ଚାନ୍ଦବାଲି, ୨୩/୮ : ନଦୀ ମଝିରେ ଫସିଲା ଯାତ୍ରୀବାହି ଲଞ୍ଚ ଅଧିକ ପବନ ବହିବାରୁ ଚାନ୍ଦବାଲି ବୈତରିଣୀ ନଦୀର ଚରଡିଆ ଶାଗୁଣା ଆଡିଆ ଘାଟରେ ଫସିଗଲା ଯାତ୍ରୀବାହୀ ସାଳନ୍ଦୀ ଲଞ୍ଚ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ l
ଘଟଣା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ତାଳଛୁଆରୁ ଯାତ୍ରୀ ନେଇ ଚାନ୍ଦବାଲି ଫେରୁଥିଲା ସାଳନ୍ଦୀ ଲଞ୍ଚ ଅଧିକ ପବନ ହେବା କାରଣରୁ ଲଞ୍ଚ ଚାଳକ ଭାରସାମ୍ୟ ହରାଇ ଲଞ୍ଚଟିକୁ ଶୁଖିଲାରେ ଲଗାଇ ଦେଇଥିଲେ । ତେବେ ଲଞ୍ଚଟି ଦୀର୍ଘ ସମୟ ଧରି ଅଟକି ରହିବା ପରେ ଅନ୍ୟ ଏକ ଘରୋଇ ବୋଟ ମାଧ୍ୟମରେ ଜଳ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ନଳିତାପଟିଆ ଫେରିଘାଟରେ ଛାଡି ଦିଆଯାଇଛି l ତେବେ ଏବେ ବି ଫସି ରହିଛି ସାଳନ୍ଦୀ ଲଞ୍ଚ । ବୈତରଣୀ ନଦୀରେ ଜୁଆର ଆସିବା ପରେ ଲଞ୍ଚ ଫସିଥିବା ସ୍ଥାନରୁ ବାହାରିବ l