଗୀ ସେବା ଅବ୍ୟାହତ ରହିଛି। ବିଏସକେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲରେ  ଚିକିତ୍ସାରେ ଅବହେଳା କରିପାରିବେ ନାହି। ଏପରିକି  ଅଧା ଚିକିତ୍ସାରୁ ଡିସଚାର୍ଜ କରିପାରିବେ ନାହିଁ। ବିଏସକେଓ୍ବାଇ କାର୍ଡ ଧାରୀ ରୋଗୀଙ୍କୁ ଫେରାଇ ପାରିବେ ନାହିଁ। କୌଣସି ହସ୍ପିଟାଲ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। 

ଏ ସମ୍ପର୍କିତ ଅଭିଯୋଗ ପାଇଁ  ସ୍ବାସ୍ଥ୍ୟ ବିଭାଗ ଟୋଲ୍ ଫ୍ରୀ ନମ୍ବର ଜାରି କରାଯାଇଛି।  ସ୍ବାସ୍ଥ୍ୟ ବିଭାଗର ୧୦୪ ଟୋଲ ଫ୍ରୀ ନମ୍ବରରେ କରିପାରିବେ ଅଭିଯୋଗ। ବିଏସକେଓ୍ବାଇ ଯୋଜନା ଏବେ ବନ୍ଦ ହେବାର ନାହିଁ  ବୋଲି ସେ କହିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.