ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଇଭିଏମ୍‌ ଭାଙ୍ଗି ମାମଲା: ଜେଲ୍‌ରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ନୂଆ ଠିକଣା ସେଲ୍‌ ନଂ. ୨...

ଖୋର୍ଦ୍ଧା,୨୭/୦୫: ମତଦାନ କେନ୍ଦ୍ରରେ ଇଭିଏମ୍‌ ଭାଙ୍ଗି ପୁଣି ବିବାଦକୁ ଆସିଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରିଛି ପୁଲିସ । ଖୋର୍ଦ୍ଧା ଜେଲ୍‌ର ଦୁଇ ନମ୍ବର ସେଲ୍‌ ପାଲଟିଛି ତାଙ୍କ ଠିକଣା । ଅନ୍ୟପଟେ ଜଗଦ୍ଦେବଙ୍କ ଗିରଫକୁ ନେଇ ବିଜେପି ପକ୍ଷରୁ ତୀବ୍ର  ପ୍ରତିକ୍ରିୟା ପ୍ରକାଶ ପାଇଛି । ଶାସକ ଦଳ ଷଡ଼ଯନ୍ତ୍ର କରି ତାଙ୍କୁ ଜେଲ୍‌ ପଠାଇଥିବା ଦଳୀୟ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । 

ଦଳ ବଦଳିଲା । ହେଲେ ବଦଳିଲାନି ପ୍ରକୃତି । ବିଜେଡିରେ ଥିବାବେଳେ ବାଣପୁରରେ ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇବା ଘଟଣାରେ ଗିରଫ ହୋଇଥିଲେ ଶ୍ରୀ ଜଗଦ୍ଦେବ । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ବିଜେଡିରୁ ତାଙ୍କୁ ବହିଷ୍କାର କରାଯାଇଥିଲା । ଏହାପରେ ସେ ବିଜେପିରେ ଯୋଗଦେଇ ଖୋର୍ଦ୍ଧା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ।  

ଗତ ଶନିବାର ବୋଲଗଡ଼ ବ୍ଲକ ବଡକୁମାରୀ ପଞ୍ଚାୟତ କାଉଁରୀପାଟଣାସ୍ଥିତ ୧୧୪ନଂ.  ବୁଥ୍‌କୁ ମତଦାନ କରିବାକୁ ଯାଇଥିଲେ ଜଗଦ୍ଦେବ । ଏହି ସମୟରେ କୌଣସି  କାରଣରୁ ଉତ୍ତେଜିତ ହୋଇ ସେ ଇଭିଏମ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ  ହୋଇଥିଲା । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍‌ରେ ଫେରୁଥିବାବେଳେ ବେଗୁନିଆ  ନିକଟରୁ ପୁଲିସ୍‌ ତାଙ୍କୁ ଉଠାଇ ନେଇଥିଲା । ପ୍ରିଜାଇଡିଂ ଅଧିକାରୀ ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ କ୍ରମେ ପୁଲିସ ତାଙ୍କ ବିରୋଧରେ ଏକ ମାମଲା (ନଂ.  ୧୧୭/୨୪) ରୁଜୁ କରିଥିଲା । 

ସରକାରୀ କାର୍ଯ୍ୟରେ ବାଧା ଦେବା, ମହିଳାଙ୍କୁ  ଅସଦାଚରଣ କରିବା ଭଳି ବିଭିନ୍ନ ଦଫା ତାଙ୍କ ବିରୋଧରେ ଲାଗିଛି । ବୋଲଗଡ଼  ପୁଲିସ ତାଙ୍କୁ ସିଜେଏମ କୋର୍ଟରେ ହଜାର କରିଥିଲା । ଜାମିନ ନାମଞ୍ଜୁର ପରେ  ରାତି ୧୨ଟା ୩୫ରେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ରବିବାର  ସକାଳ ଜଳଖିଆରେ ଶ୍ରୀ ଜଗଦ୍ଦେବ ସୁଜି ହାଲୁଆ, ମଧ୍ୟାହ୍ନ ଭୋଜନରେ  ମାଛ, ଭାତ, ଡାଲି, ଘାଣ୍ଟ ତରକାରି ଖାଇଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.