ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କାଞ୍ଜିପାଣି ଘାଟିରେ ଓଲଟିଲା ବସ : ୧୨ ରୁ ଅଧିକ ଆହତ , ୨ ଗୁରୁତର

ତେଲକୋଇ,୧୩।୫ :  କେନ୍ଦୁଝର ଜିଲ୍ଲା ତେଲକୋଇ - କାଞ୍ଜିପାଣି ପୂର୍ତ୍ତ ବିଭାଗ ରାସ୍ତାର କାଞ୍ଜିପାଣି ଘାଟିରେ ଏକ ଘରୋଇ ଯାତ୍ରୀ ବାହି ବସ ଓଲଟି ପଡିଛି । ଏଥିରେ ୧୨ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବା ଜଣା ପଡିଛି।ଗୁରୁତର ଯାତ୍ରୀ ହେଲେ ତେଲକୋଇ ଥାନା ଓରିଆ ଗ୍ରାମର ମୁରଲୀ ଫୁଦକାର (୭୫) ଓ ଚମ୍ପୁଆ ଥାନା ବଡନଈ ଗ୍ରାମର କଳ୍ପନା ମହାନ୍ତ (୪୦)। ଆହତ ମାନେ ହେଲେ କଲା ମଧ୍ୟପୂର ଗ୍ରାମର ତ୍ରିବେଣୀ ମହାନ୍ତ(୪୪), ଜୟକୃଷ୍ଣ ମହାନ୍ତ(୬), ପୁରବୀ ମହାନ୍ତ (୧୦), ଚମ୍ପୁଆ ଥାନା ବଡନଇ ଗ୍ରାମର ଜେମି ମହାନ୍ତ (୧୮), ହିମାଦ୍ରି ମହାନ୍ତ(୪୫)ସାକ୍ଷୀ ମହାନ୍ତ,ଶିବାନୀ ମହାନ୍ତ(୧୨), ଅମରେଶ ମହାନ୍ତ(୧୩), ଛତିଶ ଗଡ଼ ରାଜ୍ୟର ଅଭିଷେକ ଲାଲ (୩୨) ।ତେବେ ଗାଡ଼ିରେ ୪୦ ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ମୁତାବକ (ଓଆର ୦୯ପି ୦୭୨୮) ନମ୍ୱର ବିଶିଷ୍ଟ "ମା" ନାମକ ବସ କେନ୍ଦୁଝର ଜିଲ୍ଲାରୁ ଭାୟା ତେଲକୋଇ ଦେଇ ରାଉରକେଲା ଯାଉଥିବା ବେଳେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ରାସ୍ତାରେ ଯାଉଥିବା ଅନ୍ୟ ପଥଚାରୀ ଏବଂ କେନ୍ଦୁଝର ରେ ରୋଗୀ ଛାଡ଼ି ତେଲକୋଇ କୁ ଫେରୁଥିବା ଏକ ଆମ୍ବୁଲାନ୍ସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀ ଙ୍କୁ   ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲା ମାତ୍ର ସେତେବେଳକୁ ସମସ୍ତ ଆହତ ଓ ଗୁରୁତର ନିକଟସ୍ଥ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ସାରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସମସ୍ତ ଆହତ ଓ ଗୁରୁତରଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ପରେ ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି ।ତେବେ ଚମ୍ପୁଆ ଅଞ୍ଚଳର ଗୁରୁତର ଓ ଆହତ ଥିବା ସମସ୍ତ ୬ ଜଣ ଯାତ୍ରୀ ଗୋଟିଏ ପରିବାର ହୋଇଥିବା ଜଣା ପଡ଼ିଛି । ଅନ୍ୟପଟେ ଦୁର୍ଘଟଣା ପରେ ବସ ଚାଳକ ଓ   କର୍ମଚାରୀ ଫେରାର ହୋଇ ଯାଇଛନ୍ତି । କାଞ୍ଜିପାଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢନ୍ତୁ : ଚେକିଂ ବେଳେ ଗାଡିରୁ ବିପୁଳ ଟଙ୍କା ଜବତ, ଡ୍ରାଇଭର ସମେତ ୨ ମହିଳା ଅଟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.