ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛତିଶଗଡ କାଙ୍କେରରେ ଏନକାଉଣ୍ଟର, ‘ଟପ୍ କମାଣ୍ଡର ସମେତ ୨୯ ନକ୍ସଲ ନିହତ, ତିନି ଯବାନ ଆହତ...

ନୂଆଦିଲ୍ଲୀ: ଛତିଶଗଡର କାଙ୍କେରରୁ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଏଠାରେ ସୁରକ୍ଷା ବାହିନୀ ସହ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଛି । ଯବାନଙ୍କ ଦୃଢ ଜବାବରେ ୨୯ ଜଣ ନକ୍ସଲଙ୍କ ମୁଣ୍ଡ ଗଡିଛି । ଥି ସହ ଏହି ଅଭିଯାନରେ ତିନି ଜଣ ସୈନିକ ଆହତ ହୋଇଛନ୍ତି । ସୂଚନାନୁସାରେହତ୍ୟା କରାଯାଇଥିବା ନକ୍ସଲମାନଙ୍କ ମଧ୍ୟରେ ନକ୍ସଲାଇଟ୍ ଡିଭିସି କମାଣ୍ଡର ଶଙ୍କର ରାଓଡିଭିସି ସଦସ୍ୟ ଲଳିତା ଏବଂ ଡିଭିସି ସଦସ୍ୟ ମାଧବୀଙ୍କୁ ହତ୍ୟା କରାଯାଇଥିବା ସୂଚନା ରହିଛି । ଏମାନଙ୍କ ମୁଣ୍ଡ ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା । କାଙ୍କେରର ଛୋଟେ ବେଥିଆ ପୋଲିସ ଷ୍ଟେସନର କଲପର୍ ଜଙ୍ଗଲରେ ଏନକାଉଣ୍ଟର ଚାଲିଛି । 

ଗଣମାଧ୍ୟମକୁ ମିଳିଥିବା ସୂତ୍ରରୁ ପ୍ରକାଶ ଯେ ଘଟଣା ସ୍ଥଳରୁ ୫ଟି AK 47 ଏବଂ LMG ଅସ୍ତ୍ରଶସ୍ତ୍ର ଉଦ୍ଧାର ବିଷୟରେ ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ଜଣେ ଇନ୍ସପେକ୍ଟରଙ୍କ ସମେତ ତିନିଜଣ ସୈନିକ ଆହତ ହୋଇଛନ୍ତି। ଇନ୍ସପେକ୍ଟରଙ୍କ ଗୋଡରେ ଗୁଳି ବାଜିଥିବାବେଳେ କନଷ୍ଟେବଳ ସାମାନ୍ୟ ଆହତ ହୋଇଛନ୍ତି । ଏଡିଜି ନକ୍ସଲ ଅପରେସନ ବିବେକାନନ୍ଦ ସିନ୍‌ହା କହିଛନ୍ତି ଯେ, ଏନକାଉଣ୍ଟରରେ କିଛି ନକ୍ସଲ ନିହତ ହୋଇଛନ୍ତି । ଆହତ ଯବାନଙ୍କ ସ୍ଥିତିରେ ସୁଧାର ଆସିଛି ଏବଂ ସେମାନେ ବିପଦମୁକ୍ତ ରହିଛନ୍ତି । ଏହି ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଘଟଣା ଅପରାହ୍ନ ୨ଟା ସମୟରେ ଘଟିଥିବା କୁହାଯାଉଛି ।

ବର୍ତ୍ତମାନ ସମୟରେ ଛତିଶଗଡରେ ନକ୍ସଲ ମାନଙ୍କ ବିରୋଧରେ ନିରନ୍ତର ଅପରେସନ୍ ଚାଲିଛି । ସମ୍ପ୍ରତି ବସ୍ତର ଅଞ୍ଚଳରେ ଜଣେ ମହିଳା ନକ୍ସଲ ସମେତ ଦୁଇ ନକ୍ସଲ ସୁରକ୍ଷା ବାହିନୀ ନିକଟରେ ଆତ୍ମ ସମର୍ପଣ କରିଥିଲେ । 

  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.