ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଫଳରେ ଚିନି ଓ ଲୁଣ ପକାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ କି ? ଜାଣନ୍ତୁ କିଭଳି ଖାଇବା ଉଚିତ୍‌

ନୂଆଦିଲ୍ଲୀ : ସ୍ୱାଦ ବଢାଇବା ପାଇଁ ଆମେ ଖାଦ୍ୟପେୟରେ ଅନେକ ଏମିତି ଭୁଲ୍‌ କରି ଦିଅନ୍ତି, ଯାହା ତାର ପୌଷ୍ଟିକତାକୁ ହ୍ରାସ କରିଦିଏ। ଯେମିତି ଚା’ରେ ଚିନି ଓ ଦୁଗ୍ଧ ମିଶାଇବା, ଦହିରେ ଲୁଣ ବା ଚିନି ମିଶାଇବା ବା ଫଳରେ ଚାଟ୍‌ ମସଲା ଓ ଲୁଣ ମିଶାଇବା। ଫଳ ଏକ ପୁଷ୍ଟିକର ଡାଏଟ୍‌ର ଅଂଶ। ଏଥିରେ ଅନେକ ଗୁଡ଼ିଏ ଏମିତି ଆଣ୍ଟି ଅକ୍ସିଡେଣ୍ଟସ ମିଳେ, ଯାହା ଆମର ଶରୀର ପାଇଁ ଜରୁରୀ। ଅନେକ ଲୋକ ଏହାର ଫ୍ରୁଟ୍‌ ସାଲାଡ୍‌ ତିଆରି କରିଥାନ୍ତି। କିଛି ଲୋକ ଏମିତି ବି ଖାଇଥାନ୍ତି। ଏଠାରେ ଜାଣନ୍ତୁ ଫଳ ଖାଇବାରେ କେଉଁ କଥାରେ ଧ୍ୟାନ ଦେବା ଉଚିତ୍‌। 

ହାର୍ଟକୁ ସୁସ୍ଥ ରଖିବା ପାଇଁ ବିଶେଷଜ୍ଞଙ୍କ ଉପଯୋଗୀ ଟିପ୍ସ , ଯେକେହି କରି ପାରିବେ ଅନୁସରଣ …

ଫଳରେ ଲୁଣ ପକାଇବାରେ କ୍ଷତି-

ଗ୍ରୀଷ୍ମ ସମୟରେ ତରଭୂଜ ଖାଇବା ସମୟରେ ଅନେକ ଲୋକ ଏଥିରେ କଳା ଲୁଣ ବା ଚାଟ୍‌ ମସଲା ପକାଇ ଦେଇଥାନ୍ତି। କିଛି ଲୋକ ତରଭୂଜ ଉପରେ ଚିନି ପକାଇ ଖାଇଥାନ୍ତି। ଆପଣ କଣ ଜାଣନ୍ତି କି ଏମିତି କରି ଏହାର ପୋଷକ ତତ୍ତ୍ୱକୁ ନଷ୍ଟ କରୁଛନ୍ତି ? ଯେବେ ଆମେ ଫଳ ଉପରେ ଲୁଣ ବା ଚିନି ପକାଇ ଥା’ନ୍ତି ତ ଏହା ଅଧିକ ପାଣି ବାହାର କରିଥାଏ। ଏଥିରେ ପାଣି ସହ ଏହା ଭିତରୁ ଅନେକ ପୋଷକ ତତ୍ତ୍ୱ ବାହାରି ଯାଏ। ଯଦି ଆପଣ ଫଳକୁ ନିଜ ସ୍ୱାସ୍ଥ୍ୟ ପାଇଁ ଖାଉଛନ୍ତି ତ ଆପଣଙ୍କୁ କମ୍‌ ଫାଇଦା ମିଳିବ। 

ସୋଡ଼ିୟମ ବୃଦ୍ଧି ପାଇଥାଏ – 

ଲୁଣ ପକାଇବା ଫଳରେ ସୋଡିୟମ ମାତ୍ରା ବଢିଯାଏ। ଫଳରେ ଖୁବ୍‌ ମିନେରାଲ୍ସ ଥାଏ ଏବଂ ଏଥିରେ ଅଲଗା ଭାବେ ଆଉ ଲୁଣର ଆବଶ୍ୟକତା ନଥାଏ। ଏମିତି କରିବା ଦ୍ୱାରା ଆପଣଙ୍କ କିଡନୀକୁ କ୍ଷତି କରି ପାରେ। ଯଦି କିଡନୀ ସହ ଜଡ଼ିତ ସମସ୍ୟା ହୁଏ ତ ବିଶେଷକରି ଏମିତି ନକରନ୍ତୁ।

ପେଟ ରହିବ ଓଜନିଆ –

ଲୁଣ ପକାଇ ଦ୍ୱାରା ଫଳର ପିଏଚ୍‌ ବଦଳି ଯାଏ। ଏହି କାରଣରୁ ଫଳ ଖାଇବା ଦ୍ୱାରା ପେଟ ଫୁଲି ଯାଇ ପାରେ। ଆପଣ ଅଧିକ ଫଳ ଖାଇଦେଲେ ପେଟ ଫୁଲିବା ଭଳି ଲାଗେ।

ଏହି ଷ୍ଟେପ୍‌କୁ ଭୁଲନ୍ତୁ ନାହିଁ –

ଫଳ ଖାଇବା ପୂର୍ବରୁ ଭଲ ଭାବେ ଧୋଇବା ମଧ୍ୟ ଜରୁରୀ। ଆଜିକାଲି ଅଧିକାଂଶ ଫଳରେ ବିପଜ୍ଜନକ ପେଷ୍ଟିସାଇଡ୍‌ ଥାଏ। ଯଦି ଆପଣ ସାବଧାନ ନରୁହନ୍ତି ତ ଲାଭରୁ ଅଧିକ କ୍ଷତି ସହି ପାରନ୍ତି। ଫଳକୁ କିଛି ସମୟ ଯାଏ ପାଣିରେ ଭିଜାଇ ରଖନ୍ତୁ। ଏହାକୁ ଲୁଣ, ବେକିଂ ସୋଡା  ବା ଭିନେଗାରରେ ଅତି କମ୍‌ରେ ୨୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ସାଧା ପାଣିରେ ଧୋଇ ଖାଆନ୍ତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.