ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଲମାନଙ୍କ ଘରେ ପହଞ୍ଚିଲା ଲରେନ୍ସ ବିଷ୍ଣୋଇ ନାଁରେ ବୁକ୍‌ ହୋଇଥିବା କ୍ୟାବ୍‌, ଗାଜିଆବାଦରୁ ଜଣେ ବ୍ୟକ୍ତି ଗିରଫ

ମୁମ୍ୱାଇ- ସୁପରଷ୍ଟାର ସଲମାନ ଖାନଙ୍କ ଘରେ ଏକ କ୍ୟାବ୍‌ ପହଞ୍ଚିଛି। ଶୁକ୍ରବାର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚି ଥିବା ଏହି କ୍ୟାବ୍‌କୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାଁରେ ବୁକ୍ କରାଯାଇ ଥିଲା। ଏହି କ୍ୟାବ୍‌ ପହଞ୍ଚିବା କ୍ଷଣି ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ଆତଙ୍କ ଖେଳି ଯାଇଛି। ୱାଚମ୍ୟାନ୍‌ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। 

ମୁମ୍ୱାଇ ପୁଲିସ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚି କ୍ୟାବ୍‌ ଚାଳକଙ୍କୁ ଧରି ନେଇଥିଲେ। ପୁଲିସ କ୍ୟାବ୍‌ ଚାଳକ ଠାରୁ ବୁକିଂ କରିଥିବା ବ୍ୟକ୍ତିର ତଥ୍ୟ ନେଇଥିଲେ ଏବଂ ପୁଣି ୟୁପି ପୁଲିସକୁ ସଂପର୍କ କରି ଥିଲେ। 

ଯେବେ ୧୦ଘଣ୍ଟାର ଅପେକ୍ଷା ପରେ ସେଟ୍‌କୁ ଆସିଲେ ସଲମାନ ; ଚିନ୍ତାରେ ପଡ଼ିଗଲେ ଅଭିନେତ୍ରୀ , କହିଲେ ...

ମୁମ୍ୱାଇ ପୁଲିସ ମୁତାବିକ , ଯେଉଁ ବ୍ୟକ୍ତି ଏହି କ୍ୟାବକୁ ବୁକିଂ ଲରେନ୍ସ ବିଷ୍ଣୋଇ ନାମରେ କରିଥିଲେ , ତାଙ୍କର ବୟସ ୨୦ ବର୍ଷ। ଅଭିଯୁକ୍ତ ଯୁବକ ଆପ୍‌ ମାଧ୍ୟମରେ ଅଭିନେତା ସଲମାନ ଖାନଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟରୁ ବାନ୍ଦ୍ରା ପୁଲିସ ଷ୍ଟେସନ ଯାଏ ଏହି କ୍ୟାବ ବୁକ୍‌ କରିଥିଲେ। ଯେବେ ୱାଚମ୍ୟାନ୍‌ଙ୍କୁ କ୍ୟାବ୍‌ ଡ୍ରାଇଭର କହିଥିଲେ କି, ବୁକିଂ ଲରେନ୍ସ ବିଷ୍ଣୋଇ ନାମରେ ହୋଇଛି, ସେତେବେଳେ ସେ ଭୟଭୀତ ହୋଇ ଥିଲେ। ୱାଚମ୍ୟାନ୍‌ ତୁରନ୍ତ ପୁଲିସ୍‌କୁ ଏହି ସୂଚନା ଦେଇଥିଲେ। ମୁମ୍ୱାଇ ପୁଲିସ ଦ୍ୱାରା ଦିଆଯାଇ ଥିବା ତଥ୍ୟ ପରେ ୟୁପି ପୁଲିସ ଗାଜିଆବାଦରେ ରହୁଥିବା ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ନେଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.