ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ୟାଟିଂ ପରେ ବୋଲିଂରେ ସିଏସ୍‌କେର ଦମଦାର ପ୍ରଦର୍ଶନ, ୧୪୩ ରନ୍‌ରେ ଅଟକିଲା ଗୁଜରାଟ

Image Courtesy: espncricinfo

ଚେନ୍ନାଇ: ଆଇପିଏଲ-୨୦୨୪ର ସପ୍ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ଦମଦାର ବିଜୟ । ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟନ୍ସକୁ ୬୩ ରନରେ ପରାସ୍ତ କରିଛି । ଏକତରଫା ବିଜୟ ସହ ଚେନ୍ନାଇ ଆଇପିଏଲ୍ ୨୦୨୪ରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ଏହା ସହ  ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ସିଏସକେ । ଅନ୍ୟପଟେ ନିଜର ଦ୍ଵିତୀୟ ମ୍ୟାଚରେ ପ୍ରଥମ ପରାଜୟ ଭୋଗିଛି ଗୁଜରାଟ ଟାଇଟନ୍ସ । 

୨୦୭ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସର ଆରମ୍ଭ ନୈରାଶ୍ୟଜନକ ଥିଲା। ଓପନର ଋଦ୍ଧିମାନ ଶାହ ୨୧ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଶୁଭମନ ଗିଲ୍ ୮ରନ୍‌ କରି ଆଉଟ୍ ହୋଇଥିବା ବେଳେ ବିଜୟ ଶଙ୍କର(୧୨), ଡେଭିଡ୍ ମିଲର(୨୧), ଅଜମତୁଲ୍ଲା ଉମରଜାଇ(୧୧) ପାଭିଲିୟନ୍‌ ଫେରିଥିଲେ । ମଧ୍ୟକ୍ରମରେ ସାଇ ସୁଦର୍ଶନ ୩୭ ରନ କରିଥିଲେ । ନିମ୍ନ କ୍ରମରେ ରାହୁଲ ତେଓ୍ଵତିଆ ୬ ରନ କରି ଆଉଟ୍ ହୋଇଥିଲେ। ଚେନ୍ନାଇ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଆତ୍ମ ସମର୍ପଣ କରିଥିଲେ ଗୁଜରାଟ ବ୍ୟାଟର । ଶେଷରେ ଦଳ ୮ ଓ୍ଵିକେଟ୍ ହରାଇ ୧୪୩ ରନ କରିପାରିଥିଲା । ମ୍ୟାଚରେ ଚେନ୍ନାଇ ୬୩ ରନର ବିଶାଳ ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ସିଏସକେ ୬ ଓ୍ଵିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଥିଲା । ଶିବମ ଦୁବେ ୫୧ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଓ ରଚିନ ରବିନ୍ଦ୍ରନ ୪୬ ରନ ଲେଖାଏଁ କରିଥିଲେ। ଏହାର ଜବାବରେ ଗୁଜରାଟ ବ୍ୟାଟିଂରେ ବିଫଳ ହୋଇ ୮ ଓ୍ଵିକେଟ୍ ହରାଇ ୧୪୩ ରନ କରିପାରିଛି । ତେବେ ଆଜିର ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ର ଫିଲ୍ଡିଂକୁ ନେଇ ମଧ୍ୟ ପ୍ରଶଂସା କରାଯାଉଛି । ଓ୍ବିକେଟ କିପ୍‌ର ମହେନ୍ଦ୍ର ସିଂହ ଧୋନି ଗୁଜରାଟର ବିଜୟ ଶଙ୍କରଙ୍କ କ୍ୟାଚ୍‌ ଧରି ପୁଣି ଥରେ ଫ୍ୟାନଙ୍କୁ ଜଣାଇ ଦେଇଛନ୍ତି ଯେ, ସେ କେତେ ଫିଟ୍‌ ଅଛନ୍ତି ।  




  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.