ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲ୍‌ରେ ବନ୍ଦୀ ସତ୍ୟେନ୍ଦ୍ର ଜୈନଙ୍କୁ ଆଉ ଏକ ଝଟକା , ଗୃହ ମନ୍ତ୍ରଣାଳୟର ସିବିଆଇ ଯାଞ୍ଚର ମଞ୍ଜୁରୀ

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ( ଆପ୍‌)କୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି। କିଛି ଦିନ ପୂର୍ବେ ଇଡି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରି ନେଇଛି। ସେ ଏବେ ଇଡି ରିମାଣ୍ଡରେ ଅଛନ୍ତି। ସେପଟେ ପାର୍ଟିର ୩ଜଣ ବଡ଼ ବଡ଼ ନେତା-ମନିଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ ସଞ୍ଜୟ ସିଂହ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏଥିରେ ଏବେ ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢିବା ନଜର ଆସୁଛି। ଏକ ମାମଲାରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସିବିଆଇ ଯାଞ୍ଚ ମଞ୍ଜୁରୀ ଦେଇଛନ୍ତି।

ଏଏନଆଇ ସୂତ୍ରାନୁସାରେ କହିଛି କି, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ପ୍ରୋଟେକ୍ସନ ମନି ଭାବେ ୧୦ କୋଟି ଟଙ୍କାର ଜବରଦସ୍ତ ଅର୍ଥ ଆଦାୟ କରିବା ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସିବିଆଇ ଯାଞ୍ଚର ମଞ୍ଜୁରୀ ଦେଇଛି। ସତ୍ୟେନ୍ଦ୍ର ଜୈନ ଓ ତିହାର ଜେଲ୍‌ର ପୂର୍ବତନ ଡିଜି ସନ୍ଦୀପ ଗୋୟଲଙ୍କ ଉପରେ ତିହାରରୁ ଜୋର ଜବରଦସ୍ତ ବଟି ଆଦାୟ ରାକେଟ୍‌ ଚଲାଇବା ଓ ହାଇ-ପ୍ରୋଫାଇଲ କଏଦୀଙ୍କ ଠାରୁ ପ୍ରୋଟେକ୍ସନ ମନିର ଦାବି କରିବାର ଅଭିଯୋଗ ଲଗାଯାଇଛି। 

ବାସ୍ତବରେ, ଗୃହ ମନ୍ତ୍ରଣାଳୟ ଠାରୁ ଏହି ମାମଲାରେ ଫେବ୍ରୁଆରୀରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା, ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସିବିଆଇ ଯାଞ୍ଚର ସୁପାରିଶ କରିଥିଲେ। ସିବିଆଇ ଗତ ବର୍ଷ ନଭେମ୍ୱରରେ ଉପରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଅଭିଯୋଗ କରି ଥିଲେ କି, ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍‌ରୁ ଏକ ହାଇ-ପ୍ରୋଫାଇଲ ଜବରଦସ୍ତ ବଟି ଆଦାୟ ରାକେଟ୍‌ ଚଲାଉଛନ୍ତି। ସିବିଆଇ କହିଛି କି, ଜୈନ ମହାଠକ ସୁକେଶ ଠାରୁ ପ୍ରୋଟେକ୍ସନ ମନି ୧୦ କୋଟି ଟଙ୍କା ମାଗିଥିଲେ। ସେପଟେ ସୁକେଶ ଅଭିଯୋଗ ଲଗେଇଛନ୍ତି କି, ୨୦୧୬ ମସିହାରୁ ୨୦୨୧ ମଧ୍ୟରେ ସତ୍ୟେନ୍ଦ୍ର ଜୈନ ଏହା ଠାରୁ ବା ନିଜେ ବା ନିଜର ସହଯୋଗୀଙ୍କ ମାଧ୍ୟମରେ ଧନ ସଂଗ୍ରହ କରିଛନ୍ତି। 

ଉଲ୍ଲେଖନୀୟ ଯେ, ସତ୍ୟେନ୍ଦ୍ର ଜୈନଙ୍କୁ ମଇ ୨୦୨୨ରେ ଗିରଫ କରାଯାଇ ଥିଲା। ତାଙ୍କର ଶେଷ ଜାମିନ ଆବେଦନ ଚଳିତ ବର୍ଷ ମାର୍ଚ୍ଚରେ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ ଏବଂ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଜେଲର ବାଥରୁମ୍‌ରେ ଖସି ପଡ଼ିବା ପରେ ୨୬ ମେ , ୨୦୨୩ରେ ତାଙ୍କ ଅନ୍ତରୀଣ ଚିକିତ୍ସା ଜାମିନ୍‌ ଦିଆ ଯାଇ ଥିଲା। ଜାମିନ ଅବଧି ବେଳେ ତାଙ୍କର ମେରୁ ହାଡ଼ର ଅପରେସନ ହୋଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.