ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏସ୍‌ସିବିରେ ସେଣ୍ଟ୍ରାଲ୍‌ ଷ୍ଟେରିଲାଇଜ୍‌ ସେଣ୍ଟର୍‌ ଅଚଳ, ଟ୍ୟାପ୍‌ରେ ଧୁଆ ହେଉଛି ରକ୍ତଭିଜା ଓଟି ସରଞ୍ଜାମ!

କଟକ, ୨୯/୦୫ : ଡାକ୍ତରଖାନାରେ ରୋଗୀଙ୍କୁ ସଂକ୍ରମଣମୁକ୍ତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ରହିଛି । ସଂକ୍ରମଣ ଜନିତ ଆଶଙ୍କାକୁ ଏଡ଼ାଇବା ପାଇଁ ବିଭିନ୍ନ ଓଟି, ଆଇସିୟୁ, ଲେବର୍‌ ରୁମ୍‌, ଆଶୁଚିକିସା କେନ୍ଦ୍ର, ଆଉଟ୍‌ଡୋର୍‌ ଏବଂ ୱାର୍ଡରେ ରୋଗୀଙ୍କ ଚିକିତ୍ସା ଓ ଅପରେସନ୍‌ରେ ବ୍ୟବହୃତ ସାମଗ୍ରୀ, ଉପକରଣଗୁଡ଼ିକ ଅତ୍ୟାଧୁନିକ ପ୍ରଣାଳୀରେ ବିଶୋଧନ କରାଇବା ଲାଗି ବ୍ୟବସ୍ଥା କରାଯାଇଛି। ମାତ୍ର ଏସ୍‌ସିବିରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଅଟୋକ୍ଲେଭ୍‌ ଅଟୋମେଟିକ୍‌ ମେସିନ୍‌ରେ ଓଟି ସରଞ୍ଜାମ, ଆଇସିୟୁ ଉପକରଣ ବିଶୋଧିକରଣ ଲାଗି ଏସ୍‌ସିବିରେ ରହିଥିବା ସେଣ୍ଟ୍ରାଲ୍‌ ଷ୍ଟେରିଲାଇଜ୍‌ ସେଣ୍ଟର୍‌ ଗତ କିଛିଦିନ ହେବ ଅଚଳ ହୋଇପଡ଼ିଛି। 

ଏସ୍‌ସିବିର ଏହି କେନ୍ଦ୍ରୀୟ ବିଶୋଧନ କେନ୍ଦ୍ରରେ ଚିକିତ୍ସା ଉପରକଣ ବିଶୋଧନ ପାଇଁ ୬ଟି ମେସିନ୍‌ ରହିଛି । ସେଥିମଧ୍ୟରୁ ଏବେ ୫ଟି ମେସିନ୍‌ ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିଛି । ଯେଉଁ ଗୋଟିଏ ମେସିନ୍‌ କାର୍ଯ୍ୟକ୍ଷମ ରହିଛି ତାହା ପୁରୁଣା ମେସିନ୍‌ ହୋଇଥିବାରୁ ଅଟୋମେଟିକ୍‌ ଉପାୟରେ ଚିକିତ୍ସା ସରଞ୍ଜାମଗୁଡ଼ିକ ବିଶୋଧନ କରିହେଉନାହିଁ । ଫଳରେ କାମଚଳା ଭାବେ ଚିକିତ୍ସା ସରଞ୍ଜାମ ବିଶୋଧନ କରାଯାଇ ରୋଗୀଙ୍କ ଜୀବନକୁ ନେଇ ଖେଳ ଚାଲିଛି । କେନ୍ଦ୍ରୀୟ ବିଶୋଧନ କେନ୍ଦ୍ର ବାଦ୍‌ ଏସ୍‌ସିବିର ପ୍ଲାଷ୍ଟିକ୍‌ ସର୍ଜରୀ, ଗାଇନିକ୍‌, ୟୁରୋଲୋଜି, ସର୍ଜରୀ ଭଳି କିଛି ବିଭାଗରେ ଜରୁରୀକାଳୀନ ସ୍ଥିତିରେ ସରଞ୍ଜାମ ବିଶୋଧନ ପାଇଁ ମିନି ଅଟୋକ୍ଲେଭ୍‌ ମେସିନ୍‌ ଲାଗିଛି । ସେଥିମଧ୍ୟରୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଲାଗିଥିବା ମେସିନ ଅଚଳ ହୋଇପଡ଼ିଥିବାବେଳେ ଅନ୍ୟ ବିଭାଗରେ ଥିବା ମେସିନ୍‌ଗୁଡ଼ିକ ଠିକ୍‌ଠାକ୍‌ ଚାଲୁନଥିବା ଅଭିଯୋଗ ହେଉଛି । ଗାଇନିକ୍‌ ବିଭାଗ ଓଟିଠାରୁ ଆରମ୍ଭ କରି ସର୍ଜରୀ ଓଟି, ଟ୍ରମା କାଜୁଆଲଟି, ଇଏନ୍‌ଟି, ଚକ୍ଷୁ ଆଦି ବିଭାଗର ଅପରସନ୍‌ରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ଓଟିରେ ଥିବା ଟ୍ୟାପ୍‌ ପାଣିରେ ଧୁଆ ହେଉଥିବା ଅଭିଯୋଗ ହେଉଛି । ଫଳରେ ଚିକିତ୍ସା ଉପକରଣଗୁଡ଼ିକରୁ ଠିକ୍‌ ଭାବେ ଜୀବାଣୁ ବିଶୋଧନ ହୋଇପାରୁନାହିଁ ବୋଲି ଓଟିରେ ନିୟୋଜିତ କିଛି କର୍ମଚାରୀ ସ୍ୱୀକାର କରିଛନ୍ତି । ଓଟି, ଲେବର୍‌ ରୁମ୍‌ର ସରଞ୍ଜାମ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣର ବିଶୋଧନକୁ ନେଇ ଏସ୍‌ସିବିରେ ଏକପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । 

ସୂଚନାଯୋଗ୍ୟ, ଡାକ୍ତରଖାନାରେ ବ୍ୟବହୃତ ଓଟି ସରଞ୍ଜାମ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ସାଇଣ୍ଟିଫିକ୍‌ ଉପୟାରେ ବିଶୋଧନ କରାଯାଇଥାଏ । ରକ୍ତ ଲାଗିଥିବା ଓଟି ସରଞ୍ଜାମଗୁଡ଼ିକୁ ପ୍ରଥମେ ଗରମ ପାଣିରେ ଏଞ୍ଜାଇମ୍‌ ସଲ୍ୟୁସନ୍‌ ସହିତ ଡିଟରଜେଣ୍ଟ୍‌ରେ ଧୋଇବା ପରେ ତାହାକୁ ଅଟୋକ୍ଲେଭ୍‌ ମେସିନ୍‌ରେ ସାଇଣ୍ଟିଫିକ୍‌ ଉପାୟରେ ବିଶୋଧନ କରାଯାଇଥାଏ । ମାତ୍ର ଏହା ଏସ୍‌ସିବିରେ କୌଣସି ଓଟିରେ ଏହିପରି ଉପାୟରେ ଓଟି ସରଞ୍ଜାମ ବିଶୋଧନ କରାଯାଉ ନଥିବା କର୍ମଚାରୀମାନେ ସ୍ୱୀକାର କରିଛନ୍ତି । ସେହିପରି ଅପରେସନ୍‌ ସମୟରେ ବ୍ୟବହାର ହେବାକୁ ଥିବା ନୂତନ ଗଜ୍‌, ତୁଳା ଏବଂ ଅନ୍ୟାନ୍ୟ ସରଞ୍ଜାମଗୁଡ଼ିକ ମଧ୍ୟ ବିଶୋଧିତ କରାଯାଇଥାଏ । ଏଭଳି ସ୍ଥିତିରେ ଏସ୍‌ସିବିରେ ସେଣ୍ଟ୍ରାଲ୍‌ ଷ୍ଟେରିଲାଇଜ୍‌ ସେଣ୍ଟରେ ଥିବା ଅଟୋକ୍ଲେଭ୍‌ ମେସିନ୍‌ ସମେତ ଅନ୍ୟ କେତେକ ବିଭାଗରେ ବିଶୋଧନ ମେସିନ୍‌ ଖରାପ ହୋଇପଡ଼ିବାରୁ ଚିନ୍ତାଜନକ ଘଟଣା ହୋଇଛି । ଏସମ୍ପର୍କରେ ଏସ୍‌ସିବି ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ବିଶୋଧନ ବ୍ୟବସ୍ଥା ସମ୍ପର୍କରେ ଅଧୀକ୍ଷକଙ୍କ ସହ ଆଲୋଚନା କରାଯାଇ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.